ଜଳେଶ୍ୱର : ( ସଂଜୟ ଦାସ ) ନିଶା ବେପାରର ପେଣ୍ଠସ୍ଥଳୀ କୁହାଯାଉଥିବା ଜଳେଶ୍ୱର ସହର ଏବେ ଧୀରେ ଧୀରେ ନିଶା ମୁକ୍ତ ଆଡକୁ ଗତିକରୁଛି ବୋଲି ଏସଡିପିଓ ଅଙ୍କିତା କୁମ୍ଭାର ଓ ଆଇଆଇସି ଧନେଶ୍ବର ସାହୁଙ୍କ ତତ୍ପରତା ହିଁ ସ୍ପଷ୍ଟ କରୁଛି । ଦୁଇ ମାସ ଭିତରେ ପାଖାପାଖି ୧୦ ଜଣ ପୁରୁଖା ଡ୍ରକ୍ସ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ ସରିଛି । ଯାହାକି ପୂର୍ବରୁ ପୋଲିସଙ୍କ ଭିତରେ ଏତେ ସ୍ମାଟ ଦେଖିବାକୁ ମିଳୁନଥିଲା । ଏବେ ଡ୍ରକ୍ସ ବେପାରୀଙ୍କ ଉପରେ ପୁରା କଡ଼ା ନଜର । ଯାହାକି ପୁଣି ୩ ଡ୍ରକ୍ସ ବେପାରୀଙ୍କୁ ଗିରଫ କରିବା ସହ ପ୍ରୟା ୧୦ ଲକ୍ଷ ମୂଲ୍ୟର ଡ୍ରକ୍ସ ଜବତ କରିବାରେ ସଫଳ ହୋଇଛି ଜଳେଶ୍ୱର ପୋଲିସ । ସୂଚନାରୁ ଜଣାପଡିଛି ଯେ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ଧନେଶ୍ଵର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଆଜି ତା: ୦୫/୨୦/୨୦୨୦ରିଖ ସକାଳ ସମୟରେ ଜଳେଶ୍ୱର ମହମ୍ମଦ ନଗର ପାଟଣା ନିକଟରେ ଚଢ଼ାଉ କରି ୩ ଜଣକୁ ଗିରଫ କରାଯାଇଛି ।ଗିରଫ ଯୁବକ ମାନେହେଲେ ଜଳେଶ୍ଵର ରାଜପୁର ଗାଁର ସେକ ମମ୍ମତାଜଙ୍କ ପୁଅ ସେକ ସାରୁଫ (୨୫), ଝାଡେଶ୍ବରପୁର ଗାଁର ସ୍ବର୍ଗତ ଚୁଟୁ ବିନ୍ଧାଣୀଙ୍କ ପୁଅ ସାଲୁକ ବିନ୍ଧାଣୀ (୨୧) ଓ ଭଦ୍ରକ କେନ୍ଦୁଆପଦା ଅଞ୍ଚଳର ଗୌରାଙ୍ଗ ସାହୁଙ୍କ ପୁଅ ଅଭିଜିତ (୨୧) କୁ ଗିରଫ କରିବା ସହ ତାଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ମୂଲ୍ୟର ଡ୍ରକ୍ସ ଜବତ କରିବା ସହ ସେମାନଙ୍କ ଠାରୁ ଏକ ମଟରସାଇକେଲ ଓ ଦୁଇଟି ମୋବାଇଲ ଫୋନକୁ ଜବତ କରି ଗିରଫ ଯୁବକଙ୍କୁ କେସ ନଂ ୫୩/୨୦ ମାମଲା ମୂଳେ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।
