ବିଜେପି ସରକାର ଭାରତ ବର୍ଷର ଅର୍ଥନୀତିର ମେରୁଦଣ୍ଡକୁ ଭାଙ୍ଗିମୁଡ଼ି ଖାଇ ସଫାକରିଛି

ଜଳେଶ୍ବର : ( ସଂଜୟ ଦାସ ) ଦେଶକୁ ବିଭାଜନ ଓ ଏକଛତ୍ର ବାଦ ଶାସନ ଏବଂ ସମ୍ବିଧାରର ଆଇନକୁ ପ୍ରତିଘାତ କରିବା ସହ ବିଜେପି ସରକାର ଭାରତ ବର୍ଷର ଅର୍ଥନୀତି ମେରୁଦଣ୍ଡ ଭାଙ୍ଗିମୁଡ଼ି ଖାଇ ସଫାକରି ପଦ୍ମପୋଖରୀରେ ଫିଙ୍ଗି ସାରିଲେଣି, ତଥାପି ଫୁଟାଣି ଛାଡିନି ବିଜେପି ମୁହଁରେ । ଆଗକୁ ଏହା ଦେଶ ଓ ରାଜ୍ୟ ପାଇଁ ନିଶ୍ଚିତ କ୍ଷତିକାରକ।ଅନ୍ୟପଟେ ବିଜେପି ଭାରତ ବର୍ଷରେ ମିଛ ଭାଷଣର ବସା ବାନ୍ଧିଛି ବୋଲି କଂଗ୍ରେସର ପ୍ରତିଷ୍ଠା ଦିବସରେ ରାଜ୍ୟ କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ ନିଜ ଭାଷଣରେ ବର୍ଷିଛନ୍ତି । ଏବଂ ସାରା ଭାରତ ବର୍ଷରେ ଯେଉଁ ନାଗରିକତା ସୁରକ୍ଷା ଆଇନ ଏନ ଆର ସି ଓ ସି ଏ ଏ ଧାରାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ ଯେଉଁ ଆନ୍ଦୋଳନର ନିଆଁ ଲାଗିଛି ଏହାହିଁ ବିଜେପି ଉପରେ ଲଗାମ ଲାଗିବ ନିଶ୍ଚିତ । ରାଜ୍ୟ ବିଜେଡି ବିଜେପି ଠାରୁ କିଛି କମ ନୁହେଁ, ଯାହାକି ବିଜେପିର ନୀତି ଆଦର୍ଶକୁ ବିଜେଡି ଯେଉଁ ଭଳି ଏକପ୍ରକାର ଆପଣାଇଛି ଯାହାକି କେନ୍ଦ୍ର ଓ ରାଜ୍ୟ ବାସୀଙ୍କ ବିକାଶ କ୍ଷେତ୍ରରେ ଅବନୀତି ଉଲଘଂନ ସୀମା ଡେଇଁ ସାରିଛି । ୧୮୮୫ ମସିହାରେ ମୁମ୍ବାଇ ଠାରେ କଂଗ୍ରେସ ଦଳ ପ୍ରଥମେ ପ୍ରତିଷ୍ଠା ହୋଇଥିବା ବେଳେ ଉମେଶ ଚନ୍ଦ୍ର ବାନାର୍ଜୀ ସଭାପତିଭାବେ ଦାଇତ୍ଵ ନେଇ କଂଗ୍ରେସ ସଂଗଠନକୁ ସଫଳ ଶୀର୍ଷରେ ପହଂଚାଇଥିବା କଥା ଓ ସେଦିନର ସଂଗ୍ରାମ ଠାରୁ କଂଗ୍ରେସ ଦଳ ଆଜି ୧୩୪ ବର୍ଷରେ ପହଞ୍ଚି ସାରା ଭାରତ ବର୍ଷର କୋଟିକୋଟି ଲୋକଙ୍କ ହୃଦୟରେ ରହିଛି। ଆଗକୁ କାଶ୍ମୀରରୁ କନ୍ୟା କୁମାରୀ ଯାଏଁ କଂଗ୍ରେସର ହିଁ ନାରା ଶୁଭିବ ।


ଦେଶରେ ଯାହାବି ବିକାଶ ହୋଇଛି କେବଳ କଂଗ୍ରେସ ତାର କିମ୍ବଦନ୍ତୀ । ଜଳେଶ୍ବର ନୂଆବଜାର ସ୍ଥିତ ଭଂଜଭବନ ପରିସରରେ ଅନୁଷ୍ଠିତ ୨୮ ଡିସେମ୍ବର କଂଗ୍ରେସ ପ୍ରତିଷ୍ଠା ଦିବସ ସଭାରେ ଜଳେଶ୍ବର କଂଗ୍ରେସ ନେତା ତଥା ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ଜଳେଶ୍ବର ବ୍ଲକ ସଭାପତି ସତ୍ୟବ୍ରତ ଦାସ, ପୂର୍ବତନ ନଗର ଉପ ସଭାପତି ଦେବୀଦାସ ଗିରି, ନଗର ସଭାପତି ରିୟାଜ ଖାଁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଗିରିଜାଶଙ୍କର ଦାସ, ଯୁବ ନେତା ପଦ୍ମଲୋଚନ ବେହେରା, ଜଗଦୀଶ ନନ୍ଦି, ରାଧାରାଣୀ ପାତ୍ର,ରବିନ୍ଦ୍ର ଦାସ ,ହେମନ୍ତ ଗିରି ପ୍ରମୁଖ ବରିଷ୍ଠ କଂଗ୍ରେସ ନେତା ମାନେ ନିଜ ଭାଷଣ ମାଧ୍ୟମରେ କର୍ମୀମାମଙ୍କୁ ସଂଗଠନର ବାର୍ତ୍ତା ବାଣ୍ଟି ଥିଲା ।

Leave a Reply

Your email address will not be published. Required fields are marked *