ସୋର : ଡକାୟତ ସାଜିଲା ଠିକାଦାର , କୋଟି କୋଟି ଟଙ୍କା ବିନିମୟରେ ତିଆରି କଲା ନିମ୍ନମାନର ରାସ୍ତା । ସରକାରୀ ଅର୍ଥକୁ ନିଜ ବାପ ସମ୍ପତି ଭାବି ଲୁଟିଛି ଠିକାଦାର ଜଣକ । ସବିରା ଓଟି ରୋଡକୁ ଅତ୍ୟନ୍ତ ନିମ୍ନ ମାନର ତିଆରିକରି ପୁନଚନ୍ଦ୍ର ପଣ୍ଡା ନାମକ ଜଣେ ଠିକାଦାର କୋଟି କୋଟି ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି ।
ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ ସବିରା ପଞ୍ଚାୟତରେ ଉକ୍ତ ପଞ୍ଚାୟତ ଅଧିନ ଓଟି ରୋଡ ଟୁ ସବିରା ମୁଖ୍ୟ ରାସ୍ତା। ପ୍ରଧାନମନ୍ତ୍ରୀ ଗାମ୍ୟ ସଡକ ଯୋଜନାର ୧କୋଟି ୯୭ଲକ୍ଷ ବ୍ୟୟ ଅଟ୍ଟକଳରେ ନିର୍ମାଣ ଚାଲିଥିବା ରସ୍ତା ଅତ୍ୟନ୍ତ ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସି। ଆଜି ଗ୍ରାମବାଶୀ ମାନେ ଏନେଇ ନିଆଁଜାଳି ରାସ୍ତା ଅବରୋଧ କରିଥିଲେ। ଗତ ଦୁଇ ଦିନ ତଳେ ନିର୍ମାଣ ହୋଇଥିବା ପିଚ ରାସ୍ତା ଜାଗା ଜା।ଗାରେ ପେଚ ପକାଯାଇଛି। କେଉଁଠି ରାସ୍ତା ତଳ ମାଟି ଦେଖା ଯାଉଛି ତ କେଉଁଠି ଘାସ ଦେଖାଯାଉଛି। ସବୁଠାରୁ ବଡ କଥା ଯେଉଁ ସବୁ ଜାଗାରେ ପିଚ ପକାଯାଇଛି ହାତରେ ଟେକିଲେ ଉଠିଯାଉଛି। ତେବେ ଏହି ଚିତ୍ର ବାସ୍ତବରେ ପ୍ରମାଣିତ କରୁଛି ଅଧାରୁ ଅଧିକ ଅର୍ଥ କଣ୍ଟ୍ରାକ୍ଟର୍ ପେଟକୁ ଯାଇଛି ଆଉ ଦେଖାଣିଆ ରସ୍ତା ତିଆରି ହୋଇଛି। ଏହି ଅସାଧୁ କଣ୍ଟ୍ରାକ୍ଟରଙ୍କୁ ଜଗିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଦାଇତ୍ବ ଦିଆଯାଇଥିବା ବେଳେ ଅଧୀକାରୀ ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ନାହାନ୍ତିତି, ଯାହା ତଦନ୍ତ ସାପେକ୍ଷ । ଏପଟେ ଉକ୍ତକାମକୁ ତଦାରକ କରୁଥିବା ଜୁନିୟର ଇଂଜିନିୟର କହିଛନ୍ତି ରାସ୍ତା ପୁନଃ ନିର୍ମାଣ ହେବ ଆବଶ୍ୟକ ପଡିଲେ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ା
