ଜଳେଶ୍ୱର : ( ସଂଜୟ ଦାସ ) ପ୍ରେମ ବୁଝେନା ବୟସ କି ବଦନାମର ଭୟ । ସ୍ୱାମୀକୁ ଭୋକୁଆ କରି ଜଳେଶ୍ୱର ଅଞ୍ଚଳର ଜଣେ ମହିଳା ଚାକିରୀ କରିବାକୁ ଯାଇ ବଡ଼ ଚାକିରିଆ ବାବୁଙ୍କ ପ୍ରେମ ଜାଲରେ ପଡି ପୁରା ମତୁଆଲା । ଦୁହିଁଙ୍କ ପ୍ରେମ ଆଳାପ କଥା ଓ କିଛି ଫୋଟ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ବଡ଼ ଚାକିରୀଆ ବାବୁଙ୍କର କୁଆଡେ ନୁଁଗୁରାମି ଦୋଷ ପ୍ରବଳ ରହିଛି । ବାବୁଙ୍କର ଏଭଳି ଗୁଣ ପାଇଁ ନିଜ ସ୍ତ୍ରୀ ସହ ସଦାବେଳେ ମତାନ୍ତର । ବର୍ଷେ ପୂର୍ବରୁ ବାବୁ ଜଣକ ଜଳେଶ୍ୱର ଛାଡି ଅନ୍ୟତ୍ର ବଦଳି ହୋଇ ଗଲା ପରେବି ଲୁଚି ଛପି ଅନ୍ୟଘରର ଅଇଁଠା ଖାଇଥିବାର ମଜାକୁ ଆଦୌ ଭୁଲି ପାରୁନାହାନ୍ତି । ଦିନକୁ ୪ରୁ୫ଥର ମହିଳା ଓ ବାବୁଙ୍କ ମଧ୍ୟରେ ଗୋଲାପ ଫୁଲ ଓ ପ୍ରେମାଳିଆ ବାର୍ତ୍ତାଳାପ ଏବେବି ସେୟାରୀଙ୍ଗ ଚାଲିଥିବା କଥା ସମସ୍ତଙ୍କ ମୁହଁରେ ଚର୍ଚ୍ଚା । ବାବୁ ଜଣକ ଏଠାରେ ଥିବାବେଳେ ମହିଳା ଜଣକ ସମୟ ସୁଯୋଗ ଦେଖି ମିଟିଙ୍ଗ ଆଳରେ ରସକିଆ ସାର ବାବୁଙ୍କ ସହ କିଛି ସମୟ ପାଇଁ ବାଲେଶ୍ବର ହୋଟେଲ ଯାଇ ବିଭିନ୍ନ ରକମର ଵାମ୍ଫ ଖାଇବା ପରେ ପାର୍କରେ ବୁଲି ବୁଲି ସେଲ୍ଫି ଉଠାଇବାର ଦୃଶ୍ୟ ଏବେ ଲିକ । ଖାଲି ସେତିକି ନୁହେଁ ଅବେଳରେ ବାବୁଙ୍କ କ୍ୱାର୍ଟରକୁ ପଶି ବାହାରିବା ଭଳି ଅନେକ କଥା ସବୁ ଆଡେ ଚର୍ଚ୍ଚା ଚାଲିଛି । ସବୁଠାରୁ ମଜା କଥା ଯେ ମହିଳା ଜଣକ ଉଚ୍ଚଶିକ୍ଷିତା ହୋଇଥିଲେ ମଧ୍ୟ ବୋଲିଉଡର ସୋନିଲୀୟନ ଠାରୁ ସେ କମ ନୁହଁନ୍ତି । ଭିନ୍ନଭିନ୍ନ ସମୟରେ ଦୁଇଦୁଇ ଜଣକୁ ଲଭକରି ଦୁହିଁଙ୍କର ମଜା ଚାଖିବା ଅନ୍ୟ ପାଇଁ କଷ୍ଟକର । କିନ୍ତୁ ଏ ମହିଳାଙ୍କ କ୍ଷେତ୍ରରେ କିଛି ନୂଆ ନୁହେଁ । ଅବିବାହିତା ଅବସ୍ଥାରେ ରାଇବଣିଆ ଅଞ୍ଚଳରେ ସତ୍ୟ ସନ୍ଧାନ କଥା ଦୁନିଆଁ ଜାଣିଛି । ପରେ ୨୦୧୫ରେ ଅନ୍ୟ ଜଣକୁ ବିବାହ କରି ଗୋଟିଏ ପିଲାର ମା ହୋଇବି ସ୍ୱାମୀ ଆଖିରେ ଧୂଳି ଦେଇ ପଞ୍ଚାୟତରାଜ ବିଭାଗ ଅଧିନରେ ଚାକିରୀ କରିଥିବା ବଡ ଚାକିରିୟା ବାବୁଙ୍କ ପ୍ରେମରେ ମତୁଆଲା ହୋଇ ଵାମ୍ଫ ଖାଇଥିବା ସ୍ୱାଦ ଭୁଲି ନପାରି ନୂଆ ବାଟ ଖୋଜୁଛନ୍ତି । ଶୁଣିବାକୁ ମିଳୁଛି ଯେ ମହିଳା ଜଣକ ନିଜ ସ୍ୱାମୀ ଓ ପିଲାକୁ ଛାଡି ସୁଯୋଗ ପାଇଲେ ବାକିତକ ଜୀବନ ବଡ଼ ଚାକିରୀଆ ବାବୁଙ୍କ ହାତଧରି ବଞ୍ଚିବେ ବୋଲି ସମୟକୁ ଅପେକ୍ଷା କରିଛନ୍ତି ।
