ସମ୍ପାଦକୀୟ : ଭରତ ବର୍ଷର ନୂଆ ଇତିହାସ ତିଆରି କରିଥିବା ଏକ ମିଛୁଆ ବିଫଳ ସରକାର ଏବେ ଧର୍ମନାମରେ ଦଙ୍ଗା କରିବା ଆରମ୍ବ କରିଛି ଏକଥା ସବୁଠି ଚର୍ଚ୍ଚାର ପ୍ରଶଙ୍ଗସାଜିଛି । ତେବେ ନରେନ୍ଦ୍ର ମୋଦି ଓ ଅମିତ ସାହା ସରକାର ଦେଶକୁ ଜେ ଅନ୍ଧକାର ଆଡକୁ ଠେଲିନେଉଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ସାଇନବାଗ ଘଟଣାକୁ ନିଆଯାଇ ପାରେ ବୋଲି ବୁଦ୍ଧିଜିବି ମାନେ ମତରଖିଲେଣି । ଭାରତ ଏକ ସାର୍ବଭୈାମିକ ଗଣତାନ୍ତ୍ରୀକ ରାଷ୍ଟ୍ର, ଭାରତ ବର୍ଷ ନରେନ୍ଦ୍ର ମୋଦି କି ଅମିତ ସାହାଙ୍କ ପୈତୃକ ସମ୍ପତି ନୁହଁ । ଅବଶ୍ୟ ସେ ନିର୍ବାଚିତ ପ୍ରତିନିଧୀ ତାଙ୍କୁ ଲୋକ ତାଙ୍କରି ଭାଷାରେ ଚୌକିଦାରର ପଦବିରେ ବଶାଇଛନ୍ତି କିନ୍ତୁ ଉଭୟ ଯେଉଁପରି ନିଜ ମାଲିକାନା ଯାହିର କରିବାକୁ ଯାଇ ଦଙ୍ଗା ଆରମ୍ବ କଲେଣି ଏହା ଶୁଭଙ୍କର ନୁହଁ ବୋଲି ସାଧାରଣ ଲୋକ କହିବା ଆରମ୍ଭ କଲେଣି। ତେବେ ସାଇନ ବାଗରେ ଶାନ୍ତିପୁର୍ଣ୍ଣଭାବେ ଆନ୍ଦୋଳନ ରତ ସାଧାରଣ ଲୋକଙ୍କୁ ଜେଉଁଭଳି ୩ଜଣ ବିଜେପି ନେତାଙ୍କ ନିର୍ଦେଶରେ ଆକ୍ରମଣ କରାଗଲା , ଯେଉଁଥିରେ ୨୦ଜଣ ସାଧାରଣ ଲୋକ ଜଣେ କନେଷ୍ଟବଳ ମୃତ୍ୟୁବରଣ କଲେ ତାପାଇଁ କଣ ନରେନ୍ଦ୍ର ମୋଦି ଓ ଅମିତ ସାହା ଦାଇହେବେନି ? କାହିଁକି ଉକ୍ତ ୩ଜଣ ବିଜେପି ନେତାଙ୍କ ବିରୁଦ୍ଧରେ ମାମଲା ଦିଲ୍ଲିହାଇକୋର୍ଟର ବିଚାରପତି ଶୁଣାଣି କରିବାରୁ ବିଚାରପତିଙ୍କୁ ବଦଳି କରାଗଲା ? ଏହା କଣ ଗଣତନ୍ତ୍ରପାଇଁ ଶୁଭଙ୍କର ! ଏଠି କେବଳ ଗୋଟିଏ କଥା କୁହାଯାଇପାରେ କେନ୍ଦ୍ରର ବିଜେପି ସରକାର ବା ନରେନ୍ଦ୍ର ମୋଦି ,ଅମିତ ସାହା ଯୋଡି ସେଦିନର ସେହି ଦେଶ ବିଭାଜନ କାରୀ ଜିନାର ଭୁମିକା ନେବେନିତ ? ନାଁ ଆଉ ଏକ ଫିରିଙ୍ଗି ସାଶନର ପୁନରା ବୃତି କରିବାକୁ ବିଜେପି ଅପଚେଷ୍ଟା କରୁଛି । ସବୁପରେ ବିଜେପି ବା ବିଜେପିର ବୁଦ୍ଧିଦାତା ଆର . ଏସ .ଏସ ଏକଥା ବୁଝିବା ଦରକାର ଏ ଦେଶ ଆମର ମାନେ ହିନ୍ଦୁ,ମୁସଲମାନ,ସିଖ,ଇସାଇ ସିଧାକଥା ସବୁଧର୍ମର ବ୍ୟକ୍ତିଙ୍କର , କେହିବି ଏଦେଶକୁ ଭାଙ୍ଗିବାକୁ ଅପଚେଷ୍ଟା କରନି । ଆମକୁ ଭାଇ ଭାଇ ହୋଇ ଶାନ୍ତିରେ ବଞ୍ଚିବାକୁ ଦିଅ । ଆମର ଦରକାର ନାହିଁ ହିନ୍ଦୁ ରାଷ୍ଟ୍ର , ଧର୍ମନାମରେ ମଣିଷକୁ ଲଢାଇ ଯେଉଁ ଲାଲ ରକ୍ତର ରାସ୍ତାରେ ଚାଲି କ୍ଷମତାର ପାହାଡରେ ବଶିବାକୁ ଚାହୁଁଛ ଏହା ତୁମକୁ କରିବାକୁ ଦିଆଜିବନି ତୁମର ଏଭଳି ଅପପ୍ରୟାସ ଇତିହାସରେ ଲିପିବଦ୍ଧ ହୋଇରହିବ ା ଇତାହାହ ତୁମକୁ ଦଙ୍ଗାକାରୀର ପରିଚୟ ଦେବ ସେପରିଚୟରେ ବଞ୍ଚିପାରିବତ ? ନାଥୁରାମ ଗଡସେ ଓ ଜିନାକୁ ଆଜି ଇତିହାସ ଜଉଁଠି ବସାଇଛି କାଲିଜଦି ଅମିତ ସାହା ନରେନ୍ଦ୍ର ମୋଦିଙ୍କୁ ଇତିହାସ ସେଠି ବସାଏ ସେ ଅପବାଦ ହୁଏତ ତୁମକୁ ଜିଅନ୍ତା ମାରିଦେବ ।
