ସୋର: ଗତ କିଛିଦିନ ଧରି ର୍ଦୁନୀତିଗ୍ରସ୍ଥ ସରକାରୀ ବାବଙ୍କୁ ଭିଜିଲାନ୍ସ ଗିରଫ କରୁଥିବା ବେଳେ ସରକାରୀ ବାବୁ ମାନେ ତାଙ୍କର ର୍ଦୁନିତୀ ବନ୍ଧ କରିପାରୁ ନାହାଁନ୍ତି। ଗତ କିଛି ଦିନ ଧରି ଭିଜିଲାନ୍ସ ବିଭାଗ ସୋରରେ ବାରମ୍ବାର ଚଡଉ କରୁଥିବା ବେଳେ ଆଜି ସୋର ତହସିଲ ଅଧିନ କୁଡେଇ ଆରଆଇ କୁ ଲିଗାଲ ହେୟାର ପାଇଁଁ ୫ଶହ ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ୍ ଗିରଫ କରିଛି। ଆରଆଇ ରାକେଶ କୁମାର ପ୍ରଧାନ ଗିରଫ ସହିତ ଆରଆଇ ବ୍ଯବହାର କରୁଥିବା କାରକୁ ଜବତ କରିଛି। ତେବେ ପ୍ରଶ୍ନ ଉଠୁଛି ସରକାର ୫ଟି ଅନୁସାରେ ମୋରସରକାର ଭଳି ଯୋଜନା କରି ଦୁର୍ନିତୀକୁ ରୋକିବାକୁ ଯେତେ ଚେଷ୍ଟା କଲେ କଣ ହେବ ସରକାରୀ ବାବୁ ମାନେ ବୋଲ ମାନୁନାହାଁନ୍ତି। ଖୁଲମ ଖୋଲା ସାଧାରଣ ଲୋକଙ୍କ ତଣ୍ଟି ଚିପି ରକ୍ତ ଶୋଷିବାରେ ଲାଗିଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି।
