ପ୍ରତାପ ଷଢଙ୍ଗୀଙ୍କ ବାହାରଟା ଯେମତା ଭିତରଟା ସେମତା ନୁହଁ

ଜଳେଶ୍ୱର : ସବୁଦାଢି ଛାଡିଥିବା ଲୋକ ବାବାଜି ନୁହଁନ୍ତି କି ସବୁ ଭଲ କଥାକୁହା ଲୋକ ସତକୁହା ନୁହନ୍ତି। ନିଜକୁ ସାଧୁଜ୍ଞାନି ବୋଲି କୁହାଇ ଅଭିନୟ କରୁଥିବା ପ୍ରତାପ ଷଢଙ୍ଗୀଙ୍କୁ ନେସନାଲ ମିଛୁଆର ସାର୍ଟିଫିକେଟ ଦିଆଯାଉ ବୋଲି କହିଛନ୍ତି ବେଲେଶ୍ବରର କିଛି ବୁଦ୍ଧିଜିବି। ଗୋଟିଏ ପଟେ ଦେଶ ଜଣେ ମିଛୁଆ ପ୍ରଧାନମନ୍ତ୍ରୀଙ୍କୁ ପାଇଁ ମିଛ ଦରିଆରେ ଭାସୁଥିବା ବେଳେ ଏପଟେ ମିଛରେ ପିଏଚଡି କଲା ଭଳି ମିଛ କହୁଥିବା ନୀଳଗିରି ନନାଙ୍କ ମିଛର ଖୁଲାସା କରିଛନ୍ତି ଜଳେଶ୍ବରର ଜଣେ ଆଇନ୍ ଜିବି। ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ମିଛ ସତ୍ୟ ପାଠ ଦେଇଥିବାରୁ ତାଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟ, ଶ୍ରୀଯୁକ୍ତ ଷଡ଼ଙ୍ଗୀ ୨୦୦୪, ୨୦୧୪,ଓ ୨୦୧୯ ରେ ଦାଖଲ କରିଥିବା ସତ୍ୟ ପାଠର ଦସ୍ତା ବିଜରେ ନିର୍ଦିଷ୍ଟ କିଛି ତଥ୍ୟର କୌଣସି ତାଳ ମେଳ ରହୁ ନାହିଁ, ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ଥିଲେ ବି ସମସ୍ତ ତଥ୍ୟ ସୁଚେଇ ନାହାନ୍ତି । ଏଥିସହ ସେ ସରକାର ଖଜଣା ବାକି ରଖିଛନ୍ତି, ସମ୍ପତ୍ତିର ପ୍ରକୃତ ମୂଲ୍ୟ ଓ ପରିମାଣ ଠିକ୍ ଭାବେ ଦେଇନାହାନ୍ତି। ସତ୍ୟ ପାଠରେ ଉଦ୍ଦେଶ୍ୟ ମୂଳକ ଭାବେ ବିଭିନ୍ନ ବିଭ୍ରାନ୍ତିକର ସୂଚନା ଦେଇ ଚଞ୍ଚକତା କରିଛନ୍ତି। ଯାହାକି ଜଣେ ନିର୍ବାଚିତ ଲୋକ ପ୍ରତିନିଧି ଭାବେ ନୀତିନିୟମ, ଆଇନ କାନୁନ ଓ ସାଧାରଣ ଭୋଟରଙ୍କ ବିଶ୍ୱାଶ,ଭରଷା, ଓ ଭଲପାଇବାକୁ କୋଠାରଘାତ କରିଛି। ସାଧାରଣ ଲୋକ ଓ ଭୋଟର ମାନଙ୍କୁ ତାଙ୍କର ପ୍ରକୃତ ତଥ୍ୟ ଲୋଚାଇ ଥିବାରୁ,ନ୍ୟାୟ ପାଇଁ ଜଳେଶ୍ୱର ଥାନାରେ ଆଇନ ଜୀବି କ୍ଷୀତିଶ ଚନ୍ଦ୍ର ଘୋଷ ଲିଖିତ ଅଭିଯୋଗ କରିଛନ୍ତି। ତେବେ ନୀତି ନିୟମ ସମ୍ବିଧାନର ପାଠ ପଢାଉଥିବା ଏହିନେତା ନୀତି ନିୟମ ସମ୍ବିଧାନକୁ କେମିତି ନିଜେ ନଷ୍ଟ କରିଛନ୍ତି ତାହା ଏହି ଅଭିଯୋଗରୁ ସ୍ପଷ୍ଟ ବାରିହୋଇ ପଡୁଛି ।

Leave a Reply

Your email address will not be published. Required fields are marked *