ଆନ୍ଦୋଳନ ବ୍ୟୁରୋ: ଭୂତାଣୁ ସଂକ୍ରଣଙ୍କୁ ନେଇ ସାରା ଦେଶ ତମାମ ଲକ୍ ଡାଉନ ଥିବା ବେଳେ ଏହି ଜାତୀୟ ବିପତ୍ତିକୁ ଏଡାଇବା ପାଇଁ ସରକାରଙ୍କ ତରଫରୁ କାଇଁ କେତେ କଣ ପଦକ୍ଷପ ନେବା ସହିତ ସଚେତନତା ଲୋକମାନଙ୍କୁ କରାଯାଉଛି । ପ୍ରଶାସନିକ ସ୍ଥରରେ ସରକାରୀ କର୍ମଚାରୀ ମାନେ ଦିନ ରାତି ଏକ କରି ଲୋକମାନଙ୍କୁ କୌଣସି ଅସୁବିଧା ନହେବା ପାଇଁ କାମ କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ସୋର କିଛି ଆଳୁ ବେପାରୀ ମାନେ ଏହି ସମୟକୁ ତାଙ୍କର “ରଜ”(ଇନକମର ବେଳ) ବୋଲି ଭାବି ନେଇଛନ୍ତି। ଏହି ଆଳୁ ବେପାରୀ ମାନେ ଯେଉଁ ଗ୍ରାହକକ ଙ୍କ ପାଇଁ ଆଳୁ ବେପାର କରି ଗାଡି, ଘୁଡା କରିଛନ୍ତି ଆଜି ଅସୁବିଧା ସମୟରେ ତାଙ୍କରି ରକ୍ତ ଶୋସିବାକୁ ପଛାଇ ନାହାଁନ୍ତି। ତେବେ ଏଭଳି ଚିତ୍ର ଦେଖିବାକୁ ମିଳିଛି ସୋର ଅଞ୍ଚଳରେ । କିଛି ଆଳୁ ବେପାରୀ ମାନେ କିଲୋ ପିଛା ଆଳୁ ତାହାର ବଜାର ନିର୍ଧାରିତ ମୁଲ୍ୟ ଠାରୁ ଅଧିକ ଟଙ୍କାରେ ବିକ୍ରି କରୁଥିବାର ଅଭିଯୋଗ ଆସିଥିଲା। ସୂଚନା ପାଇ ସୋର ମ୍ୟୁନସିପାଲଟି ଅଧିକାରୀ ଓ ସୋର ଯୋଗାଣ ଅଧିକାରୀ ଏବଂ ସୋର ପୁଲିସ ମିଳିତ ଭାବେ ତିନୋଟି ସ୍ଥାନରେ ଚଡାଉ କରିଥିଲେ। କିଲୋପିଛା ଆଳୁ ୨୫ରୁ ୩୦ ଟଙ୍କା ବିକ୍ରି କରିବା ସହିତ କିଛି ଆଳୁ ବେପାରୀ ଆଳୁ ଗୋଡାଉନ ପଛପଟେ ଗୋଟେ ଅଳୁ ବୋଝେଇ ଗାଡି ଲୁଚାଇ ରଖିଥିବାର ଅଧିକାରୀ ଜାଣିପାରିଥିଲେ। ତେବେ ମ୍ୟୁନସିପାଲଟି ଅଧିକାରୀ ଜନ ସାଧାରଣଙ୍କ ଅଳୁ କିଣିବାରେ ଅସୁବିଧା ହେବା ପାଇଁ ଏହି କଳା ବଜାରୀ ମାନଙ୍କୁ ଗିରଫ କରିବା ପରିବର୍ତ୍ତେ କାରଣ ଦର୍ଶାଇ ନୋଟିସ କରିବା ସହିତ ଚଡା ଦରରେ ବିକ୍ରିକଲେ ଗିରଫ କରିବାକୁ ନିର୍ଦ୍ଧେଶ ଦେଇଥିଲେ।
