ଜଣେ ମିଛୁଆ ଆଉ ଜଣେ ମିଛୁଆକୁ କହିଲେ ଗାନ୍ଧି !

ଆନ୍ଦୋଳନ ବ୍ୟୁରୋ: ଅମିତ ସାହା ଜଣେ ଜେଲ ଫେରନ୍ତା ବ୍ୟକ୍ତି ଏ କଥା କାହାକୁ ଅଛପା। ମିଛ କହିବାରେ ବି ଅମିତ ସାହା ନରେନ୍ଦ୍ର ମୋଦିଙ୍କ ଭଳି ପାରଙ୍ଗମ ଏକଥା ବିରୋଧି ବହୁବାର କୁହନ୍ତି। ତେବେ ଓଡିଶାର ଜଣେ ଶ୍ରେଷ୍ଠ ମିଛୁଆ ଏବଂ ୭ରୁ ଅଧିକ ମାମଲାର ଅଭିଯୁକ୍ତ ହେଉଛନ୍ତି ପ୍ରତାପ ଷଡଙ୍ଗୀ ତାଙ୍କୁ ଗାନ୍ଧି କହିବା ଯାହା ନାଥୁରାମ ଗଡସେକୁ ଦେଶଭକ୍ତ କହିବା ସେଇଆ। ବିରୋଧି କଣ ସମାଲୋଚନା କରିବେ ସେ ଅଲଗା କଥା କିନ୍ତୁ ପ୍ରତାପ ଷଡଙ୍ଗୀଙ୍କୁ ଓଡିଶାର ଗାନ୍ଧି କହିବା ଅମିତ ସାହାଙ୍କ ବାଚଳାମିକୁ ପ୍ରମାଣିତ କରିଛି । ଅନ୍ୟପଟେ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କ ଭାବମୂର୍ତ୍ତ ଫିକା ପଡିବା ପରେ ଆସନ୍ତା ଦିନରେ ପ୍ରତାପ ଷଡଙ୍ଗିଙ୍କୁ ପ୍ରୋଜେକ୍ଟ କରିବାର ମୂଳଦୂଆ ପକାଇଛନ୍ତି କି ଅମିତ୍ ଶାହା । ଏହି କଥାକୁ ବିଜେପି କର୍ମିମାନେ ସିଧାସଳଖ ନମାନିଲେ ବି କଥାଟି ସତ । ଏହି ମନ୍ତ୍ରକୁ ଏବେ ରାଜନୈତିକ ମହଲରେ ଗୁରୁତ୍ୱ ଦିଆଯାଇଛି । ଯାହାକି ଆସନ୍ତା ଦିନରେ ପ୍ରମାଣିତ ହେବାକୁ ଯାଉଛି ବୋଲି କୁହାଯାଉଛି । ଏସବୁ ପରେ ଷଡଙ୍ଗୀ ବାବୁ କଣ ତାହା ବାଲେଶ୍ବର ବାସୀ ଭଲକି ଯାଣନ୍ତି। ଅବଶ୍ୟ କେତେଜଣ ଚକ୍ରାନ୍ତ କାରୀଙ୍କ ପାଇଁ ରବିଜେନା ହାରିଲେ ଆଉ ପ୍ରତାପ ଜିତିଲେ ନହେଲେ ପ୍ରତାପ ନା ବାଲେଶ୍ବର ନା ନୀଳଗିରି କଉଠି କିଛିବି କରିନାହାନ୍ତି ଏହା ସମସ୍ତଙ୍କୁ ଜଣା। ସବୁପରେ ଗୋଟେ କଥା ଦେଶର ସର୍ବବୃହତ ଗଣ ମାଧ୍ୟମ ଲେଖି ସାରିଛି ପ୍ରତାପଙ୍କ ଦେହରେ ରକ୍ତର ଛିଟା ଲାଗିଛି । ଯଦି ଶାହାଙ୍କ ଭାଷଣ ପରେ ଧର୍ମେନ୍ଦ୍ରଙ୍କ ସ୍ଥାନ ପ୍ରତାପ ନିଅନ୍ତି ତାହାଲେ ବିଜେପି ବହୁଶିଘ୍ର ଓଡିଶାରୁ ହଜିଜିବ ଏହା ସ୍ପଷ୍ଟ ।

Leave a Reply

Your email address will not be published. Required fields are marked *