ବସ୍ କଣ୍ଡକ୍ଟରଙ୍କୁ ଭୁଜାଲି

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅଧିନ କମରପୁର ଗ୍ରାମର ଜଣେ ବସ କଣ୍ଡକ୍ଟରକୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତେବେ ସୂଚନା ଅନୁଯାଇ ସାହୁ ନାମକ ଏକ ଘୋରେଇ ବସରେ ସୋର ମ୍ୟୁନସିପାଲଟି କମର ଗ୍ରାମର କୈଳାସ ମହାଳିକ ନାମକ ଜଣେ ଯୁବକ ବସ କଣ୍ଡକ୍ଟର ଭାବେ ବହୁଦିନ ଧରି କାମକରୁଛନ୍ତି। ବସ କଣ୍ଡକ୍ଟର କୈଳାସ ହୋଟେଲରେ ଖଉଥିବା ସନୟରେ ହୋଟେଲକୁ ଆସିଥିବା ଅନ୍ୟଏକ ଗ୍ରାହକଙ୍କ ସହ ସାମାନ୍ୟ ବଚସା ହୋଇଥିଲା । ମଦ୍ୟପ ନିଶାରେ ଦୃବୁତ ଜଣକ ଭୁଜାଲି ମାଡ କରିବା ସହିତ କୈଳାସଙ୍କ ପାଖରୁ ୧୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ତେବେ କୈଳାସଙ୍କ ବାମ କାନ୍ଦ ଓ ଗୋଡରେ ଆଘାତ ଲାଗିଥିବା ବେଳେ ସେ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି।

Leave a Reply

Your email address will not be published. Required fields are marked *