ଓଡ଼ିଆ ଗରିବ ମହିଳାର ଅଭିଯୋଗ ଶୁଣିଲାଣି ହାଇଦ୍ରାବାଦ ପୁଲିସ

ଜଳେଶ୍ବର : (ସଂଜୟ ଦାସ ) ଝିଅ ଓ ନାତି ପାଇଁ ଆଖିରୁ ଲୁହ ଗଡାଉଛି ମା । ଏକ ମାତ୍ର ଝିଅକୁ ପାଠ ପଢ଼ାଇ ବଡକାରୀ ଝିଅର ବାହାଘର ପାଇଁ କଲକାତାର ପୁଅଟିଏ ଖୋଜି ବାହାଘର କରାଇଥିଲେ ପରିବାର ଲୋକେ । ଆଉ ଝିଅ ପୂଜା କେତେ ଆଶା ଓ ସ୍ୱପ୍ନ ନେଇ ଅଗ୍ନି ସାକ୍ଷୀରଖି ସବୁଦିନ ପାଇଁ ଜୀବନ ସାଥି ରୂପେ ଉତ୍ପଳ ହାତରୁ ସିନ୍ଦୂର ପିନ୍ଧି ଶାଶୂଘର ଯାଇଥିଲା ପୂଜା । ଝିଅ ପୂଜା ଗୋଟିଏ ପିଲାର ମା ହେବା ପରେ ସ୍ବାମୀ , ଦେଢଶୁର ଓ ଶାଶୁ ଶଶୁର ମିଶି ଆରମ୍ଭ କରିଥିଲେ ନିର୍ଯାତନା । ଆଉ ନିର୍ଯାତନାଠୁଁ ଦୁରେଇ ରହିବା ପାଇଁ ସ୍ୱାମୀ ନେଇ ଯାଇଥିଲା ସୁଦୂର ହାଇଦ୍ରାବାଦ । ହାଇଦ୍ରାବାଦ ଯିବାର ୪ ମାସ ପରେ ହାଇଦ୍ରାବାଦରୁ ଝିଅର ମୃତ୍ୟୁ ଖବର ଆସିଲା ବାପ ଘର ନାମ୍ପ ଗାଁ ଜଳେଶ୍ବର । ମୃତ୍ୟୁ ଖବର ଶୁଣି ଭାଇ ଓ ମା ଦଉଡି ଥିଲେ ଚାର୍ମିନାର ଗାନସିବଜାର ହାଇଦ୍ରାବାଦ କୁ । ସେଠି ପହଞ୍ଚି କ୍ଷତବିକ୍ଷତ ମୃତ୍ୟୁ ଶରୀର ଦେଖି ମନରେ ଆସିଥିଲା ସନ୍ଦେହ । ମା ଓ ଭାଇ ସିଧା ଦୌଡ଼ି ଥିଲେ ନିକଟ ଚାର୍ମିନାର ଥାନାକୁ । ଥାନାରେ ଗରିବ ଓଡ଼ିଆ ମା ଓ ଭାଇର କେହି ବୁଝିଲେଣି ଗୁହାରି କି ନେଲେନାହିଁ ଲିଖିତ ଅଭିଯୋଗ । ଶେଷରେ ଆଖି ଲୁହ ଓଠରେ ନେଇ ଧାଇଁ ଥିଲେ ହାଇଦ୍ରାବାଦ ନାମପାଲି ଅଦାଲତ । ଅଦାଲତରେ ମାମଲା ରୁଜୁ ପରେ ତଦନ୍ତ କରି ପୋଲିସକୁ ପ୍ରଥମେ ମିଳିଥିଲା ପୂଜା ରହୁଥିବା ପଡୋଶୀ ଭବେଶ ମଣ୍ଡଳଙ୍କ ପତ୍ନୀ ପ୍ରିୟଙ୍କା ନିକଟରୁ । ପ୍ରିୟଙ୍କାଙ୍କ ବୟାନ ରେକଡ଼ରୁ ଜଣାପଡିଛି ଯେ ପୂଜାର ପିଲା କାନ୍ଦିବା ଶୁଣି ଯାଇଦେଖେତ ପୂଜା ବେକରେ ଦୌଡ଼ି ସହ ଝୁଲନ୍ତା ଅବସ୍ଥା । କିନ୍ତୁ ଅନ୍ୟପଟେ ପୂଜାର ସ୍ଵାମୀ ଉତ୍ପଳଙ୍କ ଅଭିଯୋଗ ଆଧାରରେ ପୋଲିସ ଅପମୃତ ମାମଲା ରୁଜୁ କରି କେସ ସାରିଦେଇଛି । ତେବେ ଏଭଳି ସ୍ଥିତିରେ ଉଭୟ ତେଲେଙ୍ଗାନା ଓ ଓଡ଼ିଶା ସରକାରଙ୍କୁ ଗଣମାଧ୍ୟମ ଜରୀଆରେ ଘଟଣାର ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ମୃତ୍ୟୁ ପୂଜାର ମା ଓ ଗ୍ରାମବାସୀ । ତେବେ ଏଭଳି ସମ୍ବେଦନଶୀଳ ଘଟଣାକୁନେଇ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ପୂର୍ତ୍ତବିଭାଗ ଡାକବଙ୍ଗଳା ରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣେ ମା ନିଜର ଝିଅକୁ ହରାଇ ନାତିକୁ ପାଇବା ପାଇଁ ଆକୁଳ ନିବେଦନ କରିଛନ୍ତି। ସୂଚନା ଅନୁସାରେ ହାଇଦ୍ରାବାଦ ରେ ଝିଅର ସନ୍ଦେହ ଜନକ ମୃତ୍ୟୁ ପରେ,ନାତିକୁ ଉଦ୍ଧାର କରିବାକୁ ଆଇନଗତ ସହାୟତା ଲୋଡିଲେ ଆଈ। ଜଳେଶ୍ଵର ନାମ୍ପୋ ଗ୍ରାମ ର ମା ସୁଚିତ୍ରା ହାଯ୍ରା କଲିକତାରେ ରହୁଥିଲେ , ସେଠାରେ ତାଙ୍କର ଝିଅ ପୂଜା କୁ ବାହା ଦେଇଥିଲେ।ଗତ ଜୁଲାଇ ମାସ ରେ ଝିଅ ଜ୍ବାଇଁ ହାଇଦ୍ରାବାଦ ଯାଇଥିଲେ ସେଠାରେ ଗତ ନଭେମ୍ବର ୨ ତାରିଖରେ ସନ୍ଦେହ ଜନକ ଭାବେ ଫାଶୀ ହୋଇ ମୃତ୍ୟୁ ବରଣ କରିବା ଖବର ପାଇବା ପରେ ,ଏହା ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ବାପ ଘର ଲୋକେ ଜଣାଇଛନ୍ତି।ବାପଘର ଦାବି ଅନୁସାରେ ମୃତ ଝିଅ ଶରୀର ରେ ଅନେକ ଖ୍ଯତ ବିଖ୍ଯତ ଚିହ୍ନ ଥିଵା ବେଳେ ହାଇଦ୍ରାବାଦ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରିବାର ପକ୍ଷରୁ ସେଠାକୁ ଯାଇ ଝିଅକୁ ମାରି ଦିଆଯାଇଥିବା ଅଭିଯୋଗ ପରେ ମଧ୍ୟ ହାଇଦ୍ରାବାଦ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ତେବେ ନିରାଶ ହୋଇ ପ୍ରକୃତ ଦୋଷୀ କୁ ଦଣ୍ଡ ବିଧାନ ର ବ୍ୟବସ୍ଥା ସହ ୧୪ ମାସର ନାତିକୁ ଛୁଆକୁ ନ୍ୟାୟ ଦିଆଯାଉ ।

Leave a Reply

Your email address will not be published. Required fields are marked *