ହକିକୁ ସମର୍ଥନ ଜଣାଇବାକୁଓଡିଶା ଆସିବେମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ।

ଭୁବନେଶ୍ୱର କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ହକିକୁ ସମର୍ଥନ ଜଣାଇବାକୁ ଆସିବେ ଓଡ଼ିଶା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟ ମ୍‌ରେ ଆୟୋଜିତ ହେଥିବା ପୁରୁଷ ହକି ବିଶ୍ୱକପ୍‌ର ଅନ୍ତିମ ଦିବସ ବା ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବାପାଇଁ ସେ ଭୁବନେଶ୍ୱର ଆସିବେ ବୋଲି ଜଣାଇଛନ୍ତି। ସେ ଏଥିରେ ଲେଖିଛନ୍ତି, ସମଗ୍ର ଦେଶ ହକି ବିଶ୍ୱକପ୍‌କୁ ସମର୍ଥନ ଜଣାଉଥିବାର ଦେଖି ମୋତେ ଆନନ୍ଦିତ ଅନୁଭବ ହେଉଛି। ଏପରି ବିଶ୍ୱସ୍ତରୀୟ ଆୟୋଜନ ପାଇଁ ସେ ଉଭୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହକି ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି।

ସେ ଏହି ହକି ମହାକୁମ୍ଭକୁ ନିଜର ସମର୍ଥନ ଜଣାଇବା ପାଇଁ ସେ ଓଡ଼ିଶା ଆସୁଥିବା ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ଆସନ୍ତାକଲି ଭବ୍ୟ କଳିଙ୍ଗ ଷ୍ଟାଡିୟ ମ୍‌କୁ ଆସିବି, ସେଇଠି ଦେଖାହେବ।”

କିନ୍ତୁ ଦୁଃଖର କଥା ହେଉଛି, ଏହି ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍‌ରେ ଭାରତ ବିଦାୟ ନେଇସାରିଥିବାରୁ ଉଦ୍‌ଘାଟନୀ ଉତ୍ସବ ଭଳି ମାହୋଲ ଏତେ ଉତ୍ସାହଜନକ ନଥିବ।

Leave a Reply

Your email address will not be published. Required fields are marked *