ଜଳେଶ୍ୱର : ( ସଂଜୟ ଦାସ ) ଗୋବରଘଟା ଯୁବଶକ୍ତି ସଙ୍ଗଠନ ତରଫରୁ ଚନ୍ଦନା ରେ ୪ ଦିନ ବ୍ୟାପୀ ହେବାକୁ ଥିବା ଆଦିବାସୀ ସାଂସ୍କୃତିକ ମକରମେଳା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି।ଆଜିର ଉଦଘାଟନୀ ସମାରୋହରେ ବାମପନ୍ଥୀ ନେତା କମଳ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟ ଅତିଥି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଯୋଗଦେଇ ଥିବାବେଳେ ତାଙ୍କ ଦ୍ବାରା ଚାଙ୍ଗୁବାଦନ ଦର୍ଶକଙ୍କ ମନ ମୋହି ଥିଲା।ମୁଖ୍ୟ ବକ୍ତା ଭାବେ ସ୍ତମ୍ଭକାର ସୁଦର୍ଶନ ଦାସ,ସମ୍ନାନିତ ଅତିଥି ଗୋବରଘଟା ସରପଞ୍ଚ ବୁଦ୍ଧେଶ୍ୱର ପ୍ରଧାନ,ଯୁବ ସଙ୍ଗଠକ ମନୋରଞ୍ଜନ ଦାସ,ଡୁହୁ ହେମ୍ବ୍ରମ,ମକରା ବେଶ୍ରା,ବିଶିଷ୍ଟ ପାଲା ଗାୟକ ଚନ୍ଦ୍ରମୋହନ ରାଉଳ,କମିଟିର ସଭାପତି ନିରୋଜ ବେହେରା ମଞ୍ଚାସୀନ ହୋଇ ଏହି ମକରମେଳା ର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥି ମାନଙ୍କୁ ରୁପା ହାଁସଦା,ପ୍ରିୟଙ୍କା ସୋରେନ,ବାସନ୍ତୀ ହାଁସଦା,ସୁଶାନ୍ତି ହାଁସଦା,ଆଶା ଟୁଡୁ,କବିତା ସୋରେନ,ବର୍ଷା ହାଁସଦା,ସନିତା କିସ୍କୁ,ସାନିଆ କିସ୍କୁ ପ୍ରମୁଖ ଆଦିବାସୀ ପରମ୍ପରାରେ ଓ ଏକ ନିଆରା ଢଙ୍ଗରେ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ସାମ୍ବାଦିକ ଦିଲ୍ଲିପ ଦାସ,ଦୀନବନ୍ଧୁ ପ୍ରଧାନ,ଅର୍ଜୁନ ସିଂହ,ସଞ୍ଜୟ ଦାସ,ମନୋଜ କୁମାର ଭୂୟାଁ,ଆଶିଷ ଗିରି,ରାଜେଶ ପ୍ରଧାନ,ପ୍ରଦୀପ ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜ୍ୟୋତିର୍ମୟ ଦଳାଇ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ସଙ୍ଗୀତକୁ ଦର୍ଶକ ମାନେ ଦୀର୍ଘ ସମୟ ଧରି ଉପଭୋଗ କରିଥିଲେ। ସେହିପରି ବେତନଟୀ ରୁ ଆସିଥିବା ଆଦିବାସୀ ନୃତ୍ୟ ଦଳ ନୃତ୍ୟ ପରିବେଷଣ କରିଥିଲେ।ଅପରାହ୍ନରେ ଆଦିବାସୀ ପରମ୍ପରା ଅନୁଯାୟୀ ସ୍ଥାନୀୟ ସୁବର୍ଣ୍ଣରେଖା ନଦୀଘାଟରୁ ଶତାଧିକ ମହିଳା କଳସ ଯାତ୍ରାରେ ସାମିଲ ହୋଇ ମେଳା ପଡ଼ିଆରେ ପହଞ୍ଚିଥିଲେ।ସମ୍ପାଦକ ଲକ୍ଷ୍ମଣ ମାରାଣ୍ଡି, ଜଗନ୍ନାଥ ମୁର୍ମୁ,ଖୋକନ ମୁର୍ମୁ, ଅଜୟ ପଲ୍ଲାଇ ପ୍ରମୁଖ ମେଳାକୁ ପରିଚାଳନା କରିଥିଲେ ।
