ଭୁବନେଶ୍ବର : (ସତିଶ ମିଶ୍ର) ମୟର କାଳ ଖଣ୍ଡରେ ଏତେ ଦୀର୍ଘ ନୁହେଁ ବରଂ ସାମଗ୍ରିକ ଭାବେ ମାତ୍ର ୩୪ ବର୍ଷହିଁ ତାଙ୍କର ଆୟୁ|
ଅମଡା ବାଟର ଯାତ୍ରା, କିଟି ମିଟି ଅନ୍ଧାର କାଳ। ଗୋରା ଓ କଳା ଉଭୟଙ୍କ ସହ ଲଢେଇର ଉଦଘୋଷ।ପ୍ରଚଣ୍ଡ ଆତ୍ମବିଶ୍ବାସ,ଦୃଢ଼ ସଂକଳ୍ପ,ଦୃପ୍ତ,ଶାଣିତ ଅଭିବ୍ୟକ୍ତି ସହ କମ୍ୟୁନିଷ୍ଟ ଆନ୍ଦୋଳନ,କମ୍ୟୁନିଷ୍ଟ ପାର୍ଟିର ଭଗିରଥ ସାଜିବା ହିଁ ଥିଲା ଚରମ ସାର୍ଥକତା-ସେ ବେଳରେ|
ଯହୁଁ ଲେଖନୀର ଦରବାରି ପରମ୍ପରାକୁ ଭାଙ୍ଗି ଓଡ଼ିଶାରେ ସେ ସୃଷ୍ଟି କଲେ ଗଣଙ୍କ ପାଇଁ,ଗଣଙ୍କର ଅଭିବ୍ୟକ୍ତି! ତହୁଁ ଗଣ ସାହିତ୍ୟର ନୂଆ ଧାରା”ଶୀକାର” ଆଧାରରେ ଅଣ୍ଟା ଭାଙ୍ଗିଲା ରୁଢ଼ିବାଦୀ ସାଆନ୍ତିଆ,ମହନ୍ତିଆ ବିଚାର ତଥା ଆଦବ କାଇଦାର। ଅଭିବ୍ୟକ୍ତିର ସ୍ୱର ସବୁ ଆରାମ ଚୌକିର ବିଳାସ ହେବା ବଦଳରେ ପରିବର୍ତ୍ତିତ ହେଲା ଗଣ ବିପ୍ଳବରେ|
ଯେଉଁ ନେତୃତ୍ୱ ଆରମ୍ଭ କଲା ନୂଆ ସମୟ,ନୂଆ କଥା- ପ୍ରଜାମେଳି, ଲଙ୍ଗଳ ଯାର-ଜମି ତାର! ଲୋକ କ୍ଷେତ୍ରର ରାଜନୀତି;ମହନ୍ତ,ସାଆନ୍ତ ଦୂର୍ ହଟ।
ରାଜନୀତି ଗୋବିନ୍ଦ ସର୍ଦାର ବଦଳରେ ଘିନୂଆର! ବୋଇଲେ ଏ ରାଜନୀତି ଗୋଟିଏ ଆଚାର୍ଯ୍ୟ ଦ୍ରୋଣ ବଦଳରେ କୋଟିଏ ଏକଲବ୍ୟର।
————-
*ଶୀକାର*
ଗୋବିନ୍ଦ ସର୍ଦାର ସାମାନ୍ୟ ଲୋକ ନୁହେଁ| ହାତରେ ତା’ର ଥାଏ ସବୁବେଳେ ବନ୍ଧୁକ| ବାଘ ଭାଲୁଙ୍କ ଅପେକ୍ଷା ଲୋକେ ତାକୁ ବେଶୀ ଭୟ କରନ୍ତି|ବାଘ-ଭାଲୁଙ୍କ ଅପେକ୍ଷା ସେ ଲୋକଙ୍କର କ୍ଷତିକରେ ଢେର ବେଶୀ| ତାକୁ ମାରିବା ପାଇଁ ଘିନୁଆ କମ୍ ସାହସ ଓ ବିଚକ୍ଷଣତା ଖର୍ଚ୍ଚ କରିନାହିଁ| କିଛି ବର୍ଷ ତଳେ ମେଳିଆ ଝପଟ ସିଂର ମୁଣ୍ଡ କାଟିଥିବାରୁ ସାହେବ ଡୋରାକୁ ପାଁଶ ଟଙ୍କା ବକ୍ସିସ୍ ଦେଇଥିଲା| ଝପଟ ସିଂ ତ ଏକରକମର ଭଲ ଲୋକ ଥିଲା| ସେ ସ୍ତ୍ରୀଲୋକଙ୍କ ଇଜ୍ଜତ ନେଇ ନାହିଁ କି କାହାରି ଜମିବାଡ଼ି ଦଖଲ କରି ନାହିଁ| ସେ କେବଳ ଖଜଣାଖାନା ଲୁଟି କରିଥିଲା, ଆଉ କେତେଜଣ ସିପାହିଙ୍କୁ ମାରିଥିଲା| ଗୋବିନ୍ଦ ସର୍ଦାର କିନ୍ତୁ ବଡ଼ ଭୟଙ୍କର ଲୋକ| ତାକୁ ମାରିଥିବାରୁ ଘିନୁଆକୁ ଅଧିକ ବକ୍ସିସ୍ ମିଳିବା ଉଚିତ୍|
……….
ଶେଷରେ ତା’ର ଫାଶୀର ଦିନ ଆସିଲା| ତାକୁ ପଚରାଗଲା, ତା’ର ଶେଷରେ କ’ଣ ଦରକାର| ସେ କହିଲୋ, ‘ମୋର ବକ୍ସିସ୍|’ ‘ଆଚ୍ଛା, ବକ୍ସିସ୍ ପାଇବୁ ଆ’ କହି ତାକୁ ନେଇଗଲେ। ମୁଣ୍ଡରେ ତା’ର ଗୋଟିଏ କଳାକନାର ଖୋଳ ପିନ୍ଧାଇ ଦିଆଗଲା| ଘିନୁଆ ମନେ ମନେ ବିଚାରିଲା – ଆଖିରେ ଅନ୍ଧ ପୋଟଳି ଦେଇ ହାତରେ ତା’ର ସୁନାରୂପା ଢାଳି ଦିଆଯିବ| ସରକାର ଘରର କେତେ ଫନ୍ଦିଫିକର, କାଇଦା କଟକଣା ଅଛି, ଖାଲି ସିମିତି କ’ଣ ବକ୍ସିସ୍ ଦିଆଯିବ ? ସେ ଘରକୁ ଫେରି ସବୁ ଦେଖାଇବ| କି ଖୁସି ହେବ ସ୍ତ୍ରୀ ତା’ର ସେ ସବୁ ଦେଖି ! ଭଲ ଘରଦ୍ବାର କରି, ଜମିବାଡ଼ି ଚଷି ସେ ସୁଖରେ ରହିବ| ଆଉ ତ ଗୋବିନ୍ଦ ସର୍ଦାର ନାହିଁ ଯେ ସବୁ ଲୁଟିକରି ନେବ|
ହଠାତ୍ କ’ଣ ଗୋଟିଏ ଆସି ତା’ ବେକରେ ବାଜିଲା|
◆◆◆◆
ବାଡ଼ି ପଛେ ଭାଙ୍ଗୁ ସାପ ମରୁ।
