ଜଳେଶ୍ଵର ( ସଂଜୟ ଦାସ ) ଜଳେଶ୍ଵରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଜି ସ୍ଥାନୀୟ ପୂର୍ତ୍ତ ଡ଼ାକବଙ୍ଗଳା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଯୁବ ସମାଜସେବୀ ଅଶୋକ ଜେନା ଓ ସାମ୍ବାଦିକ ସତ୍ୟବ୍ରତ ପ୍ରଧାନଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ବିଜେପି ନେତା ସମୀର ପାତ୍ର ଅଧ୍ୟକ୍ଷତା କରିଥିଲେ।ଜଳେଶ୍ଵର ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ଥିବାରୁ ସରକାର ଏହି ଦାବି ପୁରଣ ପାଇଁ ଅବିଳମ୍ବେ ପଦକ୍ଷେପ ନେବା ଦରକାର ବୋଲି ବୈଠକରେ ଦାବି ଉପସ୍ଥାପନ କରାଯାଇଥିଲା।ଦାବି ପୁରଣ ପାଇଁ ଏକ ଅସ୍ଥାୟୀ କ୍ରିୟାନୁଷ୍ଠାନ କମିଟି ମଧ୍ୟ ଗଠନ ହୋଇଥିଲା।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାମପନ୍ଥୀ ନେତା ଦିଲ୍ଲିପ ଗିରି,ପ୍ରଧାନ ଶିକ୍ଷକ ଅଜିତ କୁମାର ମହାନ୍ତି,ଅଜିତ ନନ୍ଦୀ,ଆଶିଷ ବ୍ରତ ସିଂ,ପଲ୍ଟୁ ଦାସ,ସାମ୍ବାଦିକ ଅବନୀ ଚନ୍ଦ,ସୁକୁମାର ରଣା,ସଞ୍ଜୟ ଦାସ,ରବିନାରାୟଣ ପାତ୍ର,ଅଜୟ ଚକ୍ରବର୍ତ୍ତୀ,ଅଶ୍ବିନୀ କୁମାର ନାଥ,କୁମାରକୃଷ୍ଣ କର,ରମେଶ ଚନ୍ଦ୍ର ଜେନା,ଗଣେଶ ଚନ୍ଦ୍ର ମାଇତି,ରୁଦ୍ରନାରାୟଣ ପଣ୍ଡା,ସବିତା ଭୂୟାଁ,କଳ୍ପିତା ରାଣୀ ସାହୁ,ନିତ୍ୟାନନ୍ଦ ଦାସ,କାଳିଚରଣ ପୁଷ୍ଟି,ହରି ଭାଇ,କ୍ଷେତ୍ରମୋହନ ଗିରି ପ୍ରମୁଖ ଉପସ୍ଥିତ ଥିଲେ।
