ଜୀବନ ଉଦ୍ଧାର ପାଇଁ ହାଇଦ୍ରାବଦ୍ ରୁ ମହିଳାଙ୍କ ଆକୂଳ ନିବେଦନ

ଜଳେଶ୍ୱର : ( ସଂଜୟ ଦାସ ) ପେଟର ଗୁଜୁରାଣ ମେଣ୍ଟାଇବା କୁ ଯାଇ ସୁଦୂର ହାଇଦ୍ରାବାଦ ରେ ଫସି ରହିଛନ୍ତି ଦମ୍ପତି ଓ ଛୁଆ । ଜୀବନ ବିକଳରେ ନିଜ ପରିବାର କୁ ଉଦ୍ଧାର ପାଇଁ ସୋସିଆଲମିଡିଆ ଜରିଆରେ ଓଡ଼ିଶା ସରକାର ଓ ବାଲେଶ୍ବର ଜିଲ୍ଲାପାଳଙ୍କୁ ହାତଯୋଡ଼ି ନେହୁରା ହେଲେ ପରିବାର । ଖବରରୁ ଜଣାପଡିଛି ଯେ ବାଲେଶ୍ୱର ଜିଲ୍ଲା, ଜଳେଶ୍ୱର ବ୍ଲକ ଆରୁହା ଗାଁର କମଲ ଲୋଚନ ସାମଲଙ୍କ ଝିଅ ସଂଗୀତା ସାମଲ ,ଜ୍ଵାଇଁ ଅଜିତ ଜେନା ନିଜ ପିଲାକୁ ଧରି ଦାଦନ ଖାଟିବାକୁ ଯାଇଥିଲେ ହାଇଦ୍ରାବାଦ । ତେବେ ସାରା ଦେଶରେ ମହାମାରୀ କରୋନା ଧୀରେ ଧୀରେ କାୟା ବିସ୍ତାର କରିବା ଦ୍ୱାରା ହାଠାତ ବନ୍ଦ ହୋଇଗଲା ସମସ୍ତ ସହରର ଜୀବନ ଜୀବିକା ।ତାହାରି ଭିତରେ ସଂଗୀତା ଓ ତାଙ୍କ ପରିବାର ବାହାରିଥିଲେ ଗାଁ ଓଡିଶା ବାଲେଶ୍ୱରକୁ । ହଠାତ ସାରା ଦେଶରେ ଜାରି ହୋଇଗଲା ଲକ ଡାଉନ୍ ଏବଂ ବନ୍ଦ ହୋଇଗଲା ସମସ୍ତ ଟ୍ରେନ । ଏବେ ପାଖରେ ଖାଇବାକୁ ନଥିଲାବେଳେ ବୋଝ ଉପରେ ଲଳିତା ବିଡ଼ା ସାଜିଛି ଟଙ୍କା । ତେବେ ଏହି ଘଡି ସନ୍ଧି ଭିତରେ ନିଜ ଓ ସଂସାରର ଜୀବନ ବଞ୍ଚାଇବା ପାଇଁ ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସାର ହିଁ ସାହା ଭରସା ଭଳି ଗୁହାରି କରି ନିଜ ଫେସବୁକ ଓ କିଛି ଗଣମାଧ୍ୟମକୁ ନିଜ ଦୁଃଖଦ ଭିଡ଼ିଓ ପଠାଇ ଜୀବନ ଉଦ୍ଧାର ପାଇଁ ହାତ ଯୋଡ଼ି ବିକଳ ହୋଇଛନ୍ତି । ଏଭଳି କରୁଣ ଚିତ୍ର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏବଂ ବାଲେଶ୍ଵର ଜିଲ୍ଲାପାଳଙ୍କ ପକ୍ଷରୁ ଉଦ୍ଧାର ପାଇଁ ସାହାଯ୍ୟର ହାତ ବଢାଇବାକୁ ଜନ ସାଧାରଣ ତଥା ଜଳେଶ୍ୱର ବାସୀ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *