ଖଇରା କୁ କୋରନା ଭୟ: ଜଣେ ସନ୍ଦିଗ୍ଧ

ଆନ୍ଦୋଳନ ବ୍ୟୁରୋ:  କୋରନା ଭାଇରସର ଭୟ ଏବେ ସମଗ୍ର ବିଶ୍ୱକୁ ଘାରିଛି। ଭାଇରସରୁ ଦୁରେଇ ରହିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ସେହିଭଳି ବାଲେଶ୍ଵର ମେଡିକାଲ ପ୍ରଶାସନ କୋରନାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି।

କୋରନା ଭୟରେ ମେଡିକାଲରେ ଡାକ୍ତରମାନେ ମାସ୍କ ପିନ୍ଧି ରୋଗୀସେବା କରୁଥିବା ଦେଖିବାକୁ ମିଳିଛି। ମେଡିକାଲ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଗ୍ରହଣ କରାଯାଇଛି। ଲୋକମାନଙ୍କୁ କୋରନା ପାଇଁ ସତର୍କ ରହିବାକୁ କୁହାଯାଇଛି। ବିଦେଶରୁ ଫେରିଥିବା ବାଲେଶ୍ଵର ଜିଲ୍ଲାର 27 ଜଣଙ୍କୁ ମେଡିକାଲ ପ୍ରଶାସନ ପକ୍ଷରୁ ତଦାରଖ କରାଯାଇଛି। ସେମାନଙ୍କ ମଧ୍ୟରୁ 20ଜଣଙ୍କ ମଧ୍ୟରେ କୌଣସି ଭାଇରସର ପ୍ରଭାବ ନଥିବାରୁ ବାକି 7ଜଣଙ୍କୁ 14 ଦିନ ପାଇଁ ସେମାନଙ୍କ ଘରେ ଅବଲୋକନରେ ରଖାଯାଇଛି। ଏହି ୭ଜଣକ ମଧ୍ୟରୁ ଜଣେ ବ୍ୟକ୍ତି ସୋର ଖଇରା ଅଞ୍ଚଳର ବୋଲି ଜଣା ପଡିଛି। ସେ ଚୀନ ର ସାଙ୍ଘାଇ ସହରରେ ରହୁଥିବା ସୂଚନା ମିଳିଛି। କିଛି ଦିନ ତଳେ ସେ ଘରକୁ ଫେରିଥିଲେ ନିଜର ଚିକିତ୍ସା ପାଇଁ ବାଲେଶ୍ବର ଜିଲ୍ଲା ଡାକ୍ତରଖାନା ପହଁଚି ଥିଲେ ତେବେ ବାଲେଶ୍ବର ୩ଜଣିଆ ମେଡିକାଲ ଟିମ ତାଙ୍କୁ ପ୍ରାଥମିକ ରକ୍ତ ନମୂନା ସଂଗ୍ରହ ପରେ ଜିଲ୍ଲ ଡାକ୍ତରଖାନାର ଡାକ୍ତର ତଥା ଖଇରା ମେଡିକଲାର ଡାକ୍ତରଙ୍କ ଅବଲୋକନରେ ଘରେ ରହିବାକୁ ପରାମର୍ଶ ଦେଇ ଘରେ ଛାଡିଥିଲେ। ଏବଂ ତାଙ୍କୁ ଏକା ରହିବା ସହିତ ପରିବାର କାହା ସହ ନମିଶା ପାଇ ଉପଦେଶ ଦେଇଥିଲେ। ତେବେ ଖଇରା ଡାକ୍ତରଖାନାର ଜଣେ ଡାକ୍ତର ତାଙ୍କ ନିକଟକୁ ଯାଇ ଚିକିତ୍ସା କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି। ଏହାସହ ଜିଲ୍ଲା ମେଡିକାଲର ଟିବି ୱାର୍ଡରେ କରୋନା ପାଇଁ ଅଲଗା ୱାର୍ଡ ବ୍ୟବସ୍ଥା କରାଯାଇଛି। ଯେଉଁଠି 4ଟି ବେଡ଼ ବ୍ୟବସ୍ଥା କରାଯାଇଛି। କରୋନା ପାଇଁ ସିଡିଏମଓଙ୍କ ନେତୃତ୍ୱରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି।

Leave a Reply

Your email address will not be published. Required fields are marked *