ସୋର : ସୁଧୁରୁ ନାହାନ୍ତି ସରକାରୀ ଜମି ଦଖଲ କାରୀ। ତହସିଲ ଦାର ଓ ଆର ଆଇଙ୍କ ନୋଟିସ ପରେ ମଧ୍ୟ କାମ ଆରମ୍ଭ କଲେ ଜବରଦଖଲ କାରୀ ସୂଚନା ଅନୂସାରେ ତଳନଗର ପଞ୍ଚାୟତ ଚାଉଳ ସାବିରା ଗ୍ରାମର ଗଣେଶ ମହାକୁଡ଼ ତାର ଦୁଇ ପୁଅ ଅରୁଣ ମହାକୁଡ଼ ଓ ନନ୍ଦଲାଲ ମହାକୁଡ଼ ଏକ ଗୋଚର ଜମିରେ ସ୍ଥାଇ ଗ୍ରୁହ ନିର୍ମାଣ କରୁଥିବା ବେଳେ ସେମାନଙ୍କୁ ଗ୍ରାମ ବାସି ବିରୋଧ କରିଥିଲେ। ସୋର ତହସିଲଦାରଙ୍କ ପାଖରେ ମଧ୍ୟ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଆଡସିନାଲ ତହସିଲଦାର ଓ ସ୍ଥାନୀୟ ଆରଆଇ ଏଇ ବେଆଇନ ଘର ନକରିବା ଏବଂ ଉକ୍ତ ସ୍ଥାନକୁ ତୁରନ୍ତ ଖାଲି କରିବା ନେଇ ତାଗିଦ୍ କରିଆସିଥିଲେ। ତେବେ ଦୁଇ ମାସ ପରେ ପୁଣି ଗଣେଶ ମହାକୁଡ଼ ଓ ତାର ପୁଅ ଲୋକ ଲଗେଇ ଘର କାମ କରୁଥିବା ପୁଣି ଗ୍ରାମବାଶୀ ଅଭିଯୋଗ କରିଛନ୍ତି। ତେବେ ଗ୍ରାମ ବାସୀଙ୍କ କହିବା ମୂଳେ ସରପଞ୍ଚ କହୁଛନ୍ତି କି ମୁଁ ସେଠି ଅସ୍ଥାୟୀ ଅଙ୍ଗନ ବାଡ଼ି ନିର୍ମାଣ କରିବି। ଯାହା ସମ୍ପୁର୍ଣ୍ଣ ବେଆଇନ। ଯାଣିବାକୁ ମିଳିଛି ଅଙ୍ଗନବାଡିଟି ସୁନାରୀ ୟୁପି ସ୍କୁଲ ପରିସରକୁ ଉଠିଯାଇଛି। ତେବେ ଅସ୍ଥାୟୀ ଏଠି କାହିଁକି ହେବ ? ଦ୍ୱିତୀୟ ପ୍ରଶ୍ନ, ସରପଞ୍ଚ ଙ୍କ କଥା ଅନୁସାରେ ଯେଉଁଟି ଅସ୍ଥାୟୀ ଅଙ୍ଗନ ବାଡ଼ି ନିର୍ମାଣ ହେଉଛି ତାର ପାଖରେ ଏକ ସରକାରୀ ମଣ୍ଡପ ଘର ଅଛି, ସେଠି କିଛିଦିନ ପିଲା ଙ୍କୁ ପଢ଼େଇ ହେବ, ଅଯଥାରେ କାହିଁକି ସରପଞ୍ଚ ବାବୁ ତତ୍ପରତା ଦେଖାଉଛନ୍ତି। ସରକାର କ୍ଷେତ୍ରରେ ସହଯୋଗ ନ ମିଳିଲେ ଗାଁ ଲୋକ ତହସିଲ ଆଗରେ ଅନଶନ କରିବେ ବୋଲି କହିଛନ୍ତି। ଏ ବାବଦରେ ତହସିଲଦାର ସୁଶାନ୍ତ ବାରିକଙ୍କୁ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଆରଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେ ବହୁଶିଘ୍ରକାର୍ଯ୍ୟାନୁଷ୍ଠାନ ନିଆଜିବ।
