ଜଳେଶ୍ବର : ( ସଂଜୟ ଦାସ ) ମିଛ ସତର ପ୍ରଲୋଭନ ଦେଖାଇ ରସକିଆ ପ୍ରେମକ ପ୍ରେମରେ ସଫଳ ହେବାପରେ ସବୁଦିନ ପାଇଁ ନିଜର ଅର୍ଦ୍ଧାଙ୍ଗିନୀ ଭାବେ ପ୍ରେମିକା ଗୌରିର ହାତଧରି ନିଜ ଘରକୁ ଆଣିଥିଲା ପ୍ରେମିକ ସପନ । ବାହାଘର କିଛି ମାସପରେ ଶାଶୁ ଗୀତାର ବାହାରି ଥିଲା ଚଣ୍ଡୀ ରୂପ । ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା ।ତେବେ ତାହାରି ଭିତରେ ଦୁଃଖ ଯନ୍ତ୍ରଣା ସହି ଶାଶୂ ଘରେ ଗୌରୀର ବିତିଯାଇ ଥିଲା ଦୀର୍ଘ ୭ ବର୍ଷ । କିନ୍ତୁ ଯୌତୁକ ରାକ୍ଷସ ଶାଶୂ ଶଶୁର ଓ ସ୍ୱାମୀ କବଳରୁ ବଞ୍ଚି ପାରିଲାନି ଗୌରୀ । ଶେଷରେ ମିଳିମିଶି ବିଷଦେଇ ମାରିଦେଲେ । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇବାଣିଆ ଥାନା ମୁଣୁତୁଣିଆ ଗାଁରେ । ଘଟଣା ଘଟିବାର ୨୪ ଘଣ୍ଟା ପରେ ରାଇବାଣିଆ ଅଆଇସି ଆର.ଏନ. ବେହେରା ମାମଲା ଟିଏ ରୁଜୁ କରିଦେଇ ଜାକେଟ ଭିତରେ ହାତ ପୁରାଇ ବସିଛି । ଥାନା ଠାରୁ ମାତ୍ର ୪ କି:ମି:ଦୂର ମୁଣୁତୁଣିଆ ଗାଁରେ ଶବଦାହ କାମ ସାରି ଘରେ ଅଭିଯୁକ୍ତ ମାନେ ନାକରେ ସୋରିଷ ତେଲ ଲଗାଈ ରେଜେଇ ଘୋଡ଼ି ନିର୍ଭୟରେ ଶୋଇଛନ୍ତି । ପୁରା ଘଟଣାରୁ ଜଣାପଡିଛି ଯେ ପଶ୍ଚିମବଙ୍ଗ ପୂର୍ଵମେଦିନପୁର ଏଗ୍ରା ଥାନା ଛତ୍ରୀ ଗ୍ରାମର ତପନ ପାହାଡ଼ିଙ୍କ ଝିଅ ଗୌରୀଙ୍କୁ ୭ବର୍ଷ ତଳେ ଜଳେଶ୍ବର ବ୍ଲକ ରାଇବାଣିଆ ଥାନା ମୁଣୁତୁଣୀଆ ଗ୍ରାମର ଚିତ୍ତରଞ୍ଜନ ମିଶ୍ରଙ୍କ ପୁଅ ସପନ ପ୍ରେମ ଜାଲରେ ଫସେଇ ଆଣି ବିବାହ କରିଥିଲେ। ପରେ ଉଭୟ ପରିବାର ଲୋକେ ମଧ୍ୟ ପ୍ରେମ ବିବାହକୁ ସିକୃତି ଦେଇଥିଲେ । ବାହାଘର ପରେ ସ୍ୱାମୀ ସପନ ଠାରୁ ଗୌରୀ ମଧ୍ୟ ଦୁଇଟି ସନ୍ତାନ ଜନ୍ମ ଦେଇଛନ୍ତି । ତାହାରି ଭିତରେ ସ୍ୱାମୀ ଓ ଶାଶୂ ଶଶୁର ସବୁବେଳେ ବାପ ଘରୁ ଯୌତୁକ ଆଣିବା ପାଇଁ ଶାରୀରିକ ଯନ୍ତ୍ରଣା ଦେଉଥିଲେ । ଯୌତୁକ ଆଣିବା କଥାକୁ ବୋହୁ ଗୌରୀ ବିରୋଧ କରିବାରୁ ଶେଷରେ ରାକ୍ଷସ ସାଜିଲେ ଶାଶୂ ଗୀତା, ଶଶୁର ଚିତ୍ତରଞ୍ଜନ ଓ ସ୍ୱାମୀ ସପନ କିଛି ଉପାୟ ନପାଇ ମିଳିମିଶି ୨୪/୧୨/୨୦୧୯ ସମୋବାର ବୋହୁ ମୁହଁରେ ବିଷ ଦେଇ ସବୁଦିନ ପାଇଁ ରାସ୍ତାରୁ ସଫା କରିଦେଲେ । ଘଟଣା ସମ୍ପର୍କରେ ଗୌରୀର ମା ଓ ଭାଇ ଜାଣିପାରି ପ୍ରଥମେ ଗାଁ ମୁଣୁତୁଣିଆ ରେ ପହଞ୍ଚି ଘରେ ତାଲା ଝୁଲୁଥିବା ଦେଖିଥିଲେ । ତେବେ ମା ତାପସୀ କୌଣସି ଉପାୟରେ ଝିଅ ଗୌରୀଙ୍କୁ ଯୋଜନାବୋଧ୍ୟ ଭାବେ ହତ୍ୟା କରି ମାରିଦିଆଯାଇଛି ବୋଲି କାନକୁ ସୁରାଗ ମିଳିଥିଲା । ପରେ ଅର୍ଥାତ ୨୪/୧୨/୨୦୧୯ ରିଖରେ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କଲେ । କିନ୍ତୁ ପୋଲିସ ୨୪/୧୨/୨୦୧୯ ରିଖରେ ମାମଲା ରୁଜୁ ନକରି ୨୫/୧୨/୨୦୧୯ରେ ୮୬/୧୯ମୂଳେ ମାମଲା ରୁଜୁ କରିଦେଇ ହାତ ଖାଲି କରି ବସିଛି । ଏଠି ପ୍ରଶ୍ନ ଉଠୁଛି ଯେ ରାଇବଣିଆ ଥାନା ଅଆଇସି ଅଭିଯୁକ୍ତଙ୍କୁ ନିଜ ଛତ୍ରଛାୟା ତଳେ ଘଣ୍ଟଘୋଡାଉ ନାହାନ୍ତି ତ…? ଯଦି ନା ତାହାଲେ ଅଭିଯୁକ୍ତ ମାନେ ଶବଦାହ କରି ଘରେ ବୁଲୁଛନ୍ତି କେମିତି…? ସେପଟେ କଥା ଉଠୁଛି ଯେ ଅଭିଯୁକ୍ତ ଓ ପୋଲିସର କୁଆଡେ ବଡଧରଣର ଡିଲ ସରିଛି । ଯଦି କଥାଟା ସତ ନୁହେଁ ତାହାଲେ ଅଭିଯୁକ୍ତଙ୍କୁ ଧରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି କାହିଁକି ରାଇବଣିଆ ପୋଲିସ । ତେବେ ଏସମସ୍ତ କଥାର ରହସ୍ୟକୁ ନେଇ ରାଇବଣିଆ ଥାନା ଅଆଇସି ଆର.ଏନ. ବେହେରାଙ୍କ ନୀରବତା ଉପରେ ଉଠିଛି ବଡ ପ୍ରଶ୍ନ । ତେବେ ଦେଖିବାକୁ ବାକିରହିଲା ଯେ ୮୬/୧୯ ମାମଲା ଆଗକୁ କେଉଁ ରୂପ ନେଉଛି ।
