ଗଲ୍ଫ ଦେଶରେ କାମ କରୁଥିବା ସବୁ ଭାରତୀୟ ବିପଦରେ

ସତୀଶ ମିଶ୍ର (ଅତିଥି ସମ୍ପାଦକ) :  ଏବେ ବିଦେଶରେ ମୁସଲମାନଙ୍କ ବାବଦରେ ଅକଥନୀୟ ଘୃଣା ପ୍ରଚାର ଚାଲିଛି। IT ସେଲ,WhatsApp ୟୁନିଭରସିଟିରୁ
ଧାର୍ମିକ ବିରୋଧାଭାଷ ନୁହେଁ ବରଂ ଅନେକ ଛି ଛା,ନୀଚ ଅଶାଳୀନ,ଅରୁଚିକର ମନ୍ତବ୍ୟ ସବୁ ସୋସିଆଲ ମେଡିଆରେ ଛାଡି ଆଠ ଦଶ ଜଣ ଲୋକ ସାରା ଦେଶର ବୈଦେଶିକ ସମ୍ପର୍କ ବର୍ବାଦ କରିବା ସହ ବହୁ ଲୋକଙ୍କର ରୋଜଗାର ଉପରେ ମାଡ଼ ଦେଇ ଛନ୍ତି।

ତଥ୍ୟ ଅନୁସାରେ ଏତିକି ଅଣ ମୁସଲମାନ ସେ ଦେଶରେ ରୋଜଗାର କରି ଥାଆନ୍ତି।

ସାଉଦି ଆରବ-୬୩ ଲକ୍ଷ
ଓମାନ-୧୬ ଲକ୍ଷ
କ୍ବାତାର-୧୩ ଲକ୍ଷ
ବାହାରିନ-୯ ଲକ୍ଷ
ଦୁବାଇ-୯ ଲକ୍ଷ ।

ଟ୍ରୋଲ୍ ମାନଙ୍କ ଭିତରେ ଆଗରେ ଅଛନ୍ତି ମଧ୍ୟ ପ୍ରାଚ୍ୟରେ ଦୀର୍ଘ ୨୦ ବର୍ଷ ଧରି ଏକଜୟୁକୁଟିଭ ଥିବା ପ୍ରିତି ଗିରି ଓ ତାଙ୍କ ସ୍ବାମୀ ଅଭିମନ୍ୟୁ ଗିରି,ଆଉ ଜଣେ ସୌରଭ ଉପାଧ୍ୟାୟ।ଏପରିକି ବିଜେପି ସାଂସଦ ତେଜସ୍ୱି ସୂର୍ଯ୍ୟଙ୍କର ପାଞ୍ଚ ବର୍ଷ ତଳର ଟୁଇଟ,ରି ଟୁଇଟ ବି ମହଙ୍ଗା ପଡିଛି। ଏବେ ଅବଶ୍ୟ ଏମାନେ ଭୟରେ ଏହାକୁ ଡିଲିଟ୍ କରି କୋମଳ ସ୍ପଷ୍ଟୀକରଣ ଦେଇ ଛନ୍ତି,କିନ୍ତୁ ଏହାକୁ ଗୁରୁତ୍ବର ସହ ନେଇ ଛନ୍ତି ସେଠିକା ଶାସନ କର୍ତ୍ତୃପକ୍ଷ।
ଗିରି ଦମ୍ପତି ନିଜ ସହ ମୋଦିଙ୍କ ଫଟ ରଖି ଥିଲେ। ତାଙ୍କୁ ଜବାବ ମିଳିଛି-ତୁମେ ପ୍ରୋଫାଇଲରେ କାହା ଫଟ ରଖୁଚ ରଖ।
କିନ୍ତୁ ଅଧେଲୋକ ଯୋଉମାନେ ଭାରତରୁ ପଇସା ନେଇ ଫେରାର ହେଇ ଛନ୍ତି,ସେମାନେ ତୁମରି ନେତାଙ୍କ ଫଟ ରଖି ଥିଲେ। କି ଲଜ୍ଜ୍ୟା !
ଏପରିକି ଆଉ କିଛି ନେତା କହି ଛନ୍ତି,ତୁମେ ଏ ଦେଶରେ ମାଗଣା କାମ କରୁନ। ୟା ବଦଳରେ ତୁମକୁ ଆମେ ଅର୍ଥ ଦେଉଛୁ।
ମଧ୍ୟ ପ୍ରାଚ୍ୟର ଟ୍ରୋଲ୍ କାରଖାନା ଏବେ ସବୁ ଭାରତୀୟଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହେବା ସହ ଭାରତର ଅନ୍ତର୍ଜାତୀୟ ଭାବମୂର୍ତ୍ତିକୁବି କଳା କରି ଦେଇଛି।

Leave a Reply

Your email address will not be published. Required fields are marked *