ପୁଣି ପୋଲିସ ପଞ୍ଝାରେ ୩ କୋଟି ମୂଲ୍ୟର ଧଳା ଜହର ଜବତ, ୨ ଗିରଫ ୩ ଛୁ

ଜଳେଶ୍ୱର / ନୀଳଗିରି : ବ୍ରାଉନସୁଗାର ବ୍ୟପାର ରୋକିବା ପାଇଁ ଯେତେ ଯାହା ଉପାୟ ଚାଲିଛି ତଥାପି ବେପାରୀ ସଂଖ୍ୟା କମିବାର ନାଁ ଧରୁନି ।ଜାହାକି ପୋଲିସ ଠହରୁ ବେପାରୀ ବହୁ ଚତୁରତାର ସହ ବେପାର ଜାରି ରଖିଛନ୍ତି।ତେବେ ତାହାରୀ ଭିତରେ ପୁଣି ଦୁଇଟି ସ୍ଥାନରୁ ପାଖାପାଖି ୩ କୋଟି ଟଙ୍କାର ବ୍ରାଉନସୁଗାର ଧରାପଡିଛି । ଜଳେଶ୍ୱର ସହର ଝାଡେଶ୍ୱରପୁରର ଏସକେ ଏକଲାକ୍ ଙ୍କ ଘରେ ଏସଟିଏଫ ଡିଏସପି ମନୋଜ କୁମାର ରାଉତ ଓ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ନିର୍ଦ୍ଧେଶ ରେ ଜଳେଶ୍ୱର ଆଇଆଇସିଙ୍କ ଏକ ଟିମ୍ ଚଢ଼ାଉ କରି ୩୦୦ ଗ୍ରାମ୍ ବ୍ରାଉନସୁଗାର ସହ ଏକ ନୂଆ ବୁଲେଟ୍ ଗାଡିକୁ ଜବତ କରାଯାଇ ଥିବାବେଳେ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ସେହିପରି ନୀଳଗିରି ମିତ୍ରପୁର ଅଂଚଳରୁ ଅଢେଇ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରାଯିବା ସହ ୨ଜଣ ଅଭିଯୁକ୍ତକୁ ଏସଟିଏଫ ଟିମ ଓ ନୀଳଗିରି ପୋଲିସ ଗିରଫ କରିବାରେ ସଫଳ ହୋଇଛନ୍ତି । ୨ ଅନ୍ୟ ୨ ଘଟଣା ସ୍ଥଳରୁ ଛୁ ମାରିଛନ୍ତି । ନୀଳଗିରି ଏସଡିପଓ ଅମୂଲ୍ୟ କୁମାର ଧରଙ୍କ ସୂଚନା ଅନୁଯାୟୀ ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ଅଢେଇ କୋଟି ରୁ ଅଧିକ ହେବ ବୋଲି ପ୍ରକାଶ କରିଛନ୍ତି ।ତେବେ ଉଭୟ ଜଳେଶ୍ୱର ଓ ନୀଳଗିରି। ଦୁଇଟିଯାକ ଜବତ ହୋଇଥିବା ମିଳିତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ପ୍ରାୟ ୩କୋଟି ଜଣାପଡ଼ିଛି।ବାଲେଶ୍ଵର ଜିଲ୍ଲାରେ ପ୍ରଥମ ଥର ପାଇଁ ଏତେ ପରିମାଣର ବ୍ରାଉନସୁଗାର ଜବତ କରାଯାଇ ପାରିଥିବା ନେଇ ଏସଟିଏଫ ଓ ପୋଲିସଙ୍କୁ ଏକ ବଡ଼ ସଫଳତା ମିଳିଛି ବୋଲି ସବୁଠି ଚର୍ଚ୍ଚା ।

Leave a Reply

Your email address will not be published. Required fields are marked *