ସୋର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଆଜି ସକାଳ ସମୟରେ ସୋର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଛି। ସୋରୋ ଗ୍ରାମ୍ୟ ଊନ୍ନୟନ ବିଭାଗର ସହକାରି ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ବାରିପଦା, ଶୂନଗଡିଆ ସ୍ଥିତ ବାସବଭନ ସହ ପୈତୃକ ବାସଭବନ’ ସୋରୋ
କାର୍ଯ୍ୟାଳୟ, କଟକ ସ୍ଥିତ ସମ୍ପର୍କୀୟଙ୍କ ଘରେ ବିଭାଗ ପକ୍ଷରୁ ଚଢାଉ ଜାରି ରଖିଛି। ବାରିପଦା, ବାଲେଶ୍ବର, ଭଦ୍ରଖ ଏବଂ କେନ୍ଦୁଝର ଭିଜିଲାନ୍ସ ଟିମ୍ ଏକସଂଗେ ଚଢାଉ ଜାରି ରଖିଛନ୍ତି। ତେବେ ସକାଳ ୬ଟାରୁ ଭିଜିଲାନ୍ସର ଆଠ ଜଣିଆ ୨ଟିମ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚଡଉ କରିଛନ୍ତି।
