ସୋର :ବୃକ୍ଷ ହିଁ ଜୀବନ , ମଣିଷ ଟିଏକୁ ଗଛଟିଏ ଏମିତି କେତେକଣ ଶ୍ଲୋଗାନ ରହିଛି ସବୁଠି ଗଛକୁ ମଣିଷର ବନ୍ଧୁ ଭାବେ ବିବେଚିତ କରାଯାଇଛି। ତେବେ ଗଛର ସୁରକ୍ଷା ପାଇଁ ଗୋଟିଏ ବିଭାଗ ମଧ୍ୟ ଅଛି ଯାହାକୁ ଫରେଷ୍ଟ ବା ବନ ବିଭାଗ କୁହାଯାଏ କିନ୍ତୁ ସେହି ଫରେଷ୍ଟ ବିଭାଗ କାଠ ମାଫିଆଙ୍କ ପାଖରେ ଯେତେ ବେଳେ ବିକ୍ରି ହୋଇଜିବ କାଠ ମାଫିଆଙ୍କୁ ସହଯୋଗ କରିବ ସେଠି କିଏ କଣ କରିପାରେ। ତେବେ ସୋରର ଏହି କାଠ ମାଫିଆଙ୍କ ଦୋରାତ୍ମ୍ୟ ବଢି ବଢି ଚାଲିଥିବା ବେଳେ ଜଙ୍ଗଲ ବିଭାଗର ବଡ ବାବୁ ମାନେ ନିରବ ରହିବା ଏକ ବଡ ପ୍ରଶ୍ନ। ତେବେ ସୂଚନା ଥାଉକି ବହୁଦିନ ତଳେ ଏହି ଦୁଇଟି ଯଥା ବାଳଙ୍ଗ ଓ ବାଇନଣ୍ଡା କରତକଳ ଉପରେ ଜଙ୍ଗଲ ବିଭାଗ ଚଢାଉକରି ମେସିନ କାଟିନେଇଥିଲା କିନ୍ତୁ କାହାରି ନାମରେ ମାମଲା କରିନଥିଲା ଯାହା ସେମାନଙ୍କୁ ସୁହାଇଥିଲା। ଯାହା ଅଭିଯୋଗ ହୁଏ ଏହି ବେଆଇନ କରତକଳ ଗୁଡିକ ଚଳାଇବା ପାଇଁ ଜଙ୍ଗଲ ବିଭାଗର ବଡ ବାବୁ ମାନେ ମୋଟା ଅଙ୍କର ଅର୍ଥ ମାସିକା ଭାବେ ନେଇ ସେମାନଙ୍କୁ ସ୍ବିକୃତି ଦେଉଛନ୍ତି। ତେବେ ସୋରର ଏହି ଦୁଇଟି କରତ କଳ ଗ୍ରାମାଞ୍ଚଳ ଜଙ୍ଗଲକୁ ଧ୍ବଂସ କରୁଛନ୍ତି ଖାଲି ସେତିକି ନୁହଁ ଖୋଦ ଉତରେଶ୍ବର ବସଷ୍ଟାଣ୍ଡ ତଳେ ଏକ ବେଆଇନ କାଠ ଗୋଲା ମଧ୍ୟ କରି ଖୁଲମ ଖୁଲା କାଠ ବିକ୍ରି କରାଯାଉଛି। ତେବେ ଏଭଳି ବେଆଇନ କାର୍ଯ୍ୟକୁ ଅର୍ଥ ନେଇ କିଏ ଆଇନରେ ପରିଣତ କରିଛି ? କାହିଁକି ଡି ଏଫଓ ,ରେଞ୍ଜର ନିରବ ?ମାସକୁ କେତେଟଙ୍କା ଉଭୟ ଚାନ୍ଦା ନେଉଛନ୍ତି ତାହା ଏବେ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ବାବଦରେ ଔପଦା ରେଞ୍ଜର ବବିତା ସୁରେନଙ୍କୁ ପଚାରିବାରୁ ସେ କହୁଛନ୍ତି ଆମେ ପେଟ୍ରୋଲିଂରେ ଯାଉଛୁ କିନ୍ତୁ ପାଉନୁ ଏମିତିବି ଆମେ ଚଢାଉ କରିପାରିବାନି ଡିଏଫଓଙ୍କୁ ଲେଖିବୁ ସେ କହିଲେ ଚଢଉ କରିବୁ। ତେବେ ରେଞ୍ଜର ଡିଏଫଓଙ୍କ ଏହି ଠେସା ଠେସି ଭିତରେ କାଠ ମାଫିଆ ଫାଇଦା ନେଇଯାଉଥିବା ବେଳେ ଏପଟେ ଗ୍ରାମ୍ୟ ଜଙ୍ଗଲ ପଦା ହେବାକୁ ବସିଲାଣି ା ତେବେ ଆଗାମି ଦିନରେ ରେଞ୍ଜର ଡିଏଫଓ ଚଢାଉ କରୁଛନ୍ତିନା ବାହାନା କରି କାଠ ମାଫିଆଙ୍କୁ ସହଯୋଗ କରୁଛନ୍ତି ତାହା ସମୟ କହିବ
