ଜଳେଶ୍ୱର : ( ସଂଜୟ ଦାସ ) କରୋନା ସାରା ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଡ଼ା ନିୟମ କୁ ଖୋଲା ଚ୍ୟାଲେଞ୍ଜ ଦେଇ ଛନ୍ତି କିଛି ଇଟାମାଫିଆ ଭାଟି ମାଲିକ ।ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋବରଘଟା ଅଞ୍ଚଳରେ ଥିବା ଇଟାଭାଟି ମାଲିକ ମାନେ ନିଜ ସ୍ୱାର୍ଥ ପାଇଁ ସରକାରଙ୍କ ଲକ୍ ଡାଉନ୍ କଡ଼ା ନିୟମକୁ ଉଲଂଘନ କରି ବାହାର ରାଜ୍ୟରୁ ମେଞ୍ଚା ମେଞ୍ଚା ଲୋକଙ୍କୁ ଭାଟି ଭିତରେ କାମ କରାଉଥିବାର ଚିତ୍ର ଥାନାରେ ପହଞ୍ଚିଛି । ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ୫ ଜଣ ଇଟା ମାଫିଆ ଭାଟି ମାଲିକଙ୍କୁ ଗିରଫ କରି ମାମଲା ରୁଜୁ କରିଛନ୍ତି । ଗିରଫ ମାନଙ୍କ ମଧ୍ୟରୁ ଗୋବରଘଟା ପଞ୍ଚାୟତର ବିଜେଡି ସଭାପତି ତଥା ପିଙ୍କି ଭାଟା ମାଲିକ ସୂର୍ଯ୍ୟ କାନ୍ତ ପାଳ (ବଳରାମ ), ଓ ଅନ୍ୟ ଭାଟା ର କାଳିଚରଣ ଜେନା , ତାପସ କୁମାର ସାମଲ, ନିଖିଲ ଚନ୍ଦ୍ର ଦାସ, ମଦନମୋହନ ଦେହେରା କୁ ପୋଲିସ ଗିରଫ କରି ୧୨୦/୨୦ ମୂଳେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଅନ୍ୟ ପଟେ ଜଳେଶ୍ୱର ସହର ଟି ପଶ୍ଚିମବଙ୍ଗକୁ ସଂଲଗ୍ନ ଥିବାରୁ ସୀମାର ପ୍ରବେଶ ପଥକୁ ସିଲ କରାଯିବା ସହ ଲକ୍ ଡାଉନ୍ ଉଲଂଘନ କାରୀଙ୍କ ଉପରେ ଜଳେଶ୍ୱର ପୋଲିସ କଡ଼ା ନଜର ରଖିଛି ।
