ଏଜେନ୍ସି : ଗତ କିଛି ବର୍ଷ ମଧ୍ୟରେ ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନକୁ ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରିପାରୁଛନ୍ତି। ଆଣ୍ଟାର୍କଟିକାରେ ବରଫ ତରଳିବାଠାରୁ ଆରମ୍ଭ କରି ଅଦିନିଆ ବର୍ଷା ସହ ଗରମର ପ୍ରକୋପ ବଢ଼ିବାରେ ଲାଗିଛି।ଥଣ୍ଡା ରାଷ୍ଟ୍ରଗୁଡ଼ିକରେ ମଧ୍ୟ ତାପମାତ୍ରାରେ ବିରାଟ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ପୃଥିବୀ ପାଇଁ ଯେ ଏହା ବିପଦଜ୍ଜନକ, ବିଶେଷଜ୍ଞମାନେ ଏକଥା ପୂର୍ବାନୁମାନ କରିବା ସହ ଜନସାଧାରଣଙ୍କୁ ସଚେତନ କରାଇବାରେ ଲାଗିଛନ୍ତି।ବ୍ରିଟେନର ମନସ୍ତତ୍ତ୍ବବିତ ଷ୍ଟିଫେନ୍ ହକିଙ୍ଗଙ୍କ କହିବାନୁସାରେ, ମନୁଷ୍ୟ ଆଗକୁ ବଢ଼ିବା ନିମନ୍ତେ ଏତେ ବ୍ୟଗ୍ର ଯେ ଅନ୍ୟ କିଛି ପ୍ରତି ଧ୍ୟାନ ଦେଉନାହିଁ। ଜନସଂଖ୍ୟା ଓ ପ୍ରଦୂଷଣ ଗତାନୁଗତିକ ଭାବେ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତି ଲାଗିରହିଲେ ଆଗାମୀ ୬୦୦ ବର୍ଷ ମଧ୍ୟରେ ପୃଥିବୀପୃଷ୍ଠ ଏକ ଅଗ୍ନିପିଣ୍ଡୁଳାରେ ରୂପାନ୍ତର ହେବା ନିଶ୍ଚିତ।ପରବର୍ତ୍ତୀ ୨୦ ବର୍ଷ ମଧ୍ୟରେ ବିଭିନ୍ନ ପ୍ରାଣୀପ୍ରଜାତି ନିଶ୍ଚିହ୍ନ ହୋଇଯିବ। ଗଛଲତାର ଚିହ୍ନବର୍ଣ୍ଣ ପୃଥିବୀ ଶେଷବେଳକୁ ଆଉନଥିବ ବୋଲି ବିଶେଷଜ୍ଞଙ୍କ ମତ।ଭାରତୀୟ ଗବେଷକମାନେ ମଧ୍ୟ ଷ୍ଟିଫେନଙ୍କ ଏହି ମତକୁ ସ୍ବୀକାର କରିଛନ୍ତି। କାରଣ ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀର ପ୍ରଦୂଷଣ ସର୍ବାଧିକ ସ୍ତରରେ ପହଞ୍ଚିବା ସହ ନିୟନ୍ତ୍ରଣ ହୋଇପାରୁନାହିଁ।
