ସୋର : ସୋର ବିଜେପି ବାରମ୍ବାର ଅଙ୍କ ଭୁଲକରି ପରାଜୟକୁ ହାସଲ କରୁଛି । କୁହାଯାଏ ରାକେଶ ମଲ୍ଲିକିଙ୍କ ଭଳି ଦୁରବ୍ୟବହାର କାରୀ ନେତାଙ୍କ ପାଇଁ ବିଜେପି ସୋରରେ ଉଠି ପାରୁନି। ଯାହାବି ହେଉ ଗତ କିଛିମାସ ହେବ ସୋର ଥାନା ରାଜନୀତିରେ ବିଜେପି ବେସ ତତପର ହେଉଛି। ଆଜି ସୋର ବିଜେପିର ଥାନା ରାଜନୀତିର ଝଲକ ଦେଖିବାକୁ ମିଳିଛି। ଅଭିଯୋଗ ମୂଳେ ସୋର ଥାନା ଅଞ୍ଚଳର ଜଣେ ନାବାଳିକା କଲେଜରୁ ଘରକୁ ଫେରିବା ବାଟରୁ ସୋର ଥାନା ଅଞ୍ଚଳର କୈଳାସ ମହାଳିକଙ୍କ ପୁଅ ତପନ ମହାଳିକ ଅପହରଣ କରିନେଇଥିବାର ଗତ ୨୦ ତାରିଖରେ ସୋର ଥାନାରେ ଅଭିଯୋଗ ହୋଇଥିଲା ହେଲେ ସୋର ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବାର ଅଭିଯୋଗ ଆଣି ଥାନା ସମ୍ମୁଖରେ ସୋର ବିଜେପିର ହାରିଥିବା ବିଧାୟକ ପ୍ରାର୍ଥି ମଲ୍ଲିକ ବାବୁଙ୍କ ସହ କିଛି କର୍ମି ଓ ନାବାଳିକାଙ୍କ ମା’ ଧାରଣା ଦେଇଛନ୍ତି। ଏଠି ଗୋଟେ କଥା କୁହାଯାଇପାରେ ନାବାଳିକାଙ୍କ ମା’ ଧାରଣାରେ ବସିବା ଠିକ୍ ଅଛି ଏ ହାରିଥିବା ପ୍ରାର୍ଥୀ ବାରମ୍ବାର ଧାରଣାରେ ବସି କି ରାଜନୀତି କରୁଛନ୍ତି ? ସୋର ଥାନାରେ ବାର୍ଷିକ ୧୦୦ପାଖା ପାଖି ଅପହରଣ ମାମଲା ହେଉଛି ସେଥିମଧ୍ୟରୁ ଶତକଡା ୧୦ଭାଗ ନାବାଳିକା ଅପହରଣ ମାମଲା। ଯାହା ପରବର୍ତ୍ତିପର୍ଯ୍ୟାୟରେ ବୁଝାମଣାହୁଏ। ପୁଲିସ ଅବଶ୍ୟ ବହୁମାମଲାରେ ଦୋଶିଙ୍କୁ ଧରିପାରେ କିଛି ମାମଲାରେ ଧରିବାରେ ବିଫଳ ହୁଏ। ଏଠି ଗୋଟେ କଥା କୁହାଯାଇପାରେ ପୁଲିସବି ମଣିଷ ସିଏ ତ ଭଗବାନ ନୁହଁ । ତେବେ ନାବାଳିକା ଅପହରଣ ପୁର୍ବରୁ ପିତା ମାତା ଯେଉଁ ସଚେତନତା ଅବଲମ୍ବନ କରିବା କଥା ସେ ସଚେତନତା ଅବଲମ୍ବନ ନକରିବା ନାବାଳିକା ଅପହରଣର ମୁଖ୍ୟକାରଣ ହୋଇପାରେ। ତେବେ ଏଭଳି କ୍ଷେତ୍ରରେ ରାଜନୈତିକ ନେତାଙ୍କ ଫାଇଦା ନେବା ଚକ୍ରାନ୍ତ ପୁଲିସକୁ କାର୍ଯ୍ୟକରିବାରେ ବାଧା ଉପୁଯାଉନି ତ ! ତେବେ ବିଜେପିର ଏଭଳି ମିଛ ରାଜନୀତିକୁ ସାଧାରଣ ଲୋକ ଗ୍ରହଣ କରୁନଥିବାର ଉଦାହରଣ କଣ ବିଜେପି ସୋରରେ ପରାସ୍ତ ହେବା ନୁହଁକି ? ତେବେ ଏଠି କଣ କୁହାଜିବ ବିଜେପି ସୋରରେ ନିଜସ୍ଥିତି ଯାହିର କରିବାକୁ ଅନ୍ୟକଛି ପ୍ରସଙ୍ଗ ନପାଇ ଥାନା ଆଗରେ ବସି ସ୍ଥିତି ଯାହିର କରୁଛି !
