ଆଜି ହକି ସେମିଫାଇନାଲ

ଆଜି ବିଶ୍ୱକପର ସେମି ଫାଇନାଲ ଲଢେଇ l ପ୍ରଥମ ସେମିରେ ଶକ୍ତିଶାଳୀ ବେଲଜିୟମକୁ ଭେଟିବ ଇଂଲଣ୍ଡ l ଦିନ ୪ଟାରେ ମ୍ୟାଚ ଖେଳାଯିବ l କ୍ୱାର୍ଟର ଫାଇନାଲ୍‌ରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ଭାବେ ସେମିରେ ପ୍ରବେଶ କରିଛି ଇଂଲଣ୍ଡ l ସେହିପରି ଜର୍ମାନୀକୁ ୨-୧ ଗୋଲରେ ହରାଇ ତୃତୀୟ ଦଳ ଭାବେ ସେମିରେ ପ୍ରବେଶ କରିଛି ବେଲଜିୟମ୍‌ l ଉଭୟ ଦଳ ଦମଦାର ଫର୍ମରେ ଅଛନ୍ତି l ତେଣୁ ଫାଇନାଲରେ ପହଞ୍ଚିବାକୁ ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ l ସେପଟେ ଦ୍ୱିତୀୟ ସେମିରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡସ୍‌ ମଧ୍ୟରେ ମୁକାବିଲା ହେବ l କ୍ୱାର୍ଟର ଫାଇନାଲରେ ଆୟୋଜକ ଭାରତକୁ ୨-୧ ଗୋଲ୍‌ରେ ପରାସ୍ତ କରି ସେମିରେ ପ୍ରବେଶ କରିଛି ନେଦରଲ୍ୟାଣ୍ଡସ୍‌ l ସେହିପରି ଏକତରଫା ମ୍ୟାଚରେ ଫ୍ରାନ୍ସକୁ ୩-୦ ଗୋଲରେ ହରାଇ ସେମି ଫାଇନାଲରେ ଏଣ୍ଟ୍ରି ମାରିଛି କଙ୍ଗାରୁ ବାହିନୀ l ସଂଧ୍ୟା ୬ଟା ୩୦ ମିନିଟରେ ମୁକାବିଲା ହେବ ….

Leave a Reply

Your email address will not be published. Required fields are marked *