ସମ୍ପାଦକୀୟ : ଜଣେ କେନ୍ଦ୍ରମନ୍ତ୍ରୀ ଚର୍ଚାରେ ରହିବା ଲୋଭରେ କେତେ ବିବାଦ ପୂର୍ଣ୍ଣ ବକ୍ତବ୍ୟ ଦେଇପାରନ୍ତି , ତାହାର ଉଦାହରଣ ଭାବେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନିଆଯାଇପାରେ l ତେବେ ସାମ୍ବିଧାନିକ ପଦବିରେ ରହିଥିବା ଜଣେ ବ୍ୟକ୍ତି , ଦେଶର ଅଖଣ୍ଡତାକୁ ଅଖ୍ୟୁର୍ଣ୍ଣ ରଖିବାର ସପଥ ନେଇଥିବା ଜଣେ ଲୋକପ୍ରତିନିଧୀ ଲୋକଙ୍କ ଭୋର୍ଟ ନେଇ ଖ୍ୟମତାକୁ ଜିବା ପରେ କେମିତି ବେପରୁଆ ମତ ମନ୍ତବ୍ୟ ଦିଅନ୍ତି ତାହାପ୍ରତାପ ଷଡଙ୍ଗିଙ୍କ ବୟାନରୁ ବାରି ହୋଇ ପଡିଛି। ଗତ ଦୁଇଦିନ ତଳେ ବେଲେଶ୍ବର ସାଂସଦ କହିଛନ୍ତି ଜିଏ ବନ୍ଦେ ମାତରମ ନକହିବ ସିଏ ଦେଶଛାଡି ଚାଲି ଯାଉ। କିଏ କଣ କହିବ ନକହିବ ସେକଥା କଣ ପ୍ରତାପ ଷଡଙ୍ଗୀ ଶିଖାଇବେ ? କିଏ ଦେଶରେ ରହିବ ଦେଶ ଛାଡି ଜିବ ସେ କଥା କଣ ପ୍ରତାପ ଷଡଙ୍ଗୀ କହିବେ। ଅବଶ୍ୟ ଏଭଳି କହି ଲୋକଙ୍କ ଇମୋଶନକୁ ସେ ଟଚ କରିପାରନ୍ତି କିନ୍ତୁ ଏହାଜଣେ ସୁସ୍ଥ ନେତାଙ୍କ ବକ୍ତବ୍ୟ ନୁହଁ ଏକଥା ଆମେତ କହିବା ନିଶ୍ଚିତ। ଭାରତ ଏକ ବିରାଟ ଦେଶ ଏଠି କିଏ ରହିବ କିଏ ନରହିବ ଏ ଦେଶର ସମ୍ବିଧାନ ତାର ନିସ୍ପତି ନେବ, ଏ ଦେଶର ଆଇନ୍ ତାର ବିଚାର କରିବ। ପ୍ରତାପ ଷଡଙ୍ଗୀଙ୍କୁ ସେ ଅଧୀକାର ଦିଆଯାଇନି ଏ କଥା ସିଏ ବୁଝିବା ଦରକାର କାରଣ ଭାରତ ତାଙ୍କ ପୈତ୍ରୁକ ସମ୍ପତି ନୁହଁ କିଏ ରହିବ ନରହିବ ତାର ନିସ୍ପତି ନେବେ। ଅବଶ୍ୟ ନିଜେ ଚର୍ଚାରେ ରହିବା ପାଇଁ ଏଭଳି ମନ୍ତବ୍ୟ ଦେଇ ସେ ଚର୍ଚାରେ ରହିପାରନ୍ତି କିନ୍ତୁ ଲୋକ ଏହାକୁ ଗ୍ରହଣ କଦାପି କରିବେନି ଏହା ନିଶ୍ଚିତ। ଅବଶ୍ୟ ବନ୍ଦେମାତରମ ଆମେ ସମସ୍ତେ କହୁଛେ କହିବା କିନ୍ତୁ ପ୍ରତାପ ଷଡଙ୍ଗୀଙ୍କ ଇଛାରେ କହିବାନି ା
