ମାଟ୍ରିକ ପରୀକ୍ଷା ସେଣ୍ଟରରେ ଅଗ୍ନି କାଣ୍ଡ ,ଅଳ୍ପକେ ବର୍ତ୍ତିଗଲା ପ୍ରଶ୍ନପତ୍ର

ଲେଶ୍ଵର/ନୀଳଗିରି : ମାଟ୍ରିକ ବିଜ୍ଞାନ ପରୀକ୍ଷା ହେବାପୁର୍ବରୁ ସେଣ୍ଟରରେ ଅଗ୍ନିକାଣ୍ଡ । ଦାଉ ଦାଉ ହୋଇ ରାତି ଅଧରେ ଜଳିଲା ପରୀକ୍ଷା ସେଣ୍ଟର ଅଫିସ ଗୃହ । ଅଳ୍ପକେ ବର୍ତ୍ତିଗଲା ମାଟ୍ରିକ ପ୍ରଶ୍ନପତ୍ର। ଜଳିଗଲା କମ୍ପ୍ୟୁଟର ପ୍ରିଣ୍ଟ ଓ କିଛି କାଗପତ୍ର । ଏପରି ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି କେ.ସି ହାଇସ୍କୁଲ ନୋଡାଲ ପରୀକ୍ଷା ସେଣ୍ଟରରେ । ତେବେ କଥା ହେଉଛି ଯେ ରାଜ୍ୟରେ ସବୁଠି ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ତାହାରି ଭିତରେ ସରିଛି ମାତୃଭାଷା, ଇଂରାଜୀ, ହିନ୍ଦୀ/ସଂସ୍କୃତ ଓ ଗଣିତ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ପରୀକ୍ଷା । ବାକି ୨ଟି ବିଷୟ ପରୀକ୍ଷା ସରିବାକୁ ବାକି । ତେବେ ନୀଳଗିରି ନୋଡ଼ାଲ ପରୀକ୍ଷା ସେଣ୍ଟର ଭାବେ ହୋଇଥିବା କେ.ସି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଅଗ୍ନିକାଣ୍ଡ । ବିଜ୍ଞାନ ପରୀକ୍ଷା ପୂର୍ଵରାତି ଅର୍ଥାତ ୨୭/୦୨/୨୦୨୦ ଗୁରୁବାର ରାତି ପ୍ରାୟ ୧୦ଟା ୩୦ମି: ସମୟରେ ପରୀକ୍ଷା କେନ୍ଦ୍ରରେ ଅଗ୍ନିକାଣ୍ଡ । ସେଣ୍ଟର ସାରା ଧୂଆଁ ଭର୍ତ୍ତି ଦେଖି ସେଣ୍ଟରକୁ ଜଗୁଥିବା ଜଗୁଆଳି ପରୀକ୍ଷା କେନ୍ଦ୍ରର ଅଫିସ ରୁମ ଭିତରୁ ଧୂଆଁ ବାହାରିବା ଅନୁମାନ କରି ପୋଲିସକୁ ଦେଇଥିଲେ ଖବର । ନିଆଁ ଲାଗିବା ଖବର ପାଇ ସ୍କୁଲ ପ୍ରଧାନ ଶିକ୍ଷକ, ନୀଳଗିରି

ଆଇ ଆଇସି ମିନତୀ ବିଶ୍ୱାଳ, ସବଇନ୍ସପେକ୍ଟର ବାସୁଦେବଜୟ ସିଂ, ସସ୍ମିତା ମଲ୍ଲିକ, ଓ ଅଗ୍ନିଶମ ବିଭାଗ ଟିମ ପହଁଚି ପରୀକ୍ଷା କେନ୍ଦ୍ର ଅଫିସ କିରାଣୀ ଗୃହରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ତେବେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛି ବାକି ଥିବା ଦୁଇଦିନ ପରୀକ୍ଷା ପ୍ରଶ୍ନ ପତ୍ର । ୧୧ଟି ପରୀକ୍ଷା କେନ୍ଦ୍ରର ୨୧୦୧ ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳିଥାନ୍ତା ନିଆଁ । ଅଗ୍ନିକାଣ୍ଡରେ କମ୍ପୁଟର, ପ୍ରିଣ୍ଟର ଓ କିଛି କାଗଜପତ୍ର ପୋଡିଯାଇଥିବା ଜଣାପଡିଛି । ତେବ ରାତି ହୋଇଥିଲେ ମଧ ଘଟଣା ସ୍ଥଳରେ ଜିଲା ଶିକ୍ଷା ଅଧିକାରୀ ପ୍ରମୋଦ ଷଡଙ୍ଗୀ ଓ ନୀଳଗିରି ବିଇଓ ଭଗୀରଥ ଗିରି ପହଞ୍ଚହି ପ୍ରଶ୍ନପତ୍ର ସୁରକ୍ଷିତ ସ୍ଥାନରେ ରଖାଯାଇଛି । କେନ୍ଦ୍ରରେ ଅଚାନକ କିଭଲି ନିଆଁ ଲାଗିଲା ଜଣାପଡିନଥିଲେବି ବିଦ୍ୟୁତ ସଟସର୍କିଟ ହୋଇଥାଇପାରେ ଅନୁମାନ କରାଯାଉ ଥିବାବେଳେ ଅନ୍ୟପଟେ ଘଟଣା ସମ୍ପର୍କରେ ତଦନ୍ତ କରାଗଲେ ସ୍ପଷ୍ଟ ହେବ । ଉକ୍ତ ପରୀକ୍ଷା ସେଣ୍ଟରରେ ପୂର୍ବଭଳି ପରୀକ୍ଷା ଚାଲୁ ରହିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *