ବାହାନଗା : ନବନିର୍ମିତ ଓ୍ବାଲ ଭୁଷୁଡି ପଡି ୨୦ ଦିନ ବିତିଲାଣି ସରକାରୀ ବାବୁ ଉଠୁନାହାନ୍ତି ! ସତକେ ପୋଲ ଭୁଷୁଡିଲେ ୟାଙ୍କୁ ଉଶାଷ ଲାଗୁଛି ! ସରକାରୀ ଅର୍ଥର ସୁରଖ୍ୟା ଦେବାପାଇଁଥିବା ସରକାରୀକର୍ମଚାରୀ ନିଜକୁ ବଞ୍ଚାଇବାକୁ ଗପ କହୁଛନ୍ତି ଏପଟେ ସରକାର କହୁଛନ୍ତି ୫ଟି ଚାଲିଛି ୫ଟି ନା ଡ୍ୟାସ ଟି ା
ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ ଗତ କିଛିଦିନ ପୂର୍ବରୁ ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ପାର୍ଶ୍ବରେ ଥିବା ୧୫ ମିଟର ନଦୀବନ୍ଧ ୱାଲ ଭୂଷୁଡି ପଡିଛି । ସୂଚନା ମୂତାବକ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ ବର୍ଷ ପୂର୍ବରୁ ବାହାନଗା ବ୍ଲକ ଚିତ୍ତୋଳ ପଞ୍ଚାୟତ ଅନନ୍ତପୁର ବାଙ୍କେଶ୍ୱରପୁର , ଭାୟା – ପାଟିମୁଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ସମାପ୍ତ ହୋଇଥିଲା । ପ୍ରତିବର୍ଷ କାଂଶବାଂଶ ନଦୀ ମଧ୍ୟଦେଇ ସମୁଦ୍ରର ଜୁଆର ମାଡ ହେବାରୁ ରାସ୍ତା ନଷ୍ଟ ହୋଇ ଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ଆରଡ଼ି ବିଭାଗ ପକ୍ଷରୁ ୩୦ ଲକ୍ଷ ଟଙ୍କାର ବ୍ୟୟରେ ରାସ୍ତାର ପଥରପେଚିଂ ଏବଂ ୱାଲ ନିର୍ମାଣ ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର ହୋଇ କାମ ଆରମ୍ଭ ହୋଇଥିଲା । ଗତ କିଛିଦିନ ଧରି କାଂଶବାଂଶ ନଦୀବନ୍ଧ ର ବାଙ୍କ ନିକଟରେ ୱାଲ ନିର୍ମାଣ କାର୍ଯ୍ୟ ସାରିଥିଲା । ଅଭିଯୋଗ ଅନୁସାରେ ଏହି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଗତ ୯ ତାରିଖରେ ରାସ୍ତା ପାର୍ଶ୍ଵରେ ନିର୍ମାଣ ହୋଇଥିବା ୱାଲର ୧୫ ମିଟର ୱାଲ ସହ ମାଟି ଏବଂ ରାସ୍ତା ନଦୀ ମଧ୍ୟକୁ ଧସି ଯାଇଛି ।
ଘଟଣାକୁ ୨୦ ଦିନରୁ ଉର୍ଦ୍ଧ ବିତିଥିଲେ ବି ବିଭାଗ କୈଣସି କାର୍ଯ୍ୟାନୁଷ୍ଠାନ ନନେବା ବିଭାଗର ଭିତିରି ସମ୍ପର୍କକୁ ପଦାରେ ପକାଇଛି । ଏ ସମ୍ପର୍କରେ ଦାଇତ୍ବରେ ଥିବା ଜେଇଙ୍କ ସହ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଉକ୍ତ କାର୍ଯ୍ୟକୁ ଠିକାଦାର ଆଉଥରେ କରିବେ ା ତେବେ ଏଠି ପ୍ରଶ୍ନ ଉଠୁଛି ଏ ଆର୍ ଡି ଅଧିକାରୀଙ୍କ ଏତେ ପ୍ରିତି କାହିଁକି ? ଏଭଳି ଅଣଗୁରିଆମି ପାଇଁ କାହିଁକି ଠିକାଦାରର ଲାଇସେନ୍ସ ରଦ୍ଦକରାଜିବନି ? କାହିଁକି ଠିକାଦାର ଏବଂ ଠିକା ସଂସ୍ଥାକୁ ବେଆଇନ ଘୋଷଣା କରାଜିବନି ? ସରକାରୀ ବାବୁ ମାନେ ନିରବ ରହିବା ପଛରେ କି ରହଶ୍ୟ ଅଛି ? ପିଶି ବାଧ୍ୟକରୁଛିକି ନିରବ ରହିବା ପାଇଁ ? ତେବେ ଜିଲ୍ଲାପାଳଙ୍କର ସେ ପିସିରେ ଭାଗ ଅଛି କି ପ୍ରାୟ ନାଁ ଏହାର ପ୍ରମାଣ ଆଗାମି ଦିନରେ ତାଙ୍କ କାର୍ଯ୍ୟକଳାପରୁ ମିଳି ପାରିବ ା
