ଜଳେଶ୍ୱର : ( ସଂଜୟ ଦାସ )ଶିକ୍ଷକଙ୍କ ଅଣଗୋରିଆ ମନଭାବରୁ ଗଲା ନିରିହ ଛାତ୍ରର ଜୀବନ । ସ୍କୁଲରେ ପିଅନ ଥାଇବି ଛାତ୍ରଙ୍କୁ ଦେଇଥିଲେ ପ୍ରଧାନଶିକ୍ଷକ ପିଅନର କାମ। ମାତ୍ର କିଛିଦିନ ପରେ ଦଶମ ପରୀକ୍ଷା ଦେଇ କଲେଜ ଯାଇଥାନ୍ତା ସବ୍ୟସାଚି । ସ୍ୱପ୍ନଥିଲା ଅନେକ, ଖାଲି ସବ୍ୟସାଚିର ନୁହଁ, ବାପାମାଙ୍କର ମଧ୍ୟ ରହିଥିଲା ପୁଳାଏ ସ୍ବପ୍ନ । ପୁଅ ପାଠପଢି ବଡ ମଣିଷ ହୋଇ ରୋଜଗାର କରି ଚାକିରୀ କରିବ। କିନ୍ତୁ ସଫାକରିଦେଲା ନିଜ ସ୍କୁଲର ବାର୍ଷୀକ ଉତ୍ସବ କାର୍ଡବଣ୍ଟା । ବେଆଇନ ଭୁଟୁ ଭୁଟି ରିକ୍ସା ତଳେ ଚାଲିଗଲା କୋମଳମତି ଛାତ୍ର ସାବ୍ୟସଚୀଙ୍କ ଜୀବନ । ତେବେ ବିଳମ୍ବରେ ହେଉ ମଧ୍ୟ ଜଳେଶ୍ବର ପୋଲିସ ମୁଣ୍ଡରେ ବୁଧି ପଶିଛି ପୋଲିସ ଏବେ ସେଇ ବେ ଆଇନ ଗାଡି ଗୁଡିକୁ ଧରିବା ଆରମ୍ବ କରିଦେଇଥିବା ବେଳେ ୧୦୦ରୁ ଉର୍ଦ୍ଦ ଏମିତି ବେ ଆଇନ ଭୁଟୁ ଭୁଟି ଟଲି ଚାଲିଛି ା
ଜଳେଶ୍ୱର ମ୍ୟୁନସିପାଲଟି ଅଧିନସ୍ଥ ଟାଉନ ହାଇସ୍କୁଲ ର ଜଣେ ଦଶମ ଶ୍ରେଣୀର ଛାତ୍ରର ଇଟା ବୋଝେଇ ଭୁଟଭୁଟି ରିକ୍ସା ଓଲଟିବା ଯୋଗୁଁ ମୃତ୍ୟୁ ହୋଇଛି। ଘଟଣାଟି ଜଳେଶ୍ଵର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ବିବରଣୀରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ଜଳେଶ୍ଵର ଟାଉନ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ଶିଖରପୁର ପଞ୍ଚାୟତର ରାଜନଗର ଗ୍ରାମର ସମ୍ଭୁନାଥ ବେହେରାଙ୍କ ପୁତ୍ର ସବ୍ୟସାଚୀ,ବଡ଼ବଜାରର ଅକ୍ଷୟ ହାଜିରା ଓ ପଥରପୁରାର ସୁବାଷ ସାହୁ ଏହି ତିନିଜଣ ମିଶି ସ୍କୁଲର ବାର୍ଷିକୋତ୍ସବ ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ନୂଆବଜାରକୁ ଯାଉଥିଲେ। ତେବେ ନୂଆ ବଜାର ରେଳ ଫାଟକ ନିକଟରେ କ୍ରାଉନ ଇଟାଭାଟିରୁ ଇଟା ବୋଝେଇ କରି ନୁଆ ବଜାର ଅଭିମୁଖେ ଯାଉଥିବା ଏକ ଭୂଟଭୁଟି ରିକ୍ସା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଏହି ରିକ୍ସା ତଳେ ସବ୍ୟସାଚୀ ଚାପି ହୋଇଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସପିଟାଲକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ସ୍ଥାନାନ୍ତର କରାଯାଇଥିଲା। ବାଲେଶ୍ଵରରେ ସବ୍ୟସାଚୀ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି।ଅନ୍ୟ ଦୁଇ ଛାତ୍ର ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିବାର ପ୍ରତ୍ୟେକ୍ଷ ଦର୍ଶୀ ମାନେ ପ୍ରକାଶ କରିଛନ୍ତି। ସବ୍ୟସାଚୀ ବାପାମାଆଙ୍କ ଏକମାତ୍ର ପୁତ୍ର ହୋଇଥିବା ବେଳେ ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡିଛନ୍ତି। ବାପା ସକାଳରୁ ସଂନ୍ଧ୍ୟା ଯାଏଁ ସାଇକେଲରେ ବୁଲି ବୁଲି ଗାଁ ଗାଁରେ ବୁଲି ଫେରିବାଲା ଭାବେ କାମ କରନ୍ତି। ମା ଜଳେଶ୍ବର ନୂଆ ବଜାର ଗୋପବନ୍ଧୁ ନର୍ସରି ସ୍କୁଲରେ ପିଅନ କାର୍ଯ୍ୟ କରି ଅର୍ଥ ରୋଜଗାର କରନ୍ତି ସବୁ ଅର୍ଥ ସବ୍ୟସଚୀର ପାଠ ପଢାରେ ଖର୍ଚ୍ଚ ହୋଇଥାଏ । ହେଲେ ଦଇବ ଦାଉ ସାଜିଲା ବାପ ମାର ଏକମାତ୍ର ପୁଅକୁ ମା କୋଳରୁ ଛଡାଇନେଲା ।ଭୁଟଭୁଟି ରିକ୍ସାଟି କ୍ଷମତା ଠାରୁ ଅଧିକ ଇଟା ପରିବହନ କରୁଥିବାରୁ ଦୁର୍ଘଟଣାର ସମ୍ମୁଖୀନ ହେଲା ଓ ଛାତ୍ରଙ୍କ ଜୀବନ ଅକାଳରେ ଚାଲିଗଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।ଭୁଟଭୁଟି ରିକ୍ସାର ଚାଳକ ପଶ୍ଚିମବଙ୍ଗର ମୋହନପୁର ର ଗୈାରୀଶଙ୍କର ବେହେରା (୩୧)କୁ ସ୍ଥାନୀୟ ଲୋକେ ଅଟକ ରଖିଥିବା ବେଳେ ପୁଲିସ ଗିରଫ କରିଛି।
ଘଟଣାଟି ଜଳେଶ୍ୱର ଅଞ୍ଚଳରେ ଶୋକରେ ଛାୟା ଖେଳାଇ ଦେଇଛି।ମାଟ୍ରିକ ପରୀକ୍ଷାକୁ ଆଉ ଦୁଇମାସ ଥିବା ବେଳେ ସବ୍ୟସାଚୀର ଏପରି ଅଭାବନୀୟ ମୃତ୍ୟୁ ରେ ଭାଙ୍ଗି ପଡିଛନ୍ତି ସବ୍ୟସାଚୀ ଙ୍କ ପରିବାର।
