ଜଳେଶ୍ବର : (ସଂଜୟ ଦାସ) ପୁଲିସ ବାବୁଙ୍କ ଅପାରଗତା ସାମ୍ନାକୁ ଆସିବା ପରେ ଚାକିରିରୁ ବିଦା ହୋଇଗଲେ ପୁଲିସ ବାବୁ ା କମର୍ଦା ଥାନା ଅଞ୍ଚଳରେ ନାବାଳିକା ଅପହରଣ ଘଟଣା ରେ ଗିରଫ ଅଭିଯୁକ୍ତ ପୋଲିସ ହାତରୁ ଚମ୍ପଟ ମାରିବା ଘଟଣାରେ ୩ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ବର ଏସ୍ପି ବି ଯୁଗୋଳ କିଶ୍ବର। ନିଲମ୍ବିତ ପୋଲିସ କର୍ମଚାରୀ କମର୍ଦା ଥାନାର ଏଏସଆଇ ଭକ୍ତ ହରି ପଟ୍ଟନାୟକ , ହାବିଲଦାର ଅରୁଣ କୁମାର ଧଳ । ଏବଂ କନେଷ୍ଟବଳ ମମତା ପାତ୍ର । ସୁଚନା ଅନୁଯାୟୀ କମରଦା ଥାନା ନହରା ଗାଁ ଅଞ୍ଚଳର ଧାନ କଟା ମେସିନର ଅପରେଟର ଭାବେ ଉତ୍ତର ପ୍ରଦେଶର ଜଣେ ଯୁବକ କାମ କରୁଥିଲେ । ସେହି ନହରା ଗ୍ରାମର ଜଣେ ନାକାଳିକାକୁ ଯୁବକ ଜଣକ ପ୍ରେମ ଜାଲରେ ପକାଇ ଅପହରଣ କରି ନିଜ ଗାଁ ଉତ୍ତର ପ୍ରଦେଶ ନେଇପଳାଇ ଥିଲେ । ତେବେ ନାବାଳିକାର ପରିବାର ଲୋକେ ଝିଅ କୁ ଏଣେତେଣେ ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଥିଲେ କି ଗାଁ ନହରାରେ ମେସିନ ଅପରେଟର ଝିଅକୁ ଅପହରଣ କରି ନେଇଯାଇଛି । ତେବେ ଘଟଣା ସମ୍ପର୍କରେ ନାବାଳିକାର ପରିବାର ଲୋକେ କମର୍ଦ୍ଦା ଥାନରେ ଏକ ଲିଖିତ ଅଭିଯୋଗ କରିବାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରି କମର୍ଦ୍ଦା ପୋଲିସ୍ ତରଫରୁ ୩ ଜଣିଆ ଟିମ୍ ଯାଇ ସ୍ଥାନୀୟ ପୋଲିସର ସହାୟତାରେ ନାବାଳାକାଙ୍କୁ ଉଧାର କରିବା ସହ ଅପହରଣକାରୀ ଯୁବକଙ୍କୁ ଗିରଫ କରି ବାଟରେ ଆଣିବା ବେଳେ ଅଭିଯୁକ୍ତ ଯୁବକ ପୋଲିସକୁ ଚକ୍ମା ଦେଇ ଫେରାର ହୋଇଯଆ । ତେବେ ତଦନ୍ତକାରୀ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଓ ଅପାରଗତା ପାଇଁ ବାଲେଶ୍ବର ଏସ୍ପି ବି ଯୁଗୋଳ କିଶ୍ବର ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବତ କରିଛନ୍ତି ।
