ଜଳେଶ୍ୱର : ( ସଂଜୟ ଦାସ ) ଓଡ଼ିଶାର ପ୍ରଵେଶ ଦ୍ବାର ସୀମାନ୍ତ ଲକ୍ଷ୍ମଣନାଥ ଟୋଲଗେଟରେ ପୁଣି ଡକାୟତି ଆରମ୍ଭ । ମାସ କେଇଟା ଆଗରୁ ପୋଲିସର ଛାଟ ଖାଇବା ପରେ କିଛି ଦିନ ପାଇଁ ଡକାୟତ ମାନେ ଘରେ ମାଇକିନିଆ ପାଖରୁ ଉଷୁମ ତେଲର ଘଷା ଖାଇ ପୁଣି ଟୋଲଗେଟ ଆଗରେ ସନ୍ଧ୍ୟା ହେଲେ ଦଳ ଦଳ ହୋଇ ବସ ଓ ଟ୍ରକରୁ ୨ଶହ ରୁ ୫ଶହ ଟଙ୍କା ଡକାୟତି କରୁଛନ୍ତି । ଏ ବାବଦରେ ଜଳେଶ୍ବର ପୋଲିସ ଯାଣିଛି ନାଁ ଯାଣି ନଯାଣିବାର ଅଭିନୟ କରି ଭକୁଆ ସାଜୁଛି ତାହା ବଡ ପ୍ରଶ୍ନ ବାଚି। ତେବେ ସନ୍ଧ୍ୟା ହେଲେ ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ପ୍ରୟା ୯୦ରୁ ଅଧିକ ଯାତ୍ରୀବାହୀ ବସ ପ୍ରତିଦିନ ଟୋଲଗେଟ ଦେଇ ଯାତାୟତ କରନ୍ତି । ପ୍ରତି ବସ ପିଛା ୧ଶହରୁ ୪ଶହ ଟଙ୍କା ପୋଲିସ ନାଁରେ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ଚାନ୍ଦା ଆଦାୟ କରୁଛନ୍ତି । ଚାନ୍ଦା ଆଦାୟକାରୀଙ୍କ ଲିଡର ସାଜିଛନ୍ତି ଝୁନା ଓ ଫୁଟାଣିଆ ମୁନା । ଦୁଇଟି ଗ୍ରୁପ ମାସକୁ ପାଖାପାଖି ୫ରୁ ୮ଲକ୍ଷ ଟଙ୍କା ଡକାୟତି କରୁଛନ୍ତି । ଏଥିରୁ କିଛି ପୋଲିସ ବାବୁଙ୍କୁ ଓ ଟୋଲଗେଟ ଦାଇତ୍ଵରେ ଥିବା ଅଫିସର ଭାଗ ନେଇଛନ୍ତି ବୋଲି ଡକାୟତ ମାନେ କହୁଥିବା ଶୁଣିବାକୁ ମିଳେ। ଯଦି ଡକାୟତ ମାନଙ୍କ କଥା ସତନୁହେଁ ତାହାଲେ ପୋଲିସ ବାବୁ ମାନେ ନିରବ କାହିଁକି ? ସନ୍ଧ୍ୟରୁ ସକାଳ ଯାଏଁ ଟୋଲଗେଟ ସି ସି କ୍ୟାମେରା ଫୁଟେଜ ଯାଞ୍ଚ କରି ଯୁବକଙ୍କ ମୁଖା ଖୁଲାଜାଉନାହିଁ କାହିଁକି ? ଅନ୍ୟ ପଟେ ଟୋଲଗେଟ ପରିସରରେ ଏତେବଡ଼ ଡକାୟତି ଚାଲିଥିବା ବେଳେ ଟୋଲଗେଟ ଅଫିସର କେତେ ଜଣଙ୍କ ନାଁରେ କେତେଥର ଅଭିଯୋଗ କରିଛିନ୍ତି ? ଘଟଣା ସମ୍ପର୍କରେ ଆମ ପ୍ରତିନିଧି କିଛିଦିନ ତଳେ ଟୋଲଗେଟର ଜୌନିକ ଅଫିସରଙ୍କୁ ବସରୁ ଡକାୟତି କରୁଥିବା ବ୍ୟକ୍ତିଙ୍କ ସୂଚନା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ତଥ୍ୟ ଦେବାକୁ ମନା କରିଥିଲେ । ତେବେ କାହିଁକି ଦେଉନାହାନ୍ତି ତଥ୍ୟ ,ଏ ସମସ୍ତ କଥାରୁ ଯାହା ବୁଝାଯାଉଛି ଯେ “ରାଧେ ରାଧେ ତୋର ଅଧେକୁ ମୋର ଅଧେ” । ସବୁଠାରୁ ବଡ଼ ସୁରାଗ ମିଳିଛିଯେ ବଡ଼ ଘରର କିଛି ନୂଆ ମୁହଁ ଅର୍ଥାତ ଜଳେଶ୍ୱର ଥାନା ନଛିମପୁର ଗାଁର ଟୁକୁଆ ରାତି ଅଧରେ ଟୋଲଗେଟ ଆଗରେ ବାବୁଙ୍କ ପାଇଁ ଗାଡି ଡ୍ରାଇଭର ପାଖରୁ ଜବରଦସ୍ତ ୪ଶହ ଟଙ୍କା ନେବା ଓ ଗୋଡ଼ାଇ ଗୋଡ଼ାଇ ଅର୍ଥ ଆଦାୟ କରୁଥିବାର ପ୍ରମାଣ ଆମ ହାତରେ ଲାଗିବା ପରେ ଡକାୟତି କିଭଳି ପରିମାଣରେ ଚାଲିଛି ଟୋଲଗେଟର କ୍ୟାମେରା କହିବ । ଏ ଦିଗରେ ବାଲେଶ୍ଵର ଏସ୍ ପି ବି.ଯୁଗୋଳ କିଶ୍ବର କିଛି ପଦକ୍ଷେପ ନେବେ ନାଁ ଚୁପ ମାରି ବସିବେ ତାହା ସମୟ କହିବ ।
