ଉନ୍ନୟନ କମିଟି ତରଫରୁ ରେଳଷ୍ଟେସନ ସମ୍ମୁଖରେ ଆମରଣ ଅନଶନ

ଜଳେଶ୍ବର (ସଞ୍ଜୟ ଦାସ) : ଜଳେଶ୍ବର ଲକ୍ଷ୍ମଣନାଥ ରୋଡ଼ ରେଳଷ୍ଟେସନ ଉନ୍ନୟନ କମିଟି ପକ୍ଷରୁ ତାରିଖ ୬/୦୧/ ୨୦୨୦ ରିଖ ସକାଳ ୮ ସମୟରେ ଲକ୍ଷ୍ମଣ ନାଥ ରେଳଷ୍ଟେସନ ସମ୍ମୁଖରେ ଆମରଣ ଅନଶନ ଆରମ୍ଭର ୫ ଘଣ୍ଟା ପରେ ଖଡ଼ଗପୁର ଡି ଆର ଏମ୍ ନିର୍ଦ୍ଦେଶରେ ବିଭାଗୀୟ ପଦାଧିକାରୀ ମାନେ ଆମରଣ ଅନଶନ ସ୍ଥଳରେ ପହଞ୍ଚି ଥିଲେ । ୬ ଦଫା ଦବୀରୁ ୧- ଷ୍ଟେସନର ପୂର୍ବ ପଟ ଅଭର ବ୍ରିଜ ସମ୍ପ୍ରସାରଣ ୨- ସାଇକେ ଓ ମଟର ସାଇକେଲ ଷ୍ଟାଣ୍ଡ ନିର୍ମାଣ ୩- ଷ୍ଟେସନର ଉଭୟ ଉତ୍ତର-ପୂର୍ବ ପାର୍ଶ୍ୱ ଉଚ୍ଚ ପ୍ଲାଟଫର୍ମ ସମ୍ପ୍ରସାରଣ ଯଥାସିଗ୍ରହ କାର୍ଯ୍ୟ ଆରମ୍ଭ କରାଯିବା ସହ ୪-ନିମ୍ନମାନର ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ଉପରେ ତଦନ୍ତ କରାଯିବ ଏବଂ ଷ୍ଟେସନରେ କୌଣସି ଏକ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ଡି ଆର ଏମ୍ ଙ୍କ ସହ ଆଲୋଚନା କରି ଦିଲ୍ଲୀ ରେଲବୋର୍ଡ଼ କୁ ମଂଜୁର ପାଇଁ ବିଭାଗ ଜାରି ରଖିବା ଡି ଆର ଏମ ଖଡ଼ଗପୁରଙ୍କ ନିର୍ଦେଶ କ୍ରମେ ଆସିଥବା ଏକ ପ୍ରତିନିଧି ମଣ୍ଡଳ ଏସିଷ୍ଟେଣ୍ଡ କମାରସିଆଲ ମ୍ୟାନେଜର ସପନ ଦତ୍ତ ଓ ସିସିଆଇ କମାରସିଆଲ ଇନ୍ସପେକ୍ଟର ଅନୀଲ ଜରାଇ ଅନଶନ କାରୀଙ୍କୁ ଲିଖିତ ପ୍ରତିଶୃତି ଦେଇଥିଲେ । ଏସିଷ୍ଟେଣ୍ଡ କମାରସିଆଲ ମ୍ୟାନେଜର ସପନ ଦତ୍ତ ଜୋଶ ପିଆଇ ଅପରାହ୍ନ ୩ଟା ସମୟରେ ଅନଶନ ପ୍ରତ୍ୟାହତ କରାଇଥିଲେ । କମିଟି ସଭାପତି ବୁଦ୍ଧେଶ୍ୱର ପ୍ରଧାନ, ସଂପାଦକ ସଂଜୟ ଦାସ ଉପ ସଭାପତି ରଂଜନ ଦାସ ମହାପାତ୍ର, ସହ ସମ୍ପାଦକ ନିଶିକାନ୍ତ ଦାସ , ରାଜେଶ ଜେନା , ଚିତ୍ତରଞ୍ଜନ ପରିଡା , ରତନ ସେଣ, ଅର୍ଜୁନ ସିଂ, ଅଲିନ ଜେନା , ଵିନୟ ଜେନା , ଆଶିଷ ଜେନା , ରବିନ୍ଦ୍ର ବାରିକ, ଅଭିଜିତ ଜେନା, ଚନ୍ଦନ ପାତ୍ର, ଉତ୍ତମ ରାଉତ, ଦିଗାମ୍ବର ମହାନ୍ତି,ସୁରେଶ ପାତ୍ର,ଦେବୁ ଦତ୍ତ, ସୁଶାନ୍ତ ଦେ ,କବିତା ଜେନା, ପ୍ରତିମା ଜେନା, ସନ୍ତୋଷ ପାଳ, ବିକା ଜେନା,ପ୍ରମୁଖ ଶତାଧିକ ଧାରଣାରେ ସାମିଲ ହୋଇଥିଲେ । ସେହିପରି ବିଜେପି ନେତା ସମୀର ପାତ୍ର , ନନୀଗୋପାଳ ଦାସ , ମହିଳା ବିଜେପି ନେତ୍ରୀ ସୁମତୀ ଦେ ଅନଶନ କୁ ସମର୍ଥନ କରିଥିବା ବେଳେ ରେଳବାଇ ପୋଲିସ ଅସି ଜେ ଏନ ମହାପାତ୍ର, ଜିଆରପି ସବଇନ୍ସପେକ୍ଟର ବାଲେଶ୍ବର , ଜଳେଶ୍ୱର ଜିଆରପି ହୁଜୁର , ଜଳେଶ୍ବର ଥାନା ଅଧିକାରୀ ଧନେଶ୍ୱର ସାହୁ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା କରିଥିଲେ ।

Leave a Reply

Your email address will not be published. Required fields are marked *