ସୋର : ସୋରରେ ସୋର ମହୋତ୍ସବ ପାଇଁ ମରିଜିବେ ଶତାଧିକ ଲୋକ। ଅଭିଯୋଗ ପରେବି ପ୍ରଶାସନ ନିରବ ଜଦି କାଲି କିଛି ଅଘଟଣ ଘଟେ ସରକାରୀ ବାବୁମାନଙ୍କ ହାତରେ ହାତକଡି ପଡିବାଟା ନିଶ୍ଚିତ କିନ୍ତୁ ଯେଉଁ କ୍ଷତି ସାଧାରଣ ଲୋକଙ୍କର ହେବ ତାହା ଭରିବ କିଏ ବେଲି ପ୍ରଶ୍ନ କରିଛି ସୋର ସଚେତନ ନାଗରିକ ମଞ୍ଚ। ଗତ ୧୧/୦୨/୨୦ରିଖରେ ସୋର ଉତରେଶ୍ୱର ସେବା ସମବାୟ ସମିତି ନିକଟରେ ଏକ ଅଣ ପଞ୍ଜିକୃତ ସଂଗଠନ(ସୋର ମୋହତ୍ସବ) ବେଆଇନ ଭାବେ ଦୀର୍ଘ ବର୍ଷ ଧରି ସୋର ମୋହତ୍ସବ କରିଆସୁଛି । ଯେଉଁଠି ସାଧାରଣ ଲୋକଙ୍କ ପାଖରୁ ଚାନ୍ଧା ଆଦାୟ ମଧ୍ୟ କରାଯାଏ । ଏହି ମୋହତ୍ସବଟି ପୂର୍ବ ବର୍ଷ ବିନା ସରକାରୀ ସୀକୃତିରେ ହୋଇଥିବା ଆଭିଯୋଗ ହୋଇଥିଲା । ଚଳିତ ବର୍ଷ ଏହି ମୋହତ୍ସବଟି ଗତ ୧୧ତାରିଖ ଠାରୁ ଆରମ୍ଭ ହୋଇଥିଲା ବେଳେ ମଧ୍ୟ ଏଥିରେ ଅଗ୍ନି ନିରାପତା ପାଇଁ କୌଣସି ଦୃଷ୍ଟି ଦିଆ ଯାଇନାହିଁ । ଏହି ମୋହତ୍ସବରେ ଜଦି କୌଣସି ଦୁର୍ଘଟଣା ଘଟେ (ଗ୍ୟାସ ଟାଙ୍କି ଫାଟିବା, ଇଲେକ୍ଟ୍ରୀ ସଟ ସାର୍କିଟ) ହେବା ଭଳି ଘଟଣା ଯଦି ଘଟେ ଶହଶ୍ରାଧିକ ଲୋକ ମୃତ୍ୟୁ ବରଣ କରିବାର ଆଶଙ୍କା କରାଯାଉଛି । ମୋହତ୍ସବରେ ବିଭିନ୍ନ ଦୋକାନ ବଜାର ବସିଥିଲେ ମଧ୍ୟ ଶତକଡା ୯୯ ଭାଗ ଦୋକାନୀ ଘୋରେଇ ଗ୍ୟାସ ବ୍ୟବହାର କରୁଛନ୍ତି ଯାହା ସମ୍ପୂର୍ଣ୍ଣ ବେଆଇନ ଅଟେ । ସରକାରଙ୍କ ନିୟମ ଆନୁଶାରେ ବ୍ୟବସାୟୀକ କ୍ଷେତ୍ରରେ ଘୋରୋଇ ଗ୍ୟାସ ବ୍ୟବହାର କରାନଯାଇ ବ୍ୟବସାୟୀକ ଗ୍ୟାସ ବ୍ୟବହାର କରାଯିବା କଥା । କିନ୍ତୁ ସୋର ମୋହତ୍ସବରେ ଏହି ନୟମକୁ ଖୁଲମ ଖୁଲା ଉଲଙ୍ଘନ କରାଯାଉଛି । ମୋହତ୍ସବକୁ ଯାଇଥିବା ବିଦ୍ୟୁତ ସଂଯୋଗ ଅତ୍ୟନ୍ତ ବିପଦ ଯନକ ଭାବେ ରହିଥିବା ଦେଖିବାକୁ ମିଳିଛି । ସେହି ଭଳି ସରକାରୀ ଜାଗାରେ ବେଆଇନ ଗାଡି ଷ୍ଟାଣ୍ଡ ନିର୍ମାଣ କରି ସାଧାରଣ ଲୋକଙ୍କ ନିକଟରୁ ଚାନ୍ଧା ଆଦା କରାଯାଉଥିବା ସୋର ସଚେତନ ନାଗରିକ ମଞ୍ଚ ଅଭିଯୋଗ କରିଛି। ତେବେ ମୋହତ୍ସବ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହିତ ଏହି ମୋହତ୍ସବକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରି ଏହି ବେଆଇନ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମଞ୍ଚ ଦାବି କରିଛି ା
