ଗେହ୍ଲ ହେଉ ହେଉ ତେଲ : ଫେସବୁକ ପୋଷ୍ଟରୁ ହାତକଡି

ଖଇରା (ପଦ୍ମଲୋଚନ ଦାସ) : ଫେସବୁକରେ ମିଛ ଲେଖି ଗେହ୍ଲ ହେଉଥିଲେ ଯୁବକ ା ପୋଲିସ ଗିରଫ କରି ତେଲ ବାହାର କରିଦେଲା ା  କରୋନା ଭୟରେ ଆତଙ୍କିତ ନହେବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରସାଶନିକ ଅଧିକାରୀ ଏବଂ ଜନପ୍ରତିନିଧି ମାନଙ୍କ ଦ୍ୱାରା ବିଭିନ୍ନ ଉପାୟରେ ସଚେତନତା କରୁଛନ୍ତି ହେଲେ କିଛି ଅସାମାଜିକ ବ୍ୟକ୍ତି ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ବିଭିନ୍ନ ପ୍ରକାରର ଆତଙ୍କ ଖେଳାଉଛନ୍ତି।ସୋସିଆଲ ମିଡିଆରେ ଆତଙ୍କ ଖେଳାଇ ଦୁଇଜଣ ବ୍ୟକ୍ତି ଗିରଫ୍ ହେଇଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଞ୍ଚଳରେ।ସୂଚନାରୁ ଜଣାଯାଏ ଖଇରା ଥାନା ଅଧିନ କୃଷ୍ଣପୁର ଗ୍ରାମର ଶରତ କୁମାର ଦାସ ଏବଂ ବିଜୟ କୁମାର ମଲ୍ଲିକ ନାମକ ଦୁଇଜଣ ବ୍ୟକ୍ତି ସୋସିଆଲ ମିଡ଼ିଆ ମାଧ୍ୟମରେ ଉକ୍ତ ଅଞ୍ଚଳରେ କରୋନା ହୋଇଥିବା ନେଇ ମିଥ୍ୟା ଗୁଜବ ପ୍ରଚାର କରିଥିଲେ।ଏହି ମିଥ୍ୟା ଗୁଜବ ମୋବାଇଲରୁ ମୋବାଇଲକୁ ବୋଲିବା ଫଳରେ ଅଞ୍ଚଳ ବାସୀ ଆତଙ୍କିତ ହୋଇପଡିଥିଲେ।ଏହି ଘଟଣାଙ୍କୁ ଖଇରା ଥାନା ଆଇ ଆଇ ସି ସୁବ୍ରତ କୁମାର ବେହେରା ଗୁରୁତର ସହ ନେଇ ଘଟଣାର ତଦନ୍ତ କରି ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ୍ କରି କେସ ନଂ ୬୫/୨୦ ଅଣ୍ଡର ସେକ୍ସନ ଦଫା ୨୬୦,୨୭୦,୨୭୧,୫୦୫ ଏବଂ ଆଇ ପିସି ୭୧,/୭୪ ଆଇ ଟି ଆକ୍ଟ ରେ କୋଟ ଚାଲାଣ କରିଥିବା ଶ୍ରୀଯୁକ୍ତ ବେହେରା ସୂଚନା ଦେଇଛନ୍ତି। ତେବେ ଏହା ଫେସବୁକକୁ ଖେଳ ପଡିଆ ଭାବି ମିଛ ଏବଂ ଅଭଦ୍ରାମିର ଖେଳ ଖେଳୁଥିବା ଯୁବକଙ୍କ ପାଇଁ ସବକ ବୋଲି କୁହାଯାଇଛି ା

Leave a Reply

Your email address will not be published. Required fields are marked *