ମଣିଷ ମରା ଡାକ୍ତର ପ୍ରଭାକର ମିଶ୍ର , ଡାକ୍ତର ନୁହଁ ଜହ୍ଲାଦ

ସୋର : ସୋରରେ ଥିବା ମିଶ୍ର ନିସିଂ ହୋମର ଡାକ୍ତର ପ୍ରଭାକର ମିଶ୍ର ଡାକ୍ତର ନୁହଂ ଜହ୍ଲାଦ ,ସେ ହେଉଛି ମଣିଷ ମରା ଡାକ୍ତର ତାକୁ ଫାସିଦିଅ ଏମିତି ଚିତ୍କାର ଶୋଭିଲା ସୋର ସ୍ଥିତ ମିଶ୍ର ନର୍ସିଂ ହୋମରୁ । କିଛି ଦିନ ତଳେ ବେଆଇନ ଭାବେ ଅଲଟ୍ରାସାଉଣ୍ଡ ମେସିନ ଚଲାଇ ଲିଙ୍ଗନିରୁପଣ କରିବା ଅଭିଯୋଗରେ ଅଲ୍ଟ୍ରାସାଉଣ୍ଡ ମେସିନକୁ ଜିଲ୍ଲା ପ୍ରଶାସନ ସିଲ କରିଦେଇଥିବା ବେଳେ ପୁଣି ମିଶ୍ର ନର୍ସିଂ ହୋମ ଉପରେ ଆସିଛି ଏକ ସାଙ୍ଘାତିକ ଅଭିଯୋଗ। ଜଣେ ଗର୍ଭବତୀ ମହିଳାଙ୍କୁ ଭୁଲ ଇଂଜକସନ ଦେଇ ମାରିଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସୋର ବେଳେଶ୍ବର ସ୍ଥିତ ମିଶ୍ର ନର୍ସିଂ ହୋମକୁ ଗତ କାଲି ସଂନ୍ଦ୍ୟା ୪ଟା ସମୟରେ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧିନ ପିଞ୍ଚାବଣିଆ ଗ୍ରାମର ଗଣେଷ ମଳିକ ସ୍ତ୍ରୀ ସୀନତି ମଳିକଙ୍କକୁ ପ୍ରସବ ପାଇଁ ନର୍ସିଂହୋମକୁ ନେଇଆସିଥିଲେ। ଏଠାରେ ଡାକ୍ତର ପ୍ରଭାକର ମିଶ୍ର ଗର୍ଭବତୀଙ୍କର ଅବସ୍ତା ସିରିୟସ କହି ସିଜରିଂ କରିବାକୁ କହିଥିଲେ। ଏବଂ ଏବାବଦରେ ୧୫ ହଜାର ଟଙ୍କା ଦାବି କରିବା ସହିତ ୫ହଜାର ଟଙ୍କା ଆଡଭାନ୍ସ ସିଜରିଂଗ ପାଇ ନେଇଥିଲେ। ମାତ୍ର ଅପରେସନର ମାତ୍ର କିଛି ଘଣ୍ଟା ପରେ ଭୁଲ ଇଂଜକସନ ଯୋଗୁ ଗର୍ଭବତୀଙ୍କ ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।ତେବେ ନର୍ସିଂ ହୋମ ପରିସରରେ ଶବ ରଖି ପରିବାର ଲୋକେ ବସିଥିବା ଜଣାପଡିଛି। ମିଳିଥିବା ସୂଚନା ମୂଳେ ଉକ୍ତ ନର୍ସିଂ ହୋମରେ ଇଏ ନୂଆ କଥା ନୁହଁ ବର୍ଷକୁ ଥରେ ଦୁଇଥର ଏମିତି ହୁଏ କିନ୍ତୁ କାହିଁକି ଜିଲ୍ଲା ପ୍ରସାଶନ ଏଥିପ୍ରତି ଦ୍ରୁଷ୍ଟି ଦେଇ ଦ୍ରୁଢକାର୍ଯ୍ୟାନୁଷ୍ଠାନ ନେଉନି ଯାହା ବଡପ୍ରଶ୍ନବାଚି ା ତେବେ ଆଗାମି ଦିନରେ ଏହାକୁ ନେଇ ଜନଅଶନ୍ତୋଶ ତିବ୍ର ହେବାର ଆଭାଶ ମିଳୁଛି ା

Leave a Reply

Your email address will not be published. Required fields are marked *