ଜଳେଶ୍ୱର : ( ସଂଜୟ ଦାସ ) ଧଳା ଜହର ବେପାରର ଉଦ୍ଧିଷ୍ଟ ସହର କୁହାଯାଉଥିବା ଜଳେଶ୍ୱର ରୁ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଖବରରୁ ଜଣାପଡିଛି ଯେ ବର୍ଷ ବର୍ଷ ଧରି ଧଳା ଜହର ବେପାରୀ ମାନେ ବେଶ ଚତୁରତା ସହ କୋଟିକୋଟ ଟଙ୍କାର ଧଳା ଜହର ବେପାର କରି ଚାଲିଛନ୍ତି । ତାହାରି ଭିତରେ ଜଳେଶ୍ୱର ବେପାରୀଙ୍କ ଲିଙ୍କ ବାଂଗଲାଦେଶ ରୁ ରାଜଧାନୀ ଭୁବନେଶ୍ବର ଯାଏଁ ହାତ । ତେବେ ଏହି ବେପାରୀ ମାନଙ୍କ ମଧ୍ୟରୁ କିଛି ଧରାପଡି ଜେଲ ଭିତରେ । ଅଧିକାଂଶ ଜଳେଶ୍ୱର ପିଲା । ପୁଣି ଆଜି ଜଳେଶ୍ୱର ପୋଲିସ ଆଉଏକ ବଡ଼ ସଫଳତ । ୪୦୦ ଗ୍ରାମ ଧଳା ଜହର ଜବତ କରିବା ସହ ୩ ଜଣକୁ ଗିରଫ କରିବାରେ ସଫଳ ହୋଇଛି ଜଳେଶ୍ୱର ପୋଲିସ । ଜଳେଶ୍ଵର ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ନିର୍ଦ୍ଦେଶ ଅନୁଯାଇ ଜଳେଶ୍ବର ଆଇଆଇସି ଧନେଶ୍ଵର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଆଜି ତା: ୦୧/୦୨/୨୦୨୦ ରିଖ ପୂର୍ବାହ୍ନରେ ଜଳେଶ୍ୱର ଶେଖବାଡ ଅଞ୍ଚଳରେ ଚଢାଉ କରି , ଜଳେଶ୍ଵର ଶେଖବାଡର ସାଦିକ ମହମ୍ମଦ ( ଚୁଇଁ ) ସହ ପଶ୍ଚିମବଙ୍ଗ ଏଗ୍ରା ଅଞ୍ଚଳର ଝୋନୀ ସିଂ ଓ ଅଭିକ ମାଇତିକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ । ସେମାନଙ୍କ ଠାରୁ ୪୦୦ ଗ୍ରାମରୁ ଅଧିକ ଧଳା ଜହର ସହ ଏକ ଧଳାସ୍କୁଟି, ୪ ଟି ମୋବାଇଲ ଫୋନ ଓ ୧୭ ହଜାର ଟଙ୍କା ଜବଦ ହୋଇଛି । ଜବତ ହୋଇଥିବା ଧଳା ଜହରର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପ୍ରକାଶ କରିଛି। ସେହିପରି ଏସଟିଏଫ ନଜରରେ ଥିବା କୁଖ୍ୟାତ ନିଶା ବେପାରୀ ଟାକ୍ଲୁ ରାଜାକୁ କେବେ ପୋଲିସ ଗିରଫ କରିବାରେ ସଫଳ ହେବ ତାହା ବେଖିବାକୁ ବାକିରହିଲା ।
