ବେଗା ପଚାଂୟତର ସରପଞ୍ଚ କଣ ଡକାୟତ ? ସରକାରୀ ଅର୍ଥକଣ ତାଙ୍କ ବାପ ପୈତୃକ ସମ୍ପତି ?

ଭୁବନ (ସଞ୍ଜୟ ନାୟକ) : ଜେକୈଣସି ଲୋକ ପ୍ରତିନିଧି ସାଧାରଣ ଲୋକଙ୍କ ମାଲିକ ନୁହନ୍ତି କିନ୍ତୁ କିଛି ସରପଞ୍ଚ ମନେ ମନେ ମାଲିକ ବୋଲି ଭାବି ନେଉଛନ୍ତି । ଖାଲି ଭାବୁ ନାହାନ୍ତି କେତେକ ସ୍ଥାନରେ ମହିଳା ସରପଞ୍ଚଙ୍କ ଘଇତା ମାନେ ସାଧାରଣ ଲୋକଙ୍କ ଘଇତା ହେବାକୁ ଚେଷ୍ଟା କରୁଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବେଗା ପଚାଂୟତରେ । ବେଗା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମି ପଞ୍ଚାୟତର ସରପଞ୍ଚଭଳି କାର୍ଯ୍ୟକରୁଥିବା ବେଳେ ସରପଞ୍ଚମୋହଦୟା ଲକ୍ଷ ଲକ୍ଷ ଟଙ୍କାର ଦୂର୍ନିତି କରିଛନ୍ତି ଜେଉଁଥିରେ ପ୍ରଛଦ ପଟରେ ତାଙ୍କ ସ୍ୱାମିଥିବା ଅଭିଯୋଗ ହୋଇଛି ।
ସୂଚନାଅଧିକାରରେ ମିଳିଥିବା ତଥ୍ୟ ମୂଳେ ଜଣାଯାଏ ଯେ ବେଗା ପଞ୍ଚାୟତରେ ଦୁଇ ବର୍ଷ ମଧ୍ୟରେ ଘାସ ଚା’ିବା ପାଇଁ ୧ଲକ୍ଷ ୧୧ ହଜାର ବିଲ କରାଯାଇଥିବା ବେଳେ , ପାଚଂକେନ୍ଦୁ ମହାଦେବ ପୋଖରୀ ରେ କାମ ନହୋଇ ୨ଲକ୍ଷ , ବେଗା ଉଚ୍ଚବିଦ୍ୟାଳୟରେ କୈଣସି କାମ କରାନଯାଇ ୧ଲକ୍ଷ ୫୦ହଜାର ବିଲ କରଡାବଣୀରେ ଆଦୈ ଡ୍ରେନ ନାହଁ କିନ୍ତୁ ସଫା କରିବାରେ ଖର୍ଚ୍ଚ ହୋଇଛି ୧୦ ହଜାର ,ବିନାଛପରେ ଭଙ୍ଗା କୁଡିଆରେ ଲୋକଙ୍କ ଜୀବନକଟୁଥିବା ବେଳେ ସମିତିସଭ୍ୟା ନିଜ ଜାଆଙ୍କ ନାମରେ ବିଜୁ ପକ୍କାଘର ଓ ଶୁଶୁର ଙ୍କ ନାମରେ ଗୁହାଳ କରିବା , ବିଜୁ ବାହିନୀ ରେ ସରପଚଂଙ୍କ ସ୍ୱାମୀ କିଛି କାର୍ଯ୍ୟ ନକରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିବା , ନଳକୁପ ଖୋଳାରେ ଦୁର୍ନୀତି , ଖରାଦିନେ ପିଇବାପାଣି ବଣ୍ଟନ ରେ ଲକ୍ଷାଧିକ ମିଥ୍ୟା ବିଲ କରାଯାଉଛି ପୂର୍ବରୁ ହୋଇଥିବା ଚୁହା ଚହଲାରେ ଲକ୍ଷାଧିକ ବିଲ , ନେହେଙ୍ଗରା ଚାଲିଥିବା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆଦିବାସୀଙ୍କୁ ଭୁଲାଇ ଲକ୍ଷାଧିକ ମିଥ୍ୟା ବିଲ ହୋଇଥିବା ଅଭିଯୋଗ ଅଣି ସତାଧିକ ସ୍ଥାନୀୟ ବାସିନ୍ଦା ଆଜି ଆନ୍ଦୋଳାନତ୍ମକ ପନ୍ଥା ଆପଣାଇଥିଲେ । ତେବେ ଆଗାମିଦିନରେ ସରକାରୀ ଦଳକୁ ସମର୍ଥନ କରୁଥିବାରୁ ସରପଞ୍ଚ ମୋହଦୟାଙ୍କ ସାତ ଦୋଶ ମାଫ ହେଉଛି ନା ପଦଯାଉଛି ତାହା ସମୟ କହିବ । କିନ୍ତୁ ସରକାରୀ ଅର୍ଥ ଜଦି ସରପଞ୍ଚ ମୋହଦୟା କି ତାଙ୍କ ସ୍ୱାମି ଆତ୍ମ ସାତ କରିଥାନ୍ତି ଏହା ଜଣେ ଲୋକପ୍ରତିନିଧିଙ୍କ ପାଇଁ କଳଙ୍କ , କାରଣ ସରକାରୀ ଅର୍ଥ କାହା ବାପ ପୈତୃକ ସମ୍ପତି ନୁହଁ ।

Leave a Reply

Your email address will not be published. Required fields are marked *