ଅନୁଗୁଳ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ବନ୍ଧାହେଲେ ଅସାମାଜିକ

ଅନୁଗୁଳ : ବିଳମ୍ବରେ ହେଉମଧ୍ୟ ନ୍ୟାୟ ପାଇଲେ ସାମ୍ବାଦିକ ତେବେ ଏଇ କେଶକୁ ରଫାଦଫା କରିଥିବା ପୋଲିସ ବାବୁଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବତ ? ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଧିନରେ ସାମ୍ବାଦିକଙ୍କୁ ଦିନଦ୍ୱିପ୍ରହରରେ ଆକ୍ରମଣ ଅଭିଯୁକ୍ତଙ୍କୁ
ମହଙ୍ଗା ପଡିଛି । ସାମ୍ବାଦିକଙ୍କୁ କୋଇଲା ମାଫିଆଙ୍କ ମାଡମରା ଭିଡିଓ ଭାଇରାଲ ହେବାପରେ ସାରା ରାଜ୍ୟ ଓ ଜାତୀୟ ସ୍ତରର ସାମ୍ବାଦିକଙ୍କ ମଧ୍ୟରେ ଅଶନ୍ତୋଶ ଦେଖାଦେଇଥିଲା । ଏହି ଅମାନୁଷିକ ଓ ଅମାନବୀୟ ମାଡମାରିବା ଭିଡିଓ ଭାଇରାଲ ହେବାପରେ
ଅନୁଗୁଳ ଜିଲ୍ଲା ପୋଲିସ୍ ପ୍ରଶାସନର ତତ୍ପରତା ପ୍ରକାଶ ପାଇଥିଲା । ଅନୁଗୁଳ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନାଙ୍କ ଅଫିସ୍ ପରିସରରେ ଗତକାଲି ଏକ ଜରୁରୀ ବୈଠକରେ ସମସ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଏହି ଟିମ୍‌ରେ ତାଳଚେର ଏସ୍‌ଡିପିଓ ଶ୍ରୀ ଭବାନୀ ଶଙ୍କର ଉଦ୍‌ଗାତାଙ୍କ ନେତୃତ୍ୱରେ କଲିୟରୀ ଥାନା,ତାଳଚେର ଥାନା ଓ ସମଲ ଥାନାର ଆଇଆଇସି ଯଥାକ୍ରମେ ସବ୍ୟସାଚୀ ରାଉତ,ସତ୍ୟବାନ ରାଉତ,ଚାରୁଲତା ବେହେରା ଓ ତଦନ୍ତକାରୀ ଅଧିକାରୀ ଶ୍ରୀନିବାସ ସେଠୀ ଅଭିଯୁକ୍ତ ମାନଙ୍କୁ ଧରିବାକୁ ରାତିସାରା ବିଭିନ୍ନ ଯାଗାରେ ଚଢାଉ କରିଥିଲେ । ଚଢାଉ ସମୟରେ ପାଲଲହଡାରେ ଅର୍ଦ୍ଧନିର୍ମିତ ପେଟ୍ରୋଲ ଟାଙ୍କିରୁ ମୂଖ୍ୟ ଅଭିଯୁକ୍ତ ବଳରାମ ସାହୁ,ତାଳଚେର ଥାନାଚଂଳର ହେଁସମୂଳ ଗ୍ରାମରୁ ବାବୁଲି ଓରଫ୍ ବବ୍‌ଲୁ ପ୍ରଧାନ ଓ ବାଲୁଙ୍ଗା ଗ୍ରାମରୁ ପଙ୍କଜ ଓରଫ୍ ପପୁ ପାଠେ, କଲିୟରୀ ଥାନା ଅଂଚଳର ଘଂଟପଡା ଗ୍ରାମରୁ ଟୁନା ସାହୁକୁ ଗିରଫ କରାଯାଇଛି ା ସାମ୍ବାଦିକ ଶ୍ରୀ ହିମାଂଶୁ ଶେଖର ଗଡନାୟକଙ୍କୁ ଗତ
ତା୦୪.୦୩.୨୦୧୯ରିଖ ବାଟରେ ଅଟକାଇ ବିଭିନ୍ନ ଆଳର ଅଭିଯୋଗକରି ମରଣାନ୍ତକ ଆକ୍ରମଣ କରିଥିଲେ ଏହି ଅସାମାଜିକ ଯୁବକ ମାନେ ା ଏନେଇ ସାମ୍ବାଦିକ ଗଡନାୟକ ତାଳଚେର ଥାନାର କେସ୍‌ନଂ- ୭୧/୧୯ ତା-୦୫.୦୩.୨୦୧୯ରିଖରେ ଦଫା
୩୪୧,୩୨୩,୫୦୬,୩୪ଆଇପିସିରେ ଏକ ମାମଲା ଋଜୁ କରିଥିଲେ । ସେହିକେସ୍‌ଟି ପ୍ରମାଣ ଅଭାବରୁ ବନ୍ଦ
ହୋଇଯାଇଥିଲା । ତେବ ସେହି ସମୟର ଏକ ଭିଡିଓ ଭାଇରାଲ ହେବାପରେ ସେହି କେସ୍‌କୁ ଆଉଥରେ ଖୋଲାଯାଇ ପୁନଶ୍ଚ ଦଫା-
୧୨୦(ବି),୩୦୭ ଓ ୩୬୫କୁ ଚାର୍ଚସିଟ୍‌ରେ ଦର୍ଶାଯାଇଥିଲା । ତେବେ ଆଜି ୪ଜଣଙ୍କୁ ଅଦାଲତରେ ହାଜର କରିବାପରେ ତାଙ୍କର ଜାମିନ୍ ନାମାଞୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲହାଜତ୍‌କୁ ପଠାଯାଇଛି ା

Leave a Reply

Your email address will not be published. Required fields are marked *