ଜଳେଶ୍ୱର : ( ସଂଜୟ ଦାସ ) ବାଲେଶ୍ବର ଜିଲ୍ଲାପାଳଙ୍କ ଚିଠି ନଂ ୩୯୫/ ତା:୨୧/୦୧/୨୦୨୦ମୂଳେ ଆଜି ତା:୦୩/୦୨/୨୦୨୦ରିଖରେ ଥିଲା ଦୁଇଟି କାଠ ନିର୍ମାଣପଲୋର ଉଚ୍ଛେଦ କାର୍ଯ୍ୟ । ପ୍ରଶାସନ ପକ୍ଷରୁ ସରିଥିଲା ପ୍ରସ୍ତୁତି । ସକାଳ ୧୧ଟା ସମୟରେ ଠିକଣା ସ୍ଥଳରେ ପହଞ୍ଚି ଥିଲା ବୁଲଡୁଜର ସମେତ ଜଳେଶ୍ୱର ତହସିଲଦାର ଓ କିଛି ହାତଗଣତି ପୋଲିସ । ଠିକ ସେତିକିବେଳେ ରୁଣ୍ଡ ହୋଇଗରେ ଶତାଧିକ ଲୋକ । ଉଚ୍ଛେଦ କାର୍ଯ୍ୟକୁ ଲୋକଙ୍କ ପ୍ରତିବାଦ ଓ ଆକ୍ରୋଷ ତେଜିବା ଦେଖି ଘଟଣା ସ୍ଥଳରୁ ଡରି ପଳାଇଗଲେ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଓ ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱରରେ । ସୂଚନାରୁ ଜଣାପଡିଛି ଯେ ବର୍ଷ ବର୍ଷ ଧରି ଜଳେଶ୍ୱର ମ୍ୟୁନିସିପାଲିଟି ପନ୍ଚୁଘଣ୍ଟା ସ୍ଥିତ ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମାଣ ହୋଇଥିବା ବେଆଇନ କାଠ ପୋଲକୁ ଉଚ୍ଛେଦ କରିବାକୁ ଆସି ପ୍ରଶାସନ ଲୋକଙ୍କ ପ୍ରତିବାଦ ଓ ଆକ୍ରୋଷ ଦେଖି ଫେରି ପଳାଇଗଲେ । ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମାଣ ହୋଇଥିବା କାଠପଲୋର ଉଭୟ ଉତ୍ତର ୩ କି:ମି ଓ ଦକ୍ଷିଣକୁ ୭ କି:ମି ଦୁରତରେ ୨ଟି ସେତୁ ରହିଛି । ବେଆଇନ ଭାବେ ନିର୍ମାଣ ହୋଇଥିବା କାଠପଲୋ ଉପରେ କିଛି ନିର୍ଦ୍ଧିଷ୍ଟ ଗାଁର ଲୋକେ ଯିବାଆଶା ସୁଭିଧା ହୁଏ । ଜିଲ୍ଲାପାଳ ୩୯୫ ଚିଠିର ନିର୍ଦେଶ କ୍ରମେ ଜଳେଶ୍ୱର ଭାରପ୍ରାପ୍ତ ତହସିଲ ଦାର କ୍ଷୀରୋଦ କୁମାର ପଣ୍ଡା, ଇରିଗେସନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରିୟବ୍ରତ ସିଂ, ଜଳେଶ୍ୱର ଆର ଆଇ , ସମେତ ସ୍କୁୱାର୍ଡ଼ ପାଇଁ ଉଦିଷ୍ଟ ଥିବା ହାତଗଣତି ୫ରୁ୬ ଜଣ ପୋଲିସଙ୍କୁ ଧରି ଦୁଇଟି କାଠ ପୋଲ କୁ ଉଛେଦ କରିବା ପାଇଁ ଆସିଥିଲେ । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ରାସ୍ତାରେ ବସି ଦୃଢ଼ ବିରୋଧ କରିଥିଲେ । ଏନେଇ ଜଳେଶ୍ୱର ତହସିଲ ଦାରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଉଚ୍ଛେଦ ପାଇଁ ଜିଲ୍ଳାପାଳ ନିର୍ଦେଶ ଦେଇଥିଲେ, ତେବେ ଲୋକଙ୍କ ବିରୋଧ ସଂଖ୍ୟା ଅଧିକ ଥିବାରୁ ଆମ ପୋଲିସ ଫୋର୍ସ କମ ଥିବାରୁ । ଉଚ୍ଛେଦ କାର୍ଯ୍ୟ ଅସମ୍ଭବ। ପୁଣିଥରେ ସଜବାଜ ହୋଇ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ ଅପେକ୍ଷାକରି ନଦୀଉପରେ ବେଆଇନଭାବେ ନିର୍ମାଣ କାଠପଲୋର ଉଚ୍ଛେଦ କାର୍ଯ୍ୟ ନିଷ୍ପତି ନିଆଯିବ । ତେବେ ସବୁଠାରୁ ବଡ଼ ପ୍ରଶ୍ନ ଯେ ଦୀର୍ଘ ବର୍ଷଧରି ବାରମ୍ବାର ସେହି ଦୁଇଟି ସ୍ଥାନରେ କାହିଁକି ଓ କିଏ କାହା ସ୍ୱାର୍ଥ ପାଇଁ ନିର୍ମାଣ ହୁଏ ଏହି କାଠପଲୋ । ନିର୍ମାଣ ସମୟରେ ପ୍ରଶାସନ କାହିଁକି ଶୋଇପଡନ୍ତି । ଏବେ ପ୍ରଶାସନର ଏଭଳି ଲୋକ ଦେଖାଣିଆ ପଦକ୍ଷେପ ଉପରେ ଚର୍ଚ୍ଚା ଜୋର ଧରିଛି ।
