ସରକାରୀ ଟଙ୍କାରେ ବିଡିଓଙ୍କ ମଲା ମାଇଛେଳି ଝୋଳ ଭୋଜି ସତ ତ.?

ସୋର: ଗତ କିଛିଦିନ ତଳେ ପର୍ଯ୍ୟଟନ ମନ୍ତ୍ରୀ ସରକାରୀ ଅର୍ଥରେ ବାନ୍ଦବିଙ୍କୁ ବୁଲେଇନେବା ଘଟଣା ରାଜ୍ୟରେ ଚହଳ ପକାଇ ଥିବାବେଳେ ଆଜି ପୁଣି ସେପରି ଏକ ଘଟଣା ସାମ୍ନାକୁ ଆସିଛି। ସରକାରୀ ଅର୍ଥରେ ଖୋଦ ସରକାରୀ କର୍ମଚାରୀ ଜନ୍ମ ଦିନ ପାଳନ କରି ମଟନ ଭୋଜି ଖାଉଥିବାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଖାଲି ସେତିକି ନୁହଁ ଶୁଣିବାକୁ ମିଳେ ୧ଗୋଟି ମଲା ପେଣ୍ଠି ମିଶାଯାଇଥିଲା କୁଆଡେ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକରେ । ଆଜି ସୋର ବ୍ଲକରେ ଥିବା ବିଡିଓ ଚାଲସ ନାୟକଙ୍କ ଜନ୍ମଦିନ ଏବଂ ବିଦାୟ ଉଦେଶ୍ୟରେ ବିଡିଓ ବାବୁ ଆମର ବ୍ଲକର କର୍ମଚାରିଙ୍କୁ ନିଜୁକ୍ତି ମେଳା ପାଇଁ ଆସିଥିବା ସରକାରୀ ଅର୍ଥରେ ଏବଂ ଅଫିସ ଟାଇମରେ ଭୋଜି ଦେଇଥିବା ଉଲ୍ଲେଖ କରାଯାଇ ଏକ ଭିଡିଓ ଭାଇରାଲ ହୋଇଛି। ତେବେ ଏଘଟଣା ଜଦିସତ ହୋଇଥାଏ ତାହାଲେ ସାଙ୍ଘାତିକ ତେବେ ସେ ଯାହାବି ହେଉ ବିନା ବିଡିଓଙ୍କ ନିର୍ଦେଶରେ ବ୍ଲକ ଭିତରେ ଭୋଜି କେମିତି ହେଲା ? ଭୋଜି ପାଇଁ ଅର୍ଥ କଉଟୁ ଆସିଲା ? ସରକାରୀ ଅର୍ଥ କାହା ବାପ ସମ୍ପତି ନୁହଁ ତେଣୁ ଜଦି ବିଡିଓ ମହୋଦୟ ସରକାରୀ ଅର୍ଥରେ ଭୋଜି ଦେଇଥାନ୍ତି ତାହା ଗହିର୍ତ୍ତ ଅପରାଧ। ଜଦି ନିଜ ଅର୍ଥରେ ଭୋଜି ଦେଇଥାନ୍ତି ତାହାଲେ କାର୍ଯ୍ୟାଳୟ ପରିସରରେ ଭୋଜି ଦେବା କଣ ଠିକ୍ । ଜଦି ବିଡିଓ କହନ୍ତି ମୁଁ ଭୋଜି ବାବଦରେ ଜାଣିନି ତାହାଲେ ତାଙ୍କୁ ଅଯୋଗ୍ୟ କୁହାଜିବ। ଯାହାବି ହେଉ ସୋର ବ୍ଲକ ପରିସରରେ ଭୋଜିହେବା ବିଡିଓ ତଥାସରକାରି ବିଧିବ୍ୟସ୍ତା ପ୍ରତି ସାଧାରଣ ଲୋକଙ୍କ ଅଙ୍ଗୁଳି ନିର୍ଦେଶକୁ ଯୁକ୍ତି ଯୁକ୍ତ କରୁଛି ା

Leave a Reply

Your email address will not be published. Required fields are marked *