ସଂଜୟ ଦାସଜ,ଳେଶ୍ୱର /ଭୋଗରାଇ : ଚାତୁର୍ଥୀ ଭୋଜି ପାଇଁ ବର କନିଆଁ ଠାରୁ ବନ୍ଧୁବର୍ଗ ସମସ୍ତେ ଥିଲେ ବ୍ୟସ୍ତ ।ତାହାରି ଭିତରେ ଆରମ୍ଭ ହୋଇଥିଲା ଚାୟ ପେ ଚର୍ଚ୍ଚା । ଚା ପିଇବା ମାତ୍ରେ କେତେକ ହୋଇପଡିରେ ଅସୁସ୍ଥ । ଅସୁସ୍ଥ ପଛର କାରଣ ଥିଲା ବିଷ ଚା । ତେବେ ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଭୋଗରଇ ବ୍ଲକ ଅନ୍ତର୍ଗତ ରଣସିଂହ ପୁର ଗ୍ରାମରେ । ଅଜାଣତରେ ଚା ରେ ଚା ପତି ଢାଳିବା ପରିବର୍ତ୍ତେ ଚା ବନାଉଥିବା ମହିଳା ଜଣକ କୀଟନାଶକ ପକାଇ ଦେଇଥିଲେ । ସେହି ଚା ପିଇ 15 ଜଣ ଗୁରୁତର ହୋଇଥିବା ବେଳେ ସେମାନେ ଏବେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।
ରଣସିଂହପୁର ଗ୍ରାମର ଶିବଶଙ୍କର ପ୍ରଧାନଙ୍କ ଗତ କାଲି ବୁଧବାର ଥିଲା ଚାତୁର୍ଥୀ ଭୋଜି । ଭୋଜି ପ୍ରସ୍ତୁତ ଆରମ୍ଭରୁ ଘଟିଯାଇଛି ଅଭାବନୀୟ ଘଟଣା । ଘରେ ବନ୍ଧୁ ବାନ୍ଧବ ଠରୁ ବର କନିଆଁ ସମସ୍ତେ ଭୋଜି ପାଇଁ ବ୍ୟସ୍ତ । ତାହାରି ଭିତରେ ଅସାବଧାନତା ଯୋଗୁଁ ଘଟି ଯାଇଛି ବହୁତ ବଡ଼ ଘଟଣା । ମୃତ୍ୟୁ ମୁଖରୁ ବର୍ତୀଯାଇଛି ୧୫ ଜଣଙ୍କ ଜୀବନ । ଚା ପିଉଥିବା ବ୍ୟକ୍ତି ମାନେ ଚା ଟିକିଏ ପିଇବା ପରେ ଚା ର ସ୍ୱାଦ ଭଲ ନଲାଗିବାରୁ ଅଧିକ ଚା ପତି ମିଶାଇବାକୁ କହିଥିଲେ । ଚା ପତି ବଦଳରେ ଅଜାଣତରେ ଚା ବନାଉଥିବା ମହିଳା ଚା ପତି ବଦଳରେ ଫୁରାଡନ୍ 30 ଏକ କୀଟନାଶକ ପଡିଥିବା ପ୍ୟାକେଟ କୁ କାଟି ଚା ରେ ମିଶାଇ ଦେଇଥିଲେ । ସେହି ବିଷାକ୍ତ ଚା ପିଇ ଥିବା 15 ଜଣ ଅସୁସ୍ଥତା ଅନୁଭବ କରିବା ପରେ ସେମାନଙ୍କୁ ଆରମ୍ଭ ହୋଇଥିଲା ବାନ୍ତି । ପ୍ରଥମେ ସେମାନଙ୍କୁ ସ୍ଥାନୀୟ ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ପରେ ଭୋଗରାଇ ସ୍ଥିତ ଜଳେଶ୍ବରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅସୁସ୍ଥ ୧୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ବେଳେ ଅନ୍ୟ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଦେଖି ସେମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିଲା । ତେବେ ସେଠାରେ ଏବେବି ଚିକିତ୍ସା ଚାଲୁ ରହିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ସୁଧାର ଆସିଥିବା ଡାକ୍ତର ସୂଚନା ଦେଇଛନ୍ତି । ଘଟଣାର ସମ୍ପର୍କରେ ଭୋଗରାଇ ପୋଲିସ ଅଧିକ ତଦନ୍ତ କରୁଥିବା ବେଳେ ପରିବାର ଲୋକଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ତଦନ୍ତର ପ୍ରଥମ ପର୍ଯ୍ୟାୟରୁ ପ୍ରକାଶ କରିଛି ପୋଲିସ ।
