ନବିନଙ୍କ ଗୁଡ ବୁକରେ ରବିନ୍ଦ୍ର : ୧୯ ନୂଆ ମୁହଁ,୧୪ ପୁରୁଣା

ବାଲେଶ୍ବର : ଆଜି ବିଜୁଜନତା ଦଳର ଜିଲ୍ଲାସଭାପତି ମାନଙ୍କ ନାମପ୍ରକାଷ ପାଇଥିବା ବେଳେ ବାଲେଶ୍ବର ଜିଲ୍ଲାସଭାପତି ଆଶନକୁ ସମ୍ଭାଳି ରଖିଛନ୍ତି ରବିନ୍ଦ୍ରଜେନା ା ଜଣେବ୍ୟବସାଇରୁ ସମାଜସେବା ପରେ ରାଜନୀତିର ଜଣେ ସଫଳ ପ୍ରଭାବ ଶାଳି ଚେହେରା ସାଜିଥିଲେ ରବିନ୍ଦ୍ର ଜେନା ା ବାଲେଶ୍ବର ଜିଲ୍ଲାର ସାଂସଦ ପଦବିକୁ କଂଗ୍ରେସ ପାଖରୁ ଛଡାଇ ଆଣି ବିକାଶର ନୂଆ ଶ୍ବାଦଚଖାଇଥିବା ବ୍ୟକ୍ତି ରବିନ୍ଦ୍ରବୋଲି କୁହାଯାଏ ା ଏମିତିକି କିଛି ଚକ୍ରାନ୍ତ କାରୀ ରବିନ୍ଦ୍ରଙ୍କୁ ଗତ ନିର୍ବାଚନରେ ହରାଇବା ପରେ ମଧ୍ୟ ପୁର୍ବପରି ସେ ଲୋକଙ୍କ ସେବା କରିବାରେ ହେଳାକରୁନାହାନ୍ତି ା ସବୁଠାରୁ ଗୁରୁତ୍ତପୂର୍ଣ୍ଣ କଥା ସାଂସଦ ଥିବା ବେଳେ ରବିନ୍ଦ୍ରଙ୍କ ଘରେ ଜେମିତି ଭିଡ ହୁଏ ଆଜିବି ସେମିତି ଭିଡ ଦେଖିବାକୁ ମିଳେ ା ସବୁପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଲୋକଙ୍କ ସାଥିରେ ରହି ରାଜନୀତିର ଚକ୍ରବ୍ୟୁହରେ ପଶି ବାହାରିପାରୁଥିବା ଜଣେ ନେତା ଜେ ରବିନ୍ଦ୍ର ଏଥିରେ ସନ୍ଦେହ ନାହିଁ ା ଯାହାର ଉଦାହରଣ ସୋରୁପ ରବିନ୍ଦଙ୍କୁ ପୁଣିଥରେ ମିଳିଲା ବାଲେଶ୍ବର ଜିଲ୍ଲାସଭାପତି ପଦ ା ବିଜୁଜନତା ଦଳ ଓଡିଶାର ସମୁଦାୟ ୩୩ଟି ସଂଗଠନିକ ଜିଲ୍ଲାର ସଭାପତି ନେଇ ନାମ ଘୋଷଣା ହୋଇଛି। ଏହି ଘୋଷଣା କରିଛନ୍ତି ବିଜେଡି ରିଟର୍ଣିଂ ଅଫିସର ପ୍ରତାପ କେଶରୀ ଦେବ । ନୂଆ ସଭାପତିଙ୍କ ତାଲିକାରେ ୧୯ ନୂଆ ମୁହଁ ରହିଥିବା ବେଳେ ୧୪ ଜଣ ପୁରୁଣା ସଭାପତି ରହିଛନ୍ତି । ପ୍ରଥମଥର ଲାଗି ମୟୂରଭଞ୍ଜରେ ୨ ଜଣଙ୍କୁ ସଭପତି ଦାୟିତ୍ୱ ଦିଆଯାଇଛି । ଆସନ୍ତା ୨୩ ତାରିଖରେ ବିଜେଡି ସଭାପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ କରିବେ । ୨୬ରେ ଦଳର ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ତେବେ ଯାଣନ୍ତୁ କେଉଁ ଜିଲ୍ଲାର କିଏ ସଭାପତି ରହିଲେ ା

ଅନୁଗୁଳ: ମହେନ୍ଦ୍ର ବସ୍ତିଆ

ବାଲେଶ୍ୱର: ରବୀନ୍ଦ୍ର କୁମାର ଜେନା

ବରଗଡ଼: ବିଜୟ ରଞ୍ଜନ ସିଂହବରିହା

ଭଦ୍ରକ: ଜଗନ୍ନାଥ ସ୍ୱାଇଁ

ଭୁବନେଶ୍ୱର: ଅନନ୍ତ ନାରାୟଣ ଜେନା

ବଲାଙ୍ଗୀର: ଟୁକୁନି ସାହୁ

ବୌଦ୍ଧ: ମହିଧର ରଣା

କଟକ: ଦେବାଶିଷ ସାମନ୍ତରାୟ

ଦେଓଗଡ଼: ରୋମାଞ୍ଚ ରଞ୍ଜନ ବିଶ୍ୱାଳ

ଢ଼େଙ୍କାନାଳ: ପ୍ରଫୁଲ୍ଲ ମଲ୍ଲିକ

ଗଜପତି: ପ୍ରଦୀପ ନାୟକ

ଗଞ୍ଜାମ: ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ

ଜଗତସିଂହପୁର: ପ୍ରଶାନ୍ତ ମୁଦୁଲି

ଯାଜପୁର: ସରୋଜ ମହାପାତ୍ର

ଝାରସୁଗୁଡ଼ା: କିଶୋର ମହାନ୍ତି

କଳାହାଣ୍ଡି: ପୁଷ୍ପେନ୍ଦ୍ର ସିଂହଦେଓ

କନ୍ଧମାଳ: ସରୋଜ କୁମାର କର୍ଣ୍ଣ

କେନ୍ଦ୍ରାପଡ଼ା: ଉତ୍କଳ କେଶରୀ ପରିଡ଼ା

କେନ୍ଦୁଝର: ମାଧବ ସର୍ଦ୍ଦାର

ଖୋର୍ଦ୍ଧା: ବିଭୂତି ଭୂଷଣ ବଳବନ୍ତରାୟ

କୋରାପୁଟ: ଇଶ୍ୱର ପାଣିଗ୍ରାହୀ

ମାଲକାନଗିରି: ପୂର୍ଣ୍ଣଚନ୍ଦ୍ର ବାକା

ମୟୂରଭଞ୍ଜ ସଦର: ସୁଦାମ ମାର୍ଣ୍ଡି

ମୟୂରଭଞ୍ଜ: କଶୀନାଥ ହେମ୍ୱ୍ରମ୍

ନୟାଗଡ଼: ରମେଶ ବେହେରା

ନବରଙ୍ଗପୁର: ରମେଶ ଚନ୍ଦ୍ର ମାଝି

ନୂଆପଡ଼ା: ମନୋଜ ମିଶ୍ର

ପୁରୀ: ମହେଶ୍ୱର ମହାନ୍ତି

ରାୟଗଡ଼ା: ସୁଧିର ଦାଶ

ରାଉରକେଲା: ଶାରଦା ପ୍ରସାଦ ନାୟକ

ସମ୍ୱଲପୁର: ସିର୍ଦ୍ଧାଥ ଦାସ

ସୁବର୍ଣ୍ଣପୁର: ସରୋଜ କାମ୍ପ

ସୁନ୍ଦରଗଡ଼: ବିନୟ ଟପ୍ପୋ

Leave a Reply

Your email address will not be published. Required fields are marked *