ଜଳେଶ୍ବର ମହିଳା ମହାବିଦ୍ୟାଳୟର ୩୫ତମ ବାର୍ଷିକ ଉତ୍ସବ

ଜଳେଶ୍ବର ( ସଂଜୟ ଦାସ ) ଜଳେଶ୍ବର ମହିଳା ମହାବିଦ୍ୟାଳୟର ୩୫ ତମ ବର୍ଷିକ ଉତ୍ସବ ବିଧାୟକ ଅଶ୍ୱନୀ କୁମାର ପାତ୍ରଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ, ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ଦୈନିକ ସମ୍ବାଦ ପତ୍ରର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇଥିଲ । ମୁଖ୍ୟ ବକ୍ତା ଭାବେ ଡ଼.ଶୁଭଶ୍ରୀ ଲେଙ୍କା । ସମ୍ମାନୀତ ଅତିଥି ଭାବରେ ଉପଜିଲ୍ଲାପାଳ ନିଲୁ ମହାପତ୍ର, ଅନ୍ୟତମ ସମାଜ ସେବୀ ସଞ୍ଜୟ ପାତ୍ର ଯୋଗଦେଇ ଅଭିଭାଷଣ ରଖିଥିଲେ । ମହାବିଦ୍ୟାଳୟର ଅଧକ୍ଷ ଡ଼.ପ୍ରଫୁଲ୍ଲ କୁମାର ଦେ ବର୍ଷିକ ବିବରଣୀ ପାଠ କରିଥିଲେ । ସଂଗ୍ରାମ ପଟ୍ଟନାୟକ ମଞ୍ଚ ଆହ୍ବାନ କରିଥିବାବେଳେ ଡ଼.ଦୟାନିଧି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଗୁରୁ ପ୍ରମୁଦ କୁମାର ପଣ୍ଡା, ମହେଶ୍ୱର ପ୍ରଧାନ ସଙ୍ଗୀତ ସଂଯୋଜନାରେ କଲେଜର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।ଶେଷରେ ପୁରସ୍କାର ବିତରଣ ସହିତ ନାଟକ ‘ଦୁଃଖ ଜଳିଯାଏ ଜୁଇ ନିଆଁରେ’ ମଞ୍ଚସ୍ତ ହୁଇଥିଲା।

Leave a Reply

Your email address will not be published. Required fields are marked *