ନୂଆ ବର୍ଷରେ ଶଶି ସାହୁଙ୍କ ଖଇରା ,ସିମୁଳିଆକୁ ନୂଆ ଏଣ୍ଟ୍ରି : ମନ୍ତ୍ରୀଙ୍କ ପାଇଁ କାଳ ହେବ କି ?

ଖଇରା (ପଦ୍ମଲୋଚନ ଦାସ) : ଖଇରା ରାଜନୀତିର ୩ନନା ଲଢେଇର ପୁର୍ଣ୍ଣଛେଦ ନିର୍ବାଚନପରେ ପଡିଥିଲା ହେଲେ ଏବେ  ଶଶି ସାହୁଙ୍କ ପୁଣିଏଣ୍ଟ୍ରି ୩ନନା ଲଢେଇର ଆରମ୍ବକୁ ଅଙ୍ଗୁଳି ନିର୍ଦେଶ କରୁଥିବା ବେଳେ ମନ୍ତ୍ରୀଙ୍କ ମନକୁଆଡେ ଭାରି ଦୁଖ।ତେବେ ଶଶି ସାହୁ ବା ଶଶି ନନା ଏବେବି ଖଇରା , ସିମୁଳିଆ ଲୋକଙ୍କ ହ୍ରୁଦୟରେ ଅଛନ୍ତି ଯାହା ନଗଦ ଦେଖିବାକୁ ମିଳିଛି। ତେବେ ଶଶି ନନା ପୁଣି ମନ୍ତ୍ରୀଙ୍କ ପାଇଁ କୁଆଡେ କାଳ ହେବେ ବୋଲି ଲୋକ କହୁଛନ୍ତି ଏମିତିବି ମନ୍ତ୍ରୀ ଆମର ବେଶ ବିବାଦରେ ଅଛନ୍ତି ,ତେବେ କାହା ପାଇଁ କିଏ କାଳ ହେବ ତାହା ସମୟ କହିବ। ଗତ ଦୁଇଦିନତଳେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଗୋବିନ୍ଦପୁର ପଞ୍ଚାୟତ ଅଧୀନ ସରସତିଆ ଗ୍ରାମ ଲାଖବିନ୍ଧା ପଡ଼ିଆରେ ରବିବାର ଏକ ସର୍ବ ଦଳୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଅବସରପ୍ରାପ୍ତ ଶିକ୍ଷକ ତଥା ଭାଜପାର ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଧର ତ୍ରିପାଠୀଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଇରା ବ୍ଲକର ୩୭ ପଞ୍ଚାୟତ ରୁ ଦଳମତ ନିର୍ବିଶେଷରେ ୫ଶହରୁ ଉର୍ଦ୍ଧ୍ବ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ, ବିଜେଡି ରାଜ୍ୟ ସମ୍ପାଦକ ତଥା ନିଳଗିରି ବିଜେଡି ପର୍ଯ୍ୟବେକ୍ଷକ ଶଶି ସାହୁଙ୍କ ସମେତ ନନ୍ଦୁର ସରପଞ୍ଚ ସୁରେନ୍ଦ୍ର ନାଥ ନାୟକ,କୁପାରୀରୁ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗଜେନ୍ଦ୍ର ଦାସ, ହରିପୁରର ପୂର୍ବତନ ସରପଂଚ ଭାଗବତ ପଣ୍ଡା କୁପାରୀରୁ ସଭାନେତ୍ରୀ ଜ୍ୟୋସ୍ନା ରାଣୀ ଦାସ, ସୁଶାନ୍ତ ବେହେରା, କଇଥଗଡିଆ ସରପଞ୍ଚ ଗୋବର୍ଦ୍ଧନ ପାଇକରାୟ, ହରୀଶ ସାମଲ, ଅକ୍ଷୟ ଧିନ୍ଦା, ପ୍ରଶାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ, ଏଭଳି କାର୍ଯ୍ୟକ୍ରମ ପଛରେ କୈାଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା କୁହାଯାଇଥିଲା ବେଳେ ମଧ୍ୟ ସାଧାରଣ ରେ ଭିନ୍ନ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛିା

Leave a Reply

Your email address will not be published. Required fields are marked *