ସରପଞ୍ଚ ର ବାହୁବଳି ସାଜିଛି ବାଲିଆପାଳ ପୋଲିସ,ନ୍ୟାୟ ପରିବର୍ତ୍ତେ ଯୁବତୀ ଉପରେ ଲାଗିଲା କେସ

ବାଲେଶ୍ବର/ଜଳେଶ୍ୱର : ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମ୍ମା। କଥାଟି ମୋ ସରକାର ଉପରେ ଉଠିଛି ବଡ ପ୍ରଶ୍ନ।ସରକାରଙ୍କ ପକ୍ଷରୁ ଥାନା ବାରଣ୍ଡାରେ ଟଙ୍ଗା ଯାଇଥିବା ଏହି ନାମ ଫଳକ କାମକରୁନାହିଁ ଯାହାକି ଜନସାଧାରଣଙ୍କୁ ନ୍ୟାୟ ପରିବର୍ତ୍ତେ ମିଳୁଛି ଦଫା । ଏପଟେ ସରପଂଚର ବାହୁବଳି ସାଜିଛି ବାଲିଆପାଳ ପୋଲିସ ।ଯାହାକି ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗ ଆଣିଛନ୍ତି ବାଲେଶ୍ବର ଜିଲ୍ଲା, ବାଲିଆପାଳ ଅଂଚଳର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବତୀ ସାଦେକୁମ ତବସୁମ । ଘଟଣାରୁ ଜଣାପଡିଛି ଯେ ଦୀର୍ଘ ୨୨ବର୍ଷ ଧରି ନିଜ ପୈତୃକ ଜମି ବାଡ଼ି ଉପରେ ଲାଗି ରହିଥିବା ମକ୍କଦମା ଆଇନକୁ ଅମାନ୍ୟ କରି ବାଲିଆପାଳ ପଂଚାୟତ ର ସରପଞ୍ଚ ମଧୁସୂଦନ ବାରିକ ଉକ୍ତ ଜମି ଉପରେ ଚଳାଇଛନ୍ତି ଦବଙ୍ଗଗିରି ଆଉ ଏହାର ପ୍ରୋତ୍ସାହନ ହୋଇ ବହୁବଳୀ ସାଜିଛି ଖୋଦ ବାଲିଆପାଳ ପୋଲିସ । ଯାହାର ଚିତ୍ର ଓ ସମସ୍ତ କଥା ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବଡ କେନ୍ଦ୍ରବିନ୍ଦୁ ପାଲଟିଛି। ବାଲିଆପାଳ ର ସୟେଦ ସିଦ୍ଦୀକ ହୂସେନଙ୍କ ଝିଅ ସାଦେକୁମ ତବସୁମ ଗତ ତା: ୨୩/୦୧/୨୦୨୦ରିଖରେ ଚାଲିଥିବା ନିଜ ମକ୍କଦମା ସମ୍ପତିକୁ ଦେଖିବା ପାଇଁ ଯାଇଥିଲେ । ତେବେ ସମ୍ପତି ଉପରେ ସରପଞ୍ଚ ମଧୁସୂଦନ ବାରିକ କୋର୍ଟ ନିୟମକୁ ଉଲଘଂନ କରି ପେଟ୍ରୋଲପମ୍ପ ନିର୍ମାଣ କାର୍ଯ୍ୟ ଚଳାଇଥିବା ଦେଖି ସାଦେକୁମ ତବସୁମ ନିଜ ମୋବାଇଲରେ ଚାଲିଥିବା କାର୍ଯ୍ୟକୁ ଭିଡ଼ିଓ ରେକର୍ଡ କରୁଥିଲେ । ହଟାତ ଘଟଣା ସ୍ଥଳରେ ବାଲିଆପାଳ ଥାନା ୨/୩ ଜଣ ପୋଲିସ ଷ୍ଟାପ ପହଞ୍ଚଥିଲେ । ମହିଳା ସବଇନ୍ସପେକ୍ଟର ସ୍ଵର୍ଣପ୍ରଭା ଜେନା ଟାଣିଅଟାରୀ ମୋବାଇଲ ଫୋନ ଛଡ଼ାଇବାକୁ ଚେଷ୍ଟା ସହ ଅସଭ୍ୟ ଭାଷା ଓ ଅଭଦ୍ର ଦୁର୍ବ୍ୟବହାର ଆଚରଣ କରି ଜାଗା ପାଖରୁ ଘୋଡାଇଥିଲେ । ବେଶି ଥାନାକୁ ଚାଲ ଦେଖିବୁ କଣ କରାଯିବ ଅବସ୍ଥା ।ଜୀବନ ଥିବାଯାଏ କେସ ନାଁ ମୁହଁରେ ଧରିବୁନାହିଁ ଭଳି କଥାବାର୍ତା କହିଥିଲେ। ତେବେ ଯୁବତୀ ଜଣକ ଡରି ନଯାଇ ପୋଲିସ ର ଏଭଳି ଅଭଦ୍ରାମି ଓ ସରପଞ୍ଚ ର ବାହୁବଳୀ ସାଜିଥିବା ସବଇନ୍ସପେକ୍ଟର ସମ୍ପର୍କରେ ଲିଖିତ ଅଭିଯୋଗ ଧରି ଥାନାରେ ପହଞ୍ଚିଥିଲେ,କିନ୍ତୁ ଅଭିଯୋଗ ପତ୍ର କେହି ଗ୍ରହଣ କରିନଥିଲେ କି କଥା ମଧ୍ୟ କେହି ଶୁଣିବାକୁ ନାରାଜ । ଶେଷରେ ପରଦିନ ଅର୍ଥାତ ୨୪/୦୧/୨୦୨୦ରିଖ ସକାଳେ ବାଲିଆପାଳ ଥାନା ଆଗରେ ନାୟ ପାଇଁ ଧାରଣାରେ ବସିଥିଲେ । ମାତ୍ର ତାହାବି କରିବାକୁ ନଦେଇ ଧମକ ଚମକ ଦେଖାଇ ବଳ ପ୍ରୟୋଗ କରିଧାରଣାରୁ ଉଠାଇ ଦେଇ ଯୁବତୀଙ୍କ ଉପରେ ଓଲଟା ପୋଲିସ ପକ୍ଷରୁ ତିନି ତିନିଟି ମାମଲା ୧୨/୨୦ ଓ ୧୩/୨୦ମୂଳେ ମାମଲା ରୁଜ୍ଜୁ କରାଯାଇ ଧାରା -୩୪୧,୨୯୪,୩୨୩,୫୦୬,୪୪୭,୩୪ ଆଇପିସି ଏବଂ ୩୪୧,୨୯୪,୩୨୩,୩୫୪,୫୦୬,୩୪ଆଇପିସି ଧାରା ଲାଗିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *