ଜଳେଶ୍ୱର : ( ସଂଜୟ ଦାସ ) ଜଳେଶ୍ବର ଟାଉନ ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ର ସବ୍ୟସାଚୀ ବେହେରାଙ୍କ ମୃତ୍ୟୁ ଘଟଣାକୁ ରଫାଦଫା କରିବା ଉଦ୍ୟମ ଫେଲ ମାରିଛି । ଘଟଣାର ୨୬ ଦିନପରେ ପ୍ରଧାନଶିକ୍ଷକ କାର୍ଯ୍ୟ ରୁ ହେଲେ ନିଲମ୍ବିତ । ସୂଚନାରୁ ଜଣାପଡିଛି ଯେ ଜଳେଶ୍ୱର ଶିଖରପୁର ପଞ୍ଚାୟତ ରାଜନଗର ଗ୍ରାମର ଶମ୍ଭୁନାଥ ଦେହେରାଙ୍କ ଏକ ମାତ୍ର ପୁଅ ସବ୍ୟସାଚୀ (୧୬) ଜଳେଶ୍ୱର ଟାଉନ ହାଇସ୍କୁଲ ଦଶମ ଶ୍ରେଣୀରେ ପାଠ ପଢୁଥିଲା । ସ୍କୁଲ ବାର୍ଷିକ ଉତ୍ସବର କାର୍ଡ ବାଣ୍ଟିବା ପାଇଁ ଗତ ତା:୨୦/୧୨/୨୦୧୯ରିଖ ଦିନ ସ୍କୁଲ ପ୍ରଧାନ ଶିକ୍ଷକ ପଠାଇଥିଲେ ୩ ଜଣ ଛାତ୍ରଙ୍କୁ । ନିମନ୍ତ୍ରଣ କାର୍ଡ ନେଇ ଯିବା ରାସ୍ତାରେ ଅର୍ଥାତ ଜଳେଶ୍ୱର ନୂଆବଜାର ରେଲୱେ ଫାଟକ ନିକଟରେ ୩ ଛାତ୍ରଙ୍କ ମଧ୍ୟରୁ ସବ୍ୟସାଚୀ ବେହେରା ସହ ଏକ ଇଟାବଝେଇ ଭୁଟଭୁଟି ରିକ୍ସା ଘଟାଇଥିଲା ଦୁର୍ଘଟଣା । ଯାହାକି ଘଟଣା ସ୍ଥଳରେ ଛାତ୍ର ସବ୍ୟସାଚୀଙ୍କ ମୃତ୍ୟୁ ଘଟିଥିଲା । କ୍ଷଣକେ ଭିତରେ ସବୁଆଡେ ଖେଳିଗଲା ଶୋକରଛାୟା । ଏକ ମାତ୍ର ପୁଅକୁ ହରାଇବାର ୩୩ ଦିନ ବିତିଥିଲେବି ପିଲା ପାଇଁ ବାପ ଓ ମାଆ ର ଆଖିରୁ ଶୁଖୁନାହିଁ ଲୁହ । ଘଟଣା ଘଟିବା ଠୁଁ ତାହାରି ଭିତରେ ଘଟଣାକୁ ରଫାଦଫା କରିବା ପାଇଁ ମୃତ ସବ୍ୟସାଚୀ ପରିବାର ଲୋକଙ୍କ ସହ ସ୍କୁଲ ପ୍ରଧାନ ଶିକ୍ଷକ ଚଳାଇଥିଲେ ମୁଲଚାଳ ମାଧ୍ୟମ । ତେବେ ପ୍ରଧାନ ଶିକ୍ଷକଙ୍କ ସବୁ ଉଦ୍ୟମ ଫେଲ ମାରିଛି । ଶେଷରେ ଘଟଣାର ୨୬ ଦିନପରେ ଅର୍ଥାତ ତା: ୧୭/୦୧/୨୦୨୦ରିଖ ଶୁକ୍ରବାର ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ ଓଡ଼ର ଚିଠି ନଂ- ୫୧୨/୨୦୨୦ ଦ୍ବାରା ଜଳେଶ୍ୱର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭବାନୀଶଙ୍କର ପାଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ପିଲା ମୃତ୍ୟୁ ଘଟଣା ଘଟିବାର ୨୬ ଦିନ ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କରୁଥିଲେ କଣ…? ନା ଜାଣିଶୁଣି ଘଟଣାକୁ ରଫାଦଫା କରିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ସମୟର ମହଲତ ଦିଆଯାଇଥିଲା । ନିଲମ୍ବିତ ଚିଠି ପରେବି ପ୍ରଧାନ ଶିକ୍ଷକ ଶ୍ରୀ ପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ଅବମାନନା କରି ନିଜ ଚୌକୀ ଛାଡିବାକୁ ରାଜି ନାହାନ୍ତି । ତେବେ ଏଭଳି ଅଣଗୋରିଆ ଦାୟିତ୍ୱ ହୀନତା ଶିକ୍ଷକଙ୍କ ପାଇଁ ଯାହାବି ହୋଇଛି ବୋଧେ କମ ବୋଲି ସବୁଆଡେ ଚର୍ଚ୍ଚା ହେଉଛି । ବାକିରହିଲା କେବେ ଭୋଗରାଇ ବ୍ଲକ କମର୍ଦI ଜଗନ୍ନାଥ ସରକାରୀ ସ୍କୁଲ ଯାଇ କାର୍ଯ୍ୟରେ ଯୋଗ ଦେବେ ଶ୍ରୀ ପାଳ ।
