ସୋର : ବାଗୁଡିରେ ସରକାରି ନିୟମକୁ ନମାନି ଲୋକଙ୍କୁ ମେଳି କରି ରେସନ ବାଣ୍ଟୁଛି ଶ୍ରିଧର ମହାରଣା ନାମକ କଣ୍ଟ୍ରୋଲ ଡିଲର। କହିଲେ କହୁଛି ବିଡିଓ , ଏମ ଆଇ କହିଛନ୍ତି। କରୋନା ପାଇଁ ରାଜ୍ୟସରକାର ସାମାଜିକ ଦୁରତା ବଜାଇ ରଖିବାକୁ ନିର୍ଦେଶ ଦେଇଥିବା ବେଳେ ବାଗୁଡି ବଜାରରେ ଗତ କାଲି ଦେଖିବାକୁ ମିଳିଥିଲା ସହ ସହ ଲୋକଙ୍କ ଭିଡ। ଯାହା ସାମାଜିକ ଦୁରତାର ଧଜ୍ୟା ଉଡାଉଥିବା ଦେଖିବାକୁ ମିଳିଥିଲା। ତେବେ ଏଠି ଗୋଟେ କଥା ଦୋକାନ ଖୋଲୁଥିବା ଲୋକର ଜଦି ଦୋକାନ ସିଜ ହୋଇ ପାରୁଛି ଏଇ ରେସନ ବାଣ୍ଟୁଥିବା ବ୍ୟକ୍ତିକୁ କାହିଁକି ଗିରଫ କରାଜିବନି ? ତେବେ ବ୍ୟକ୍ତିଜଣକ କହୁଥିବା ବିଡିଓ ,ଏମଆଇ ଏମିତି ବାଣ୍ଟିବାକୁ କହିଥିଲେ ଏହା କଣ ସତ କି ? ଜେଉଁଥି ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଉଛି ପ୍ରସାସନ ? ତେବେ ଏମିତି ଅଣଗୁରିଆ ବେପରୁଆ ହୋଇ ରେସନ ବାଣ୍ଟୁଥିବା ବ୍ୟକ୍ତି ନିଜେ କେମିତି ହିତା ହିତ ଗ୍ୟାନ ଭୁଲିଗଲେ ? କାର୍ଯ୍ୟାନୁଷ୍ଠାନ ନହେବା ପ୍ରଶାସନ ଉକ୍ତ ବ୍ୟକ୍ତିଙ୍କୁ ସୁରଖ୍ୟା ଦେବା ସହ ସମାନ ନୁହଁକି ? ଇଏ ବ୍ୟକ୍ତି ସରକାରୀ ନିୟମକୁ ମାନିବନି ମନଇଛା କାମ କରିବ କହିଲେ ସରକାରୀ ଅଧିକାରିଙ୍କ ନାଁ ନେବ ଏଗୁଡାକୁ ସମ୍ପ୍ରୁକ୍ତ ବ୍ୟକ୍ତିଙ୍କ ଅଣଗୁରିଆମି ନୁହଁତ ଆଉ କଣ ା
