ଜନ ଶୁଣାଣୀ: ଅଭିଯୋଗ ମାଳ ମାଳ ସମାଧାନ ଦୁର୍ବଳ

ଜଳେଶ୍ୱର : ( ସଂଜୟ ଦାସ ) ବର୍ଷବର୍ଷ ଧରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତି ଦୁଇ ମାସ ଅନ୍ତରରେ ଜିଲ୍ଲା ବ୍ଲକ ସ୍ତରରେ ମିଳିତ ଅଭିଯୋଗ ପ୍ରକୋଷ୍ଟ ର ତାରିଖ ଧାର୍ଯ୍ୟ କରିଥାନ୍ତି । ଛୋଟ ରୁ ବଡ଼ , ମହିଳା ଠାରୁ ପୁରୁଷ ମାଳ ମାଳ ଅଭିଯୋଗର କାଗଜ ଧରି ଜିଲ୍ଲା ପାଳଙ୍କ ନିକଟରେ ଅଭିଯୋଗ କରିଥାନ୍ତି । ମାଳ ମାଳ ଅଭିଯୋଗ ଭିତରେ ସମାଧାନ ହୁଏ ଦୁର୍ବଳ । ଯାହାର ଏଭଳି ସମସ୍ୟା ଦେଖାଦେଇଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ କ୍ଷେତ୍ରରେ । ଗତ ତା: ୧୬/୧୨/୨୦୧୯ ରିଖ ଜଳେଶ୍ୱର ବ୍ଲକରେ ହୋଇଥିବା ମିଳିତ ଅଭିଯୋଗ ପ୍ରକୋଷ୍ଟରେ ୧୮୨ଟି ଅଭିଯୋଗ ପଡିଥିବା ବେଳେ ଠିକ ତାର ୨ ମାସ ୧୦ ଦିନ ପରେ ଅର୍ଥାତ ଆଜି ତା: ୨୪/୦୨/୨୦୨୦ ରିଖରେ ବାଲେଶ୍ଵର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସମସ୍ତ ବିଭାଗର ଅଧିକାରୀଙ୍କୁ ଧରି ଲୋକଙ୍କ ସମସ୍ୟା ବସି ଶୁଣିଲେ ଓ ୧୭୫ଟି ଅଭିଯୋଗ ଗ୍ରହଣ କଲେ । ଯଦି ଦୁଇ ମାସରେ ୩୫୭ଟି ଅଭିଯୋଗ ହେଲେ ବାସ୍ତବରେ ସମାଧାନ କେତୋଟି ହୋଇଛି ଜିଲ୍ଲାପାଳ ମହୋଦୟ କହିପାରିବେ କି….? ଜନଶୁଣାଣୀ ନାଁ ରେ ସାଧାରଣ ଗରିବ ଲୋକଙ୍କୁ ଖର୍ଚନ୍ତରରେ ପକାଇ ହୋଇରାଣ କରାଇବା ଏ ହେଉଛି ଏକ ପ୍ରହସନ ଶିବିର । ଯେତେ ଅଭିଯୋଗ ହେଉନା କାହିଁକି ଚୋରା ବାଲି ମାଫିଆଙ୍କ ଉପରେ ନାହିଁ କାର୍ଯ୍ୟାନୁଷ୍ଠାନ । ବେଆଇନ ଇଟାଭାଟି ଉପରେ କାହିଁକି ଅନୁକମ୍ପା । ଧାନକିଣାର ଦୁର୍ନୀତି,ଜଳେଶ୍ବର ଚନ୍ଦନେଶ୍ଵର ମୁଖ୍ୟରାସ୍ତାର ଆମ୍ବଳିଅଠା ଛକ ନିକଟରୁ ଜବରଦଖଲ ଉଛେଦ କେବେ, ପଞ୍ଚୁ ଘଣ୍ଟା ଏସ ଏଚ ଜି ଗୃପ ପଖ୍ଯରୁ ଅସ୍ଥାୟୀ କାଠ ପୋଲ ଉଛେଦ, ନାମ୍ପ ଗ୍ରାମୀଣ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ହେବ କେବେ, ଜଳେଶ୍ୱର ଅଞ୍ଚଳରେ ଜଳାଶୟକୁ ଭର୍ତି କରି କୋଠା ନିର୍ମାଣ କରାଯାଉଥିବା କ୍ଷେତ୍ରରେ ତହସିଲଦାର ଆଖିବୁଜି ବସିବା,ଆରୁହା ରାଜସ୍ବ ବିଭାଗ ରେ ୨୦୦୪ ମସିହାର ପାଣିପଞ୍ଚାୟତ ଗୃହ କାର୍ଯ୍ୟ କାରୀ ହୋଇପାରିଲାଣି , ପୁଣି ୧କୋଟି ୮୭ ଲକ୍ଷ ୨୬ ହଜାର ୫୮୪ ଟଙ୍କା ହୋଇ କାମ ଚାଲିଛି । ଦୁଇ ଦୁଇଟି ପ୍ରକଳ୍ପ ହୋଇ ମଧ୍ୟ ପାଣି ଲୋକେ ପାଇବାରୁ ବଞ୍ଚିତ କାହିଁକି ଭଳି ବିଭିନ୍ନ ସମସ୍ୟା ଆଗରୁ ଯାହା ଏବେବି ସେହିଭଳି ଅଭିଯୋଗ ଇତ୍ୟାଦି ଜନଶୁଣାଣୀ ପ୍ରକୋଷ୍ଟକୁ ଆସିଥିଲା । ବାରମ୍ବାର ଅଭିଯୋଗ ପରେବି ପଞ୍ଚୁଘଣ୍ଟା ଠାରେ ଥିବା ତିନୋଟି ବାଲି ଖାଦାନରୁ ବେଆଇନ ବାଲିପରିବହନ କାହା ସ୍ୱାର୍ଥ ପାଇଁ ଚାଲିଛି ବୋଲି ପ୍ରଶ୍ନ କରିଥିଲେ । ସେହିପରି ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ବେଆନ ଚାନ୍ଦା ଆଦାୟ ବନ୍ଦ ନହେବା ପଛରେ କାହାର ହାତ ରହିଛି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ,ଏସପି ବି ଯୁଗୋଳ କିଶୋର ସାରଙ୍କ ପାଖରେ କିଛି ଉତ୍ତର ଅଛିକି…? ତେବେ ସବୁଥର ଭଳି ଏଥରବି ଜନଶୁଣାଣୀ ଶିବିରରେ ବାଲେଶ୍ଵର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ନିଲୁ ମହାପାତ୍ର,ଏସପି ବି. ଯୁଗୋଳକିଶୋର, ଏସଡିପିଓ ଅଙ୍କିତା କୁମ୍ଭାର ,ପିଇଡି ରାମଚନ୍ଦ ଜେନା, ତହସିଲଦାର କ୍ଷୀରୋଦ ପଣ୍ଡା , ବିଡ଼ିଓ ଦୀପ୍ତି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ୟ ସମସ୍ତ ବିଭାଗର ଉଚ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *